ମାରି ଦେଉଛି ରହସ୍ୟମୟ ରୋଗ ! ନେଲାଣି ୧୭ ଜଣଙ୍କ ଜୀବନ

Creat A Revolution
           

  • ରହସ୍ୟମୟ ରୋଗ କୋକୁଆ ଭୟ ସୃଷ୍ଟି କରିଛି

ଆତଙ୍କ ଖେଳାଇବାରେ ଲାଗିଛି ରହସ୍ୟମୟ ରୋଗ। ନେଲାଣି ୧୭ ଜଣଙ୍କ ଜୀବନ। ଏତେ ଲୋକ ପ୍ରାଣ ହରାଇଥିଲେ ହେଁ ରୋଗ ସମ୍ପର୍କରେ ଟେର ପାଉନାହାନ୍ତି ଡାକ୍ତର କିମ୍ବା ପ୍ରଶାସନ। ଜମ୍ମୁ-କଶ୍ମୀରର ରଜୌରୀ ଜିଲ୍ଲାରେ ଥିବା ବଧାଲ ନାମକ ଗାଁରେ ରହସ୍ୟମୟ ରୋଗ କୋକୁଆ ଭୟ ସୃଷ୍ଟି କରିଛି। ଗାଁରେ ୧୭ ଜଣ ପ୍ରାଣ ହରାଇ ସାରିଥିଲେ ହେଁ ଏହାର କାରଣ ସମ୍ପର୍କରେ ଏଯାଏ ଜଣାପଡ଼ିନି।

ରହସ୍ୟମୟ ରୋଗ ସମ୍ପର୍କରେ ପ୍ରଥମେ ଗତବର୍ଷ ଡିସେମ୍ବର ୭ରେ ସୂଚନା ମିଳିଥିଲା। ଡିସେମ୍ବର ୭ରେ ବିନା କାରଣରେ ବଧାଲ ଗାଁରେ ୫ ଜଣଙ୍କ ଜୀବନ ଚାଲି ଯାଇଥିଲା। ଏହାପରେ ପର୍ଯ୍ୟାୟକ୍ରମେ ଆଉ ୧୨ ଜଣ ଅଜଣା ରୋଗରେ ଆଖି ବୁଜିଛନ୍ତି। ଏହି ଅଜଣା ରୋଗରେ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଛନ୍ତି ଗାଁର ମହମ୍ମଦ ଅସଲାମ। ସେ ନିଜର ବାପା ମା’ଙ୍କ ସମେତ ନିଜର ସମସ୍ତ ୬ ପିଲାଙ୍କୁ ହରାଇଛନ୍ତି। ରହସ୍ୟମୟ ରୋଗ ଦିନକୁ ଦିନ ଭୟଙ୍କର ସ୍ଥିତି ସୃଷ୍ଟି କରୁଥିବାରୁ ଶନିବାର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ୧୧ ଜଣିଆ ଅନ୍ତଃ ମନ୍ତ୍ରୀ ସ୍ତରୀୟ କମିଟି ଗଠନ କରିଛି। ଏହି କମିଟି ମୃତ୍ୟୁର କାରଣ ଖୋଜିବ। କମିଟିର ସଦସ୍ୟମାନେ ରବିବାର ଠାରୁ ରଜୌରୀରେ ପହଞ୍ଚି ତଦନ୍ତ ଆରମ୍ଭ କରି ଦେଇଛନ୍ତି। ଏସବୁ ଭିତରେ ଜସ୍ମିନ ନାମକ ଜଣେ ନାବାଳିକା ଚିକିତ୍ସାଧୀନ ଅବସ୍ଥାରେ ଏସଏମଜିଏସ୍‌ ହସ୍ପିଟାଲରେ ଆଖି ବୁଜିଛନ୍ତି। ଅସୁସ୍ଥତା କାରଣରୁ ସେ ବେଶ କିଛି ଦିନ ହେଲା ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା। କିନ୍ତୁ ରବିବାର ସେ ପରପାରିକୁ ଚାଲି ଯାଇଛନ୍ତି।


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading