ବିଜେପୁର ବିଜ୍ଞାପିତ ଅଞ୍ଚଳ ପରିଷଦର ପ୍ରଥମ ଅଧ୍ୟକ୍ଷା ଭାବେ ସୀତା ବାରିକଙ୍କ ଦାୟିତ୍ଵ ଗ୍ରହଣ

Creat A Revolution
           

ବରଗଡ଼(ନିରଞ୍ଜନ ତ୍ରିପାଠୀ)-: ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱିତୀୟ ନିର୍ବାଚନ ମଣ୍ଡଳୀ ବିଜେପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ଠାରେ ପ୍ରଥମ ଥର ନିର୍ବାଚନ ହୋଇଥିବା ବେଳେ ଏହି ଆସନକୁ ବିଜେଡି ଦଖଲ କରିଛି ।

ତେବେ ଅଧ୍ୟକ୍ଷା ପଦ ପାଇଁ ନବ ନିର୍ବାଚିତ ହୋଇଥିବା ସୀତା ବାରିକ ଗତକାଲି ଦାୟିତ୍ୱ ଗ୍ରହଣ କଲେ ।ବିଜେପୁର ଜଗନ୍ନାଥ ମନ୍ଦିର ପରିସରରେ ପୂଜାର୍ଚ୍ଚନା କରି ଶୋଭା ଯାତ୍ରାରେ ବାହାରି ବିଜେପୁର ସହର ପରିକ୍ରମା କରିବା ପରେ ବିଜେପୁର ବିଜ୍ଞାପିତ ଅଞ୍ଚଳ ପରିଷଦରେ ବିଜେପୁର କାର୍ଯ୍ୟନିର୍ବାହୀ ଅଧିକାରୀ ରାଜେଶ କୁମାର ଏକ୍କା ସ୍ୱାଗତ କରିବା ସହ ଦାଇତ୍ୱ ପ୍ରଦାନ କରିଥିଲେ । ବିଜେପୁରରେ ନୁତନ ଭାବେ ଚେୟାରମ୍ୟାନ ବସିବା ପରେ ବିଜେପୁର ଅଞ୍ଚଳରେ ଜନସାଧାରଣଙ୍କ ମଧ୍ୟ ରେ ଖୁସି ର ଲହରୀ ଖେଳି ଯାଇଛି ଏବଂ ବିକାଶର ଫର୍ଦ୍ଦ ସହ ଯୋଡ଼ିହୋଇଯାଇଛି ବୋଲି ଲୋକେ ଉତ୍ସାହିତ ଅଛନ୍ତି ।


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading