ବାଇକ ଓ ବଳଦ ମୁହାଁମୁହିଁ ଧକ୍କା : ଚାଳକ ଗୁରୁତର, ବଳଦ ମୃତ

Creat A Revolution

କୋକସରା,୨୦/୮: କୋକସରା ବ୍ଲକ ଅନ୍ତର୍ଗତ ଆମପାଣି ଡାକ୍ତରଖାନା ନିକଟରେ ବାଇକ ଓ ବଳଦ ମୁହାଁମୁହିଁ ଧକ୍କାହେବା ଫଳରେ ବଳଦ ମୃତ୍ୟୁ ହୋଇଥିବା ବେଳେ ବାଇକ ଚାଳକ ଗୁରୁତର ହୋଇଥିବା ଜଣାଯାଇଛି । ଖବର ପାଇ ଘଟଣା ସ୍ଥଳରେ ଆମପାଣି ସରପଞ୍ଚ ପ୍ରତିନିଧି ମନୋରଞ୍ଜ ବାଣୁଆ ପହଞ୍ଚି ଗୁରୁତର ବାଇକ ଚାଳକ ଙ୍କୁ ଉଦ୍ଧାର କରିବା ସହ ଆମପାଣି ପୁଲିସକୁ ଖବର ଦେଇଥିଲେ, ପୋଲିସ ଓ ସ୍ଥାନୀୟ ଲୋକଙ୍କ ସହାୟତାରେ ଗୁରୁତର ବାଇକ ଚାଳକଙ୍କୁ ଉଦ୍ଧାର କରି କୋକସରା ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଥିବା ଜଣାପଡିଛି । ସୂଚନା ଅନୁସାରେ ବାଇକ ଚାଳକ ଜଣଙ୍କ ଆମପାଣି ରୁ ଘରକୁ ଯିବା ସମୟରେ ଏହି ଦୁର୍ଘଟଣାର ଶିକାର ହୋଇଥିଲେ l ଉକ୍ତ ଚାଳକ ଜଣଙ୍କ ହେଲେ ଆମପାଣି ଗ୍ରାମ ପଞ୍ଚାୟତ ପାତ୍ରବସା ଗ୍ରାମର ଭୁବନେଶ୍ୱରବାଗ ଙ୍କ ପୁଅ ରିଙ୍କୁ ବାଗ (୨୫)ବୋଲି ଜଣାଯାଇଛି


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!