ସରକାରୀ ପ୍ରାଥମିକ ବିଦ୍ୟାଳୟ ଖପ୍ରାଖୋଲରେ ବାର୍ଷିକ ଉତ୍ସବ ପାଳିତ

Creat A Revolution

ବରଗଡ଼(ନିରଞ୍ଜନ ତ୍ରିପାଠୀ)-: ଆଜି ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଳକ ଅନ୍ତର୍ଗତ ସରକାରୀ ପ୍ରାଥମିକ ବିଦ୍ୟାଳୟ ଖପ୍ରାଖୋଲରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ବଳରାମ ଦରଦ ମେଘ ଙ୍କ ସଭାପତିତ୍ବରେ ବାର୍ଷିକ ଉତ୍ସବ ସମାରୋହ ଅନୁଷ୍ଠିତ ହୋଇଯାଇଅଛି। ମୁଖ୍ୟ ଅତିଥି ଭାବେ ଏ ବି ଇ ଓ ଶ୍ରୀଯୁକ୍ତ ଲାଲ୍ ମୋହନ ସିଂ,ଏ ବି ଇ ଓ ଶ୍ରୀଯୁକ୍ତ ମୋହନ ଚରଣ ମହନ୍ତ , ସମ୍ମାନିତ ଅତିଥି ଭାବେ ଦ୍ୱାରୀ ବନପାଳ ଶ୍ରୀଯୁକ୍ତ ବିଷ୍ଣୁ ଚରଣ ବିଶ୍ୱାଳ,ସି ଆର ସି ସି ପୁନିରାମ ଗଣ୍ଡ,ରାଧେଶ୍ୟାମ ବାରିକ ଯୋଗଦାନ କରିଥିଲେ ।

ସମସ୍ତ ଅତିଥି ମାନଙ୍କୁ ମାନପତ୍ର ଓ ଉପଢ଼ୌକନ ଦେଇ ସମ୍ମାନିତ କରାଯାଇଥିଲା । ତାପରେ ମାଁ ସରସ୍ଵତୀ ଓ ଅଗ୍ରପୂଜ୍ୟ ଗଣେଶଙ୍କ ପୂଜାର୍ଚ୍ଚନା କରାଯାଇଥିଲା । ଛାତ୍ରୀ ମାନଙ୍କ ଦ୍ଵାରା ସ୍ବାଗତ ସଙ୍ଗୀତ ଗାନ କରାଯାଇଥିଲା । ବିଦ୍ୟାଳୟ ର ପୂର୍ବତନ ଶିକ୍ଷକ ସ୍ବର୍ଗତ ଶ୍ରୀ ଶେଷଦେବ ଦାସଙ୍କୁ ମଂଚାସୀନ ଅତିଥି ବୃନ୍ଦ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ |ପ୍ରଧାନ ଶିକ୍ଷକ ବିଦ୍ୟାଳୟର ବିବରଣୀ ପାଠ କରିଥିଲେ । ଶିକ୍ଷକ ରୋହିତ ଭୁଏ ମଞ୍ଚ ପରିଚାଳନା କରିଥିଲେ ।

କୃତୀ ଛାତ୍ରଛାତ୍ରୀ ମାନଙ୍କୁ ମୁଖ୍ୟ ଅତିଥିଙ୍କ ଦ୍ଵାରା ମାନପତ୍ର ଓ ଟ୍ରଫି ଦେଇ ସମ୍ମାନୀତ କରାଯାଇଥିଲା । ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସାଂସ୍କୃତିକ କାର୍ଯ୍ୟକ୍ରମ କୁ ଶିକ୍ଷକ ଶ୍ରୀ ବିଦ୍ୟାଧର ପଶାୟତ ପରିଚାଳନା କରିଥିଲେ |ଶେଷରେ ସି ଆର୍ ସି ସି ପୁନିରାମ ଗଣ୍ଡ ଧନ୍ୟବାଦ ଅର୍ପଣ କରିଥିଲେ ।


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!