ବାଇକ୍ ଦୁର୍ଘଟଣାରେ ଦୁଇ ମୃତ ଜଣେ ଆହତ

Creat A Revolution
           

କନ୍ଧମାଳ(ମୃତ୍ୟୁଞ୍ଜୟ ଦିଗାଲ) – କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକର ଗୋଛାପଡା ଥାନା ଅଧିନସ୍ଥ ବାଇକ ଦୁର୍ଘଟଣାରେ ପ୍ରଧାନ ଶିକ୍ଷକ ଘଟଣା ସ୍ଥଳରେ ମୃତ୍ୟୁ ଓ ବାଇକ ଚାଳକ ମେଡିକାଲରେ ମୃତ୍ୟୁ ଜଣେ ଆହତ। ସୂଚନା ଅନୁଯାୟୀ ଗତକାଲି ସକାଳ ୧୦ଘଣ୍ଟା ସମୟରେ ଗୋଛାପଡାଥାନା ଅନ୍ତର୍ଗତ ଅଗ୍ରଗାମୀ ନିକଟରେ ଦୁଇ ବାଇକ୍ ମୁହାଁମୁହିଁ ଧକ୍କା ହେବାଫଳରେ ଜଣେ ଶିକ୍ଷକଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଛି। ମୃତ୍ୟୁ ଶିକ୍ଷକ ଜଣକ ନୁଆ ପଦର ହାଇସ୍କୁଲର ପ୍ରଧାନ ଶିକ୍ଷକ ପୁର୍ଣ୍ଣଚନ୍ଦ୍ର ଦାସ ବୋଲି ଜଣାପଡ଼ିଛି।ସେ ବାଘଡଙ୍ଗୁରି ସ୍କୁଲ କୁ ବୈଠକ ରେ ଯୋଗଦେବାକୁ ଯାଉଥିବା ବେଳେ ଫୁଲବାଣୀ ଗୋଛାପଡା ରାସ୍ତା ଅଗ୍ରଗାମୀ ନିକଟରେ ବାଇକ୍ ରେ ଯାଉଥିବା ବେଳେ ଗୋଛାପଡା ରୁ ବିଶ୍ବମ୍ବର କହଁର ଓ ଅନ୍ୟ ଜଣେ ଯୁବକ ବାଇକ ଯୋଗେ ଦୃତ ଗତିରେ ଯାଉଥିଲେ।

ଦୁଇ ବାଇକ୍ ମୁହାଁମୁହିଁ ଧକ୍କା ହେବାଫଳରେ ଏହି ଦୁର୍ଘଟଣା ଘଟିଯାଇଥିବା ବେଳେ ।ଗୋଛାପଡା ପୋଲିସ ଖବର ପାଇ ଭାରପ୍ରାପ୍ତ ଥାନା ଅଧିକାରୀ ଚିରଞ୍ଜିବୀ ବେହେରାଙ୍କ ନେତୃତ୍ବରେ ଏକ ଟିମ୍ ଘଟନ କରି ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ମୃତ୍ୟୁ ଶିକ୍ଷକଙ୍କ ଶବ ଓ ଆହତ ବିଶ୍ବମ୍ବର କହଁର କୁ ଉଦ୍ଧାର କରାଯାଇଥିଲା ଏବଂ ସୂଚନା ପ୍ରକାରେ ଶବଟିକୁ ବ୍ୟବଚ୍ଛେଦ ପାଇଁ ଅମ୍ୱଲଂସ୍ ଯୋଗେ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିବା ବେଳେ। ବିଶ୍ବମ୍ବର କହଁର ଗୁରୁତର ଆହତ ତାଙ୍କୁ ମଧ୍ୟ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା ଚିକିତ୍ସିତ ହେଉଥିବା ସମୟରେ ବିଶ୍ବମ୍ବର କହଁରଙ୍କ ମୃତ୍ୟୁ ଘଟିଥିବା ଫୁଲବାଣୀ ଡାକ୍ତର ମୃତ୍ୟୁ ଘୋଷଣା କରିଥିବା ଶୁଣିବାକୁ ମିଳିଛି। ଏହି ଦିଗରେ ମୃତ୍ୟୁ ଶିକ୍ଷକ ଓ ବିଶ୍ବମ୍ବର କହଁର ଏହି ଦୁଇ ଜଣଙ୍କର ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଅଧିକ ତଦନ୍ତ କରାଯିବ ବୋଲି ଗୋଛାପଡା ଥାନା ଅଧିକାରୀ ଚିରଞ୍ଜିବୀ ବେହେରା ସୂଚନା ଦେଇଛନ୍ତି। ତେବେ ବୁଦ୍ଧି ଜୀବି ମହଲରେ ଆଲୋଚନା କରାଯାଉଛି ଦୃତ ଗତିରେ ଚଳାଉଥିବା ବାଇକ ହେଉ କିମ୍ବା ଚାରିଚକିଆ ଯାନ ବାହାନ ହେଉ ଏହି ଗୁଡିକ ଯାଞ୍ଚ କରି ସେମାନଙ୍କୁ ନିୟମାନୁଯାୟୀ ଉଚିତ ଭାବରେ ଦଣ୍ଡିତ ସମେତ ସଚେତନତା କରାଯାଉ ଯାହା ଫଳରେ ଦୁର୍ଘଟଣାରେ ଜନିତ ଘଟଣାରୁ ସୁରକ୍ଷିତ ରହିବେ।


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading