ଯୁବ ସମାଜ ସେବୀ ଙ୍କ ବିୟୋଗ ରେ ଶୋକ ସଭାକନ୍ଧମାଳ,

Creat A Revolution
           

କନ୍ଧମାଳ -:(ମୃତ୍ୟୁଞ୍ଜୟ ଦିଗାଲ)ଦୀର୍ଘଦିନ ଧରି ରୋଗ ସହ ସଂଗ୍ରାମ କରି ଶେଷରେ ଗତ ଜୁଲାଇ ୨୯ ତାରିଖରେ ଆଖିବୁଜିଲେ ଯୁବ ସମାଜସେବୀ ଆଲୋକ ବେହେରା । ୨୦୧୮ ମସିହାରୁ ବାଲିଗୁଡା ଆଇ.ଟି.ଡି.ଏ ଅଧିନରେ ଆଦିବାସୀ ଙ୍କ ଜୀବନ ଜିବିକା ସଂପର୍କିତ ବିଭିନ୍ନ ପ୍ରକଳ୍ପରେ କାର୍ଯ୍ୟକରି ଆସୁଥିଲେ । ସ୍ୱର୍ଗତ ଆଲୋକ ଙ୍କ ବିୟୋଗରେ ପ୍ରକଳ୍ପ ପ୍ରଶାସକ, ଆଇ.ଟି.ଡି.ଏ, ବାଲିଗୁଡା କୃପାସିନ୍ଧୁ ବେହେରା ଗଭିର ଶୋକପ୍ରକାଶ କରିବା ସହ ତାଙ୍କ କର୍ତବ୍ୟ ନିଷ୍ଠା, ବିକାଶ ମୂଳକ କର୍ଯ୍ୟଧାରା ମୁଖ୍ୟତ କୃଷି, ଜଳ ସେଚନ, ନୂତନ ଯୁବ ଉଦ୍ୟୋଗି ସୃଷ୍ଟି ଭଳି ଗଠନ ମୂଳକ କାର୍ଯ୍ୟରେ ତାଙ୍କର ସକ୍ରିୟ ଯୋଗଦାନ କୁ ମନେପକାଇ ଥିଲେ । ଅଗ୍ରଣୀ ଅନୁଷ୍ଠାନ ସ୍ୱାତୀ ର କର୍ମକର୍ତା ଦିବଙ୍ଗତ ଯୁବ ସମାଜସେବୀ ଙ୍କ ବିୟୋଗରେ ତାଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ନିରବ ପ୍ରାର୍ଥନା ସହ ଏକ ସ୍ମୁତି ସଭା ଫୁଲବାଣୀ କାର୍ଯ୍ୟାଳୟରେ ଅନୁଷ୍ଠିତ କରିଥିଲେ । ସଂପାଦକ ଇଂ.ହରିଶଙ୍କର ରାଉତ ତାଙ୍କ ମିଷ୍ଟଭାଷୀ, ନମ୍ରତା ଓ କର୍ତବ୍ୟପରାୟଣତା କୁ ମନପକାଇ ନିଜର ଶୋକବ୍ୟକ୍ତ କରିବା ସହ ଶୋକ ସନ୍ତପ୍ତ ପରିବାର ବର୍ଗ ଙ୍କୁ କିଭଳି ସହାୟତା ଓ ସହଯୋଗ ର ହାତବଢାଇ ହେବ ସେ ବିଷୟରେ ଆଲୋଚନା କରିଥିଲେ । ଏହି ଶୋକସଭା ରେ ଅନୁଷ୍ଠାନ କର୍ମୀ ମାନେ ଉପସ୍ଥିତ ଥିଲେ ।


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading