କେନ୍ଦୁପଲ୍ଲୀ ଗ୍ରାମରେ ୫ମ ବାର୍ଷିକ ମହାଜଜ୍ଞ

Creat A Revolution
           


ବାଙ୍କୀ(ବ୍ରହ୍ମାନନ୍ଦ ପ୍ରଧାନ) – ବାଙ୍କୀବ୍ଲକ ଅନ୍ତର୍ଗତ କେନ୍ଦୁପଲ୍ଲୀ ଗ୍ରାମରେ ବାସିନ୍ଦା ଙ୍କ ମଂଗଳ ହେତୁ ମା ଦୁଲଣା ଙ୍କ ପୀଠରେ ୫ ବାର୍ଷିକ ମହାଜଜ୍ଞ ଆୟୋଜନ, ଗ୍ରାମର ବାସିନ୍ଦା ମହାନଦୀ ଗର୍ଭରୁ କଳସ ବୁଡ଼ାଇ ମୁଣ୍ଡରେ ଧରି ଢୋଲ ଏବଂ କୀର୍ତ୍ତନ କରି ପ୍ରାୟ ୫ କିଲୋମିଟର ପର୍ଯ୍ୟନ୍ତ ଖାଲି ପାଦରେ ଗ୍ରାମରେ ଅବସ୍ଥିତ ଥିବା ମା ଦୁଲଣା ଙ୍କ ପୀଠକୁ ପଦଯାତ୍ରା କରିଥିଲେ କଳସ ଯାତ୍ରାରେ କେନ୍ଦୁପଲ୍ଲୀ ଗ୍ରାମର ପ୍ରାୟ ୧୦୮ ଜଣ ପୁରୁଷ ଏବଂ ମହିଳା ସମିଥିଲେ, ଅନୁଷ୍ଠିତ ହେଉଥିବା ମହାଜଜ୍ଞ ଶୁଭାରମ୍ଭ ପୂର୍ବରୁ ଯଜ୍ଞ କୁଣ୍ଡରେ ଚତୃପାର୍ଶ୍ୱ ରେ ଗ୍ରାମର ସମସ୍ତ ବାସିନ୍ଦା ବେଢା ପରିକ୍ରମା କରିଥିଲେ l

ହୋଇଥିବା ମହାଜଜ୍ଞ ଆୟୋଜନ ଆଗତ ୪ ଦିନ ଧରି ଲାଗି ରହିବ, ଗ୍ରାମରେ ପ୍ରାୟ ୫ ହଜାର ରୁ ଉର୍ଦ୍ଧ ବାସିନ୍ଦା ଙ୍କ ଉପସ୍ଥିତ ଥିଲେ, ଗ୍ରାମର ସଭାପତି ସୁଦର୍ଶନ ସାହୁ ପ୍ରତିତ୍ୱରେ ଏବଂ କର୍ତ୍ତା ଧନେଶ୍ୱର ବାବୁଙ୍କ ଉଦ୍ୟମ ଓ ଗ୍ରାମବାସୀ ଙ୍କ ଅର୍ଥ ଅନୁଦ୍ୟାନ ସହଯୋଗରେ ଦିଗତ ୫ ବର୍ଷ ଧରି ଗ୍ରାମରେ ଏହି ମହାଜଜ୍ଞ ହୋଇଆସୁଛି ବୋଲି ଗ୍ରାମବାସୀ ପ୍ରତିକ୍ରିୟା ଦେଇଛନ୍ତି, ପ୍ରାୟ ୫ ହଜାର ଉର୍ଦ୍ଧ ଭକ୍ତ ମାନଙ୍କପାଇଁ ପ୍ରସାଦ ବଣ୍ଟନର ଆୟୋଜକ ରହିଛି, ଗ୍ରାମର ସରପଞ୍ଚ ଶ୍ରୀ ପ୍ରଦ୍ୟୁମ୍ନ କୁମାର ସୁବୁଦ୍ଧି ଙ୍କ ଯଜ୍ଞ ରେ ଗୁରୁତ୍ୱ ଭୂମିକା ଗ୍ରାମର ସମସ୍ତ ସଦସ୍ୟ ସହଯୋଗ ଆଗମନରେ ଯଜ୍ଞକାର୍ଯ୍ୟ ଜାରି ରହିବ ବୋଲି ଗ୍ରାମବାସୀଙ୍କ ଠାରୁ ଶୁଣିବାକୁ ମିଳିଥିଲା,


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading