ଗୋଟିଏ ଘରକୁ ଦେଖେଇ ଦୁଇଟା ଘରର ଟଙ୍କା ହରିଲୁଟ କରିଥିବା ଅଭିଯୋଗ ।ଗ୍ରାମବାସୀଙ୍କ ଅଭିଯୋଗ ପରେ ବି ପ୍ରଶାସନ ନିରବ ।

Creat A Revolution
           

କନ୍ଧମାଳ:-(ମୃତ୍ୟୁଞ୍ଜୟ ଦିଗାଲ)ଗରିବ, ଖଟିଖିଆ,ଦିନ ମୁଲିଆ ତଥା ନିତାନ୍ତ ଗରିବ ଶ୍ରେଣୀର ଜନସାଧାରଣଙ୍କ ମୁଣ୍ଡରେ ଖଣ୍ଡେ ଖଣ୍ଡେ ଛାତ ଯୋଗେଇ ଦେବା ଉଦେଶ୍ୟରେ ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନା କରିଛନ୍ତି । ହେଲେ ସବୁ ଯୋଜନା ଭଳି ଏହି ଯୋଜନା ମଧ୍ୟ ହରିଲୁଟ ହେଉଥିବା ଘଟଣା ଏବେ ସାମ୍ନାକୁ ଆସିଛି ।ଏଭଳି ଏକ ଅଭିଯୋଗ ଆସିଛି କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ କାଶିନୀପଦର ପଂଚାୟତ ଅନ୍ତର୍ଗତ ମାଝୀପଡା ଗ୍ରାମରୁ । ଗ୍ରାମବାସୀଙ୍କ ଅଭିଯୋଗ ପ୍ରକାରେ ଉକ୍ତ ଗ୍ରାମର ଦୁଇ ହିତାଧିକାରୀ ମାଣିକ ପାତ୍ର ଓ ସୁଶାନ୍ତି ପାତ୍ରଙ୍କ ନାମରେ ଆର୍ଥିକ ବର୍ଷ ୨୦୨୧-୨୨ରେ ଦୁଇଟା ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଘର ମଞ୍ଜୁରୀ ହୋଇଛି । ହେଲେ ଘର କିନ୍ତୁ ଗୋଟିଏ ତିଆରି ହୋଇଛି । ଯାହା ଏବେ ସର୍ବସାଧାରଣଙ୍କ ପାଇଁ ବିରାଟ ପ୍ରଶ୍ନବାଚୀ? ବଡ଼ଭାଇର ସ୍ତ୍ରୀ ସୁଶାନ୍ତି ପାତ୍ର ଘର ସମ୍ପୂର୍ଣ୍ଣ କରି ସମସ୍ତ ଟଙ୍କା ଉଠେଇ ସାରିଥିବା ବେଳେ ସାନଭାଇର ସ୍ତ୍ରୀ ଘର ନକରି ୨ କିସ୍ତିର ଟଙ୍କା ଉଠେଇ ସାରିଲାଣି । ସରକାରଙ୍କ ନିୟମ ମୁତାବକ ଦୁଇ ହିତାଧିକାରୀଙ୍କ ପାଇଁ ଦୁଇଟା ଜାଗା ଚିହ୍ନଟ କରାଯିବା ପରେ ଦୁଇଟା ଜିଓଟେକ କରାଯିବା କଥା ଓ ପଂଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ(ପିଇଓ ) କିସ୍ତି ଟଙ୍କା ମଞ୍ଜୁର ପାଇଁ ଉପରିସ୍ଥ ଅଧିକାରୀଙ୍କୁ ଜଣେଇବା ପୂର୍ବରୁ ନିଜେ ହିତାଧିକାରୀଙ୍କ ଘରେ ପହଂଚି କାମ କେଁଉ ଲେବେଲ ରେ ପହଂଚିଛି ତାହା ତଦାରଖ କରି ବିଲ ପାରିତ କରିବାକୁ ଉପରିସ୍ଥ ଅଧିକାରୀଙ୍କୁ ଜଣେଇବା କଥା, ହେଲେ ଏଠାରେ ସେମିତି କିଛି ହୋଇନି । ଏଠାରେ ସ୍ପଷ୍ଟ ଜଣାପଡୁଛି କି ପିଇଓ ମହାଶୟ କିଛି ହାତଗୁଞ୍ଜା ପାଇ ଏଭଳି କାର୍ଯ୍ୟ କରିଛନ୍ତି ।