ଅମ୍ବାଭୋନାରେ ବାବା କେଦାରନାଥଙ୍କ ମହା ଶିବରାତ୍ରି ଓ ଜାଗର ଯାତ୍ରା

Creat A Revolution
           

ବରଗଡ଼(ନିରଞ୍ଜନ ତ୍ରିପାଠୀ)-:

ବରଗଡ ଜିଲ୍ଲା ଅମ୍ବାଭୋନାର ପଶ୍ଚିମ ଓଡିଶାର ପ୍ରସିଦ୍ଧ ଶିବ ମନ୍ଦିର କେଦାରନାଥ ବାବାଙ୍କ ମହା ଶିବରାତ୍ରି ଓ ଜାଗର ଯାତ୍ରା ବହୁ ଆଡମ୍ବର ରେ ପାଳନ ହୋଇଯାଇଛି। ବାର ପାହାଡ଼ ର ସବୁଜ ବଣ ଭରା ପରିବେଶର ସୌନ୍ଦର୍ଯ୍ୟ ବାବାଙ୍କ ପୀଠକୁ ବେଶ ରମଣୀୟ କରୁଛି। ଏହି ମନ୍ଦିର ସମ୍ବଲପୁର ମହାରାଜା ବଳିୟାର ସିଂ ଙ୍କ ଅମଳରେ ନିର୍ମିତ ଅଷ୍ଟଶମ୍ଭୁ ପୀଠ ମଧ୍ୟରୁ ଅନ୍ୟତମ।ଏଠାରେ ଭୋର ରୁ ପବିତ୍ର ପୁଷ୍କରିଣୀ ରେ ବୁଡ଼ ପକାଇବା ସହିତ ବାବାଙ୍କୁ ପୂଜାର୍ଚ୍ଚନା କରିଥିଲେ।ବହୁ ଦୂରଦୂରାନ୍ତ ରୁ ହଜାର ହଜାର ସଂଖ୍ୟା ରେ ଶ୍ରଦ୍ଧାଳୁ ମାନେ ଆସି ବାବାଙ୍କୁ ଦର୍ଶନ କରି ମାନସିକ ପୂରଣ ପାଇଁ ପୂଜାର୍ଚନା କରିଥିଲେ।

ଚଳିତ ବର୍ଷ ଭଟଲି ବିଧାୟକ ଶ୍ରୀ ଇରାସିସ ଆଚାର୍ଯ୍ୟ ଙ୍କ ପ୍ରୟାସ ରେ ଏହି ପୀଠ କୁ ଓଡିଶା ସରକାର ଙ୍କ ପର୍ଯ୍ୟଟନ ସ୍ଥଳୀ ହିସାବରେ ମାନ୍ୟତା ପାଇଛି। ଏଠାରେ ଭକ୍ତ ଙ୍କ ସୁବିଧା ପାଇଁ କଲ୍ୟାଣ ମଣ୍ଡପ, ଭୋଗ ମଣ୍ଡପ ଓ ଯଜ୍ଞ ମଣ୍ଡପ ଆଦି ସୁବିଧା ରହିଅଛି। ଏହି ଶିବ ପୀଠ କୁ ପଡୋଶୀ ରାଜ୍ୟ ଛତିଶଗଡ଼ ତଥା ଆଖ ପାଖ ଅଞ୍ଚଳ ରୁ ଜାଗର ଯାତ୍ରା ରେ ସାମିଲ ହେବା ପାଇଁ ଆସିଥାନ୍ତି। ଅମ୍ବାଭୋନା ଟ୍ରଷ୍ଟ ବୋର୍ଡ ର କର୍ମକର୍ତ୍ତା ଓ ସ୍ବେଛାସେବୀ ଯୁବକ ଙ୍କ ଦ୍ୱାରା ଆସୁଥିବା ଭକ୍ତ ମାନଙ୍କ ସହଯୋଗ କରାଯାଉଛି।

କିପରି ଭାବରେ ସୁରୁଖୁରୁରେ ଶାନ୍ତି ଶୃଙ୍ଖଳା ସହିତ ବାବାଙ୍କୁ ଦର୍ଶନ କରିପାରିବେ ସେଥି ନିମନ୍ତେ ଅମ୍ବାଭୋନା ପୋଲିସ ମୁତୟନ ରହିଛି। ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ର ସ୍ୱାସ୍ଥ୍ୟ କର୍ମୀ ଙ୍କ ଦ୍ୱାରା ଭକ୍ତ ମାନଙ୍କୁ ଆବଶ୍ୟକ ଅନୁସାରେ ପ୍ରାଥମିକ ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆ ଯାଇଛି। ରାତ୍ରି ପ୍ରାୟ ୧୦ ଟା ସମୟରେ ମହାଦୀପ ଉଠିବା ସହିତ ଧ୍ବଜାରୋହଣ କରାଯାଇଥିଲା। ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ବରପାଲି ର ମହିଳା ଦଣ୍ଡ ଉଦୀଆଁ ତରା ଓ କୁମ୍ଭାରୀ ର ଭଗବାନ ପାର୍ଟି ନାଟକ ପରିବେଷଣ ହୋଇଥିଲା ଏବଂ ଅନ୍ନ ପ୍ରସାଦ ର ବ୍ୟବସ୍ଥା କରାଯଇଥିଲା।


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading