
ହେଲେ ଜିଲ୍ଲା ଆରକ୍ଷୀ ଅଧିକାରୀ ପରୀକ୍ଷା ଏବଂ ଆଇନ ଶୃଙ୍ଖଲା ଦୃଷ୍ଟି ରୁ ଅସୁବିଧା ହେବ ବୋଲି ଗତ ୧୩ ତାରିଖ ରେ ବରଗଡ଼ ଜିଲ୍ଲା ଭିତର କାର୍ଯ୍ୟକ୍ରମ କରି ପାରିବେ ନାହିଁ ବୋଲି ପାଇଥିବା ଅନୁମତି କୁ ଖାରଜ କରିଦେଲେ। ପରେ ବହୁତ ବିଚାର ବିମର୍ଶ ପରେ ଜିଲ୍ଲା ବାହାରେ ସୟାଁ ଖେଳପଡିଆ ଠାରେ ପୁଣି ଜିଲ୍ଲା ପ୍ରଶାସନ ଅନୁମତି ଦେଇଛନ୍ତି ଏବଂ ସେଠାରେ ମହାପଞ୍ଚାୟତ ହେବ ବୋଲି ପ୍ରକାଶ କରିଥିଲେ। ପରେ ବିଜେପୁର ବ୍ଲକ ରେ କୃଷକ ସଂଗଠନ ର ମହେନ୍ଦ୍ର ପଧାନ, ବିନୋଦ ଚୌଧୁରୀ, ଲକ୍ଷପତି ନାଗ, ହେମଚନ୍ଦ୍ର ସାମଲ, ଶଙ୍କର୍ଷଣ ବେହେରା, ଭିକାରି ମେହେର, ଦୁର୍ଗାପ୍ରସାଦ ଭୋଇ, କ୍ଷୀରୋଦ୍ର ପଧାନ, କ୍ଷୀରସିନ୍ଧୁ ବଗର୍ତ୍ତୀ, ନୀଳାଚଳ ସବୁ, ହରିବୋଲ ସାହୁ, ରାମମିଷ୍ଟର ସାହୁ, ପ୍ରଶାନ୍ତ ଭୋଇ ଙ୍କୁ ନୂତନ ସଦସ୍ୟ ଭାବେ ଗ୍ରହଣ କରାଯାଇଥିବା ବେଳେ ମହାପଞ୍ଚାୟତ କୁ ସମସ୍ତ ପ୍ରକାର ସାହାଯ୍ୟ କରିବା ସର୍ବସମ୍ବଦ ପ୍ରସ୍ତାବ ପାରିତ ହୋଇଛି। ବାରମ୍ବାର ଲାଇନ କାଟ କୁ ତୀବ୍ର ବିରୋଧ କରାଯିବ ବୋଲି ମଧ୍ୟ ନିଷ୍ପତ୍ତି ନିଆଯାଇଛି।