କନ୍ଧମାଳ -:(ମୃତ୍ୟୁଞ୍ଜୟ ଦିଗାଲ)ରାଜ୍ୟରେ ଗ୍ରାମାଂଚଳ ରେ ଦିଆଯାଉଥିବା ସ୍ୱାସ୍ଥ୍ୟ ସେବା ର ବ୍ୟବସ୍ଥାକୁ ସୁଦୃଢି କରଣ ନିମନ୍ତେ ବିଭିନ୍ନ କାର୍ଯ୍ୟକ୍ରମ ଜାରି ଥିବା ବେଳେ ସରକାର ଆଗଧାଡିର ସ୍ୱାସ୍ଥ୍ୟ କର୍ମୀ ମାନଙ୍କୁ ତାଲିମ ମାଧ୍ୟମରେ ଶସକ୍ତ କରିବାକୁ ଚେଷ୍ଟା ଜାରି ରଖିଛନ୍ତି । ଏହି ପରିପ୍ରେକ୍ଷୀ ରେ “ଆରୋଗ୍ୟ ପଥେ” ଶିର୍ଷକ ଅଂଶଗ୍ରହଣମୂଳକ ପ୍ରଶିକ୍ଷଣ ପଦ୍ଧତି ରେ ଫିରିଙ୍ଗିଆ ବ୍ଲକ୍ ଆଶା କର୍ମୀ ମାନଙ୍କୁ ତାଲିମ ଦିଆଯାଇଛି । ଜୁଲାଇ ୧୦ ତାରିଖ ଠାରୁ ଆରମ୍ଭ ହୋଇ ଜୁଲାଇ ୩୦ ତାରିଖରେ ଶେଷ ହିଇଥିବା ତାଲିମ୍ କାର୍ଯ୍ୟକ୍ରମରେ ଫିରିଙ୍ଗିଆ ର ବିଭିନ୍ନ ପଂଚାୟତ ରୁ ୦୫ ଗୋଟି ବ୍ୟାଚ୍ ରେ ୧୬୫ ଜଣ ଆଶା ଯୋଗ ଦେଇ ତାଲିମ୍ ନେଇଥିଲେ । ବନ୍ଧଗଡ ସ୍ଥିତ ସ୍ୱାତୀ ଅନୁଷ୍ଠାନ ଙ୍କ ତାଲିମ୍ କେନ୍ଦ୍ର ଠାରେ ଅନୁଷ୍ଠିତ ଏହି ତାଲିମ୍ ଗୁଡିକରେ ତାଲିମ ଦାତା ଭାବେ ଡାକ୍ତର. ରମାକାନ୍ତ ଧାଉଣ୍ଡିଆ, ଡାକ୍ତର. ଦେବପ୍ରିୟ ଦଳାଇ ଓ ଫିରିଙ୍ଗିଆ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରର ଜନ ସ୍ୱାସ୍ଥ୍ୟ ସଂପ୍ରସାରଣ ଅଧିକାରୀ ସଜନୀ ପ୍ରଧାନ ଉପସ୍ଥିତ ରହି ବିଭିନ୍ନ କୌଶଳରେ ତାଲିମ୍ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମ ର ମୂଖ୍ୟ ଲକ୍ଷ୍ୟ ଥିଲା ଆଶା କର୍ମୀ ମାନଙ୍କର ଦକ୍ଷତା ବୃଦ୍ଧି କରି ବିଭିନ୍ନ ଗ୍ରାମ୍ୟ ସ୍ତରୀୟ ବୈଠକ ମାଧ୍ୟମରେ ଜନସାଧାରଣ ଙ୍କୁ ସ୍ୱାସ୍ଥ୍ୟ ସଚେତନତା ବାର୍ତା ଦେଇ ସଚେତନ କରିବା ଓ ସମସ୍ତଙ୍କୁ ସୁସ୍ଥ ଓ ନିରୋଗା ରଖିବା । ଫରିଙ୍ଗିଆ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ର ଜନ ସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ପ୍ରବୋଧ କୁମାର ପ୍ରଧାନ ଙ୍କ ସହାୟତା ଓ ଜିଲ୍ଲା କମ୍ୟୁନିଟି ପୋ୍ରସେସ୍ ର ସହାୟକ ପରିଚାଳକ ଯସୋଶ୍ୱିନି ସାହାଣୀ ଙ୍କ ତତ୍ୱାବଧାନରେ ଆନୁଷ୍ଠିତ ଏହି ତାଲିମ୍ ଗୁଡିକରେ ବିଭିନ୍ନ ଦିବସରେ ଜାତୀୟ ସ୍ୱାସ୍ଥ୍ୟ ମିଶନ୍ ଜିଲ୍ଲା ପରିଚାଲକ ଗୀତାଞଳୀ ଦାସ , ସହରାଂଚଳ ସ୍ୱାସ୍ଥ୍ୟ ଅତିରିକ୍ତ କାର୍ଯ୍ୟକ୍ରମ ପରିଚାଳକ ନରେନ୍ଦ୍ର କୁମାର ପାଲୋ, ଜିଲ୍ଲା ଅଣ ସଂକ୍ରାମକ ରୋଗ ସହାୟକ ପରିଚାଳକ ଅଶୋକ କୁମାର ସାହୁ ଉପସ୍ଥିତ ରହି ଆଶା ମାନଙ୍କୁ ଉତ୍ସାହିତ କରିବା ସହିତ ସ୍ୱାସ୍ଥ୍ୟ ସେବାରେ ଗ୍ରମାଂଚଳ ପାଇଁ ଥିବା ସୁଯୋଗ ଓ ପରିଚାଳନା ଗତ ସୁବିଧା ବିଷୟରେ ସୂଚନା ଦେଇଥିଲେ । ତତ୍ସହିତ ରାଜ୍ୟ ସ୍ତରରୁ ମଧ୍ୟ କମ୍ୟୁନିଟି ପୋ୍ରସେସ୍ ସଂଯୋଜକ ବିମଳେନ୍ଦୁ ପଟ୍ଟନାୟକ ସଂପୂର୍ଣ୍ଣ ତାଲିମ୍ ରୁ ଦୁଇଦିନ ଯୋଗ ଦେଇ ଆଶା ମାନଙ୍କୁ ଗଁରେ ବୈଠକ ପରିଚାଳନା କରିବାର ବିଭିନ୍ନ ପ୍ରକ୍ରିୟା ଗୁଡିକ ବିଷୟରେ ଶିଖାଇ ଥିଲେ । ଜାତୀୟ ସ୍ୱାସ୍ଥ୍ୟ ମିଶନ୍ ବ୍ଲକ୍ ପରିଚାଳନା ୟୁନିଟ୍ ତରଫରୁ କାର୍ଯ୍ୟକ୍ରମ ପରିଚାଳକ ହରଗୋବିନ୍ଦ ଜାନୀ ପରିଚାଳନା ରେ ସଂପୂର୍ଣ୍ଣ ସହଯୋଗ କରିଥିବା ବେଳେ ସ୍ୱାତୀ ଅନୁଷ୍ଠାନ ତରଫରୁ ନିରୁପମା କହଁର, ସ୍ନେହଲତା ପ୍ରଧାନ ଓ ସିବାନୀ କହଁର ପ୍ରମୁଖ ସହାୟତା କରିଥିଲେ ।
Discover more from odia.bnslive.in
Subscribe to get the latest posts sent to your email.