ଗୋଟେ ଘରର ସାମ୍ନାରେ ଜଣେ ହିତାଧିକାରୀଙ୍କ ଓ ପଛପଟେ ଜଣେ ହିତାଧିକାରୀଙ୍କ ନା ଲେଖିଦେଇ ଦୁଇଟା ଘରର ଟଙ୍କା ଉଠେଇ ଦେଇଥିବା ସ୍ପଷ୍ଟ ଜଣାପଡୁଛି ।କାହିଁକି ନା ହିତାଧିକାରୀ ୨ଜଣ ଅଛନ୍ତି ସତ, ହେଲେ ଘର କେବଳ ଗୋଟେ ହିଁ ରହିଛି ଓ ଉକ୍ତ ଘରର ଆଗପଟେ ଜଣେ ହିତାଧିକାରୀଙ୍କ ନାମ ଲେଖା ଯାଇଥିବା ବେଳେ ପଛପଟେ ଆଉଜଣେ ହିତାଧିକାରୀଙ୍କ ନା ଲେଖାଯାଇଛି ।ଏଇଠୁ ସ୍ପଷ୍ଟ ଜଣାପଡୁଛି କି, ବିଡ଼ିଓ, ପିଇଓ ଓ ଜିଆରଏସ ଙ୍କ ମିଳିଭଗତ ଯୋଗୁଁ ଏଭଳି ଏକ ମହା ଘୋଟାଲା ସମ୍ଭବ ହୋଇଛି ।ଯେଉଁ ବ୍ୟକ୍ତି ଘରର ଜିଓଟ୍ୟାଗ କରୁଥିଲା ସେ କଣ ଗୋଟେ ସ୍ଥାନରେ ଦୁଇଟା ଜିଓଟ୍ୟାଗ କରିଛି କି? ଯଦି କରିଛି ଏକଥା ପିଇଓ ମହାଶୟ ଜାଣି ପାରିଲେନି କେମିତି? ଗୋଟେ ଘରେ ଦୁଇଟା ଘରର ବିଲ କେମିତି ହେଲା? ଏଭଳି ଅନେକ ପ୍ରଶ୍ନ ଏବେ ଜନସାଧାରଣ କରୁଛନ୍ତି ।ଯେଉଁ ପ୍ରଶ୍ନ ସବୁର ସନ୍ତୋଷ ଜନକ ଉତ୍ତର ପ୍ରଶାସନ ପାଖରେ ନାହିଁ ।ଏ ସମ୍ପର୍କରେ ଅଧିକ ଜାଣିବା ପାଇଁ ବିଡ଼ିଓ, ପିଇଓ ଓ ଜିଆରଏସ ଙ୍କ ସହିତ ଫୋନରେ ଯୋଗାଯୋଗ କରାଯାଇଥିଲେ ହେଁ କେହି ହେଲେ ଏ ପ୍ରସଙ୍ଗରେ ସନ୍ତୋଷ ଜନକ ଉତ୍ତର ଦେଲେ ନାହିଁ ।କିଏ କହୁଛି ମୁଁ ଏ ବିଷୟରେ ଜାଣିନଥିଲି ତ ଆଉ କିଏ କହୁଛି ଆଗରୁ ଜଣେଇଥିଲେ କଣ ଗୋଟେ ପଦକ୍ଷେପ ନିଆଯାଇ ପାରିଥାନ୍ତା ।ଏବେ ନେଡିଗୁଡ଼ କହୁଣୀ କୁ ବୋହିଗଲାଣି, ଏବେ ଆଉ କିଛି କରାଯାଇ ପାରିବନି । ପୁଣି ପିଇଓ ମହାଶୟ କହୁଛନ୍ତି ଲାଷ୍ଟ ବିଲ ହୋଲଡ଼ କରିଛୁ ।ତେବେ ମଧ୍ୟମ ଶ୍ରେଣୀର ଲୋକେ ସରକାରୀ ଅଧିକାରୀ ଓ କର୍ମଚାରୀ ମାନଙ୍କ ସହିତ ଶଳାସୁତୁରା ହୋଇ ଗୋଟିଏ ଘରକୁ ବାରମ୍ବାର ଦେଖେଇ ୨ଟା ୩ଟା ଘରର ଟଙ୍କା ମାରି ଖାଇଯାଉଥିବା ବେଳେ ଯୋଗ୍ୟ ହିତାଧିକାରୀ ମାନେ ଭଗବାନ ଭରଷାରେ ପଡି ରହିଛନ୍ତି ।ତେଣୁ ଫିରିଙ୍ଗିଆ ବ୍ଲକରେ ଏହି ଯୋଜନାର ସଫଳ ରୂପାୟନ ପାଇଁ ଜିଲ୍ଲା ପ୍ରଶାସନ ଏ ପ୍ରସଙ୍ଗ ଉପରେ ହସ୍ତକ୍ଷେପ କରିବା ସହିତ ଯୋଜନା ହରିଲୁଟ କରୁଥିବା ବ୍ୟକ୍ତି ମାନଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଗ୍ରାମବାସୀ ଦାବୀ କରିଛନ୍ତି ।


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading