କାଙ୍ଗାପଡା ସେବଶ୍ରମରେ ଅନୁଷ୍ଠିତ ହେଲା ବିଦ୍ୟାଳୟର ବାର୍ଷିକ ଉତ୍ସବ

Creat A Revolution

ଫିରିଙ୍ଗିଆ (ସୁବ୍ରତ କୁମାର ମହାନ୍ତି )

-: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ କାଙ୍ଗାପଡା ଠାରେ ଥିବା ଆଦିବାସୀ ଉନ୍ନୟନ ବିଭାଗ ଦ୍ୱାରା ପରିଚାଳିତ ଶେବାଶ୍ରମ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି I ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ କୈଳାଶ ଚନ୍ଦ୍ର ପ୍ରଧାନ ଙ୍କ ଅଧକ୍ଷୟତାରେ ଅନୁଷ୍ଠିତ ଏହି ଉତ୍ସବରେ ଫିରିଙ୍ଗିଆ ଏକଲବ୍ୟ ଆବାସିକ ଆଦର୍ଶ ବିଦ୍ୟାଳୟ ର ଅଧକ୍ଷ କୈଳାଶ ଚନ୍ଦ୍ର ସିଂ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଅନୁଷ୍ଠାନିକ ଭାବରେ ଉତ୍ସବ କୁ ଉଦଘାଟନ କରିବା ସହ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟ୍ୟରେ ଶୃଙ୍କଳା ଓ ସମୟାନୁ ବର୍ତ୍ତିତା ରହିଲେ ଛାତ୍ରଛାତ୍ରୀ ମାନେ ସମାଜର ମୁଖ୍ୟ ସ୍ରୋତରେ ପ୍ରତିଷ୍ଠିତ ହୋଇପାରିବେ ବୋଲି ଉଦବୋଧନ ଦେଇଥିଲେ I

ସେପଟେ କାର୍ଯ୍ୟକ୍ରମ ରେ ଗୋଛାପଡା ଉଚ୍ଚବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ରମେଶ ଚନ୍ଦ୍ର ସାହୁ ମୁଖ୍ୟ ବକ୍ତା ଭାବରେ ଯୋଗଦେଇଥିବା ବେଳେ କ୍ରାଣ୍ଡିବାଲି ସରପଞ୍ଚ ଲଷ୍ମୀ କହଁର, କ୍ରାଣ୍ଡିବାଲି ପଞ୍ଚାୟତ ର ପୂର୍ବତନ ସରପଞ୍ଚ ବିଷ୍ନୁଚରଣ ମଳିକ,ନାଏବ ସରପଞ୍ଚ ଦାମୋଦର କହଁର, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ସାଗର ରଣା,ତଳପଡା ସେବଶ୍ରମ ର ପ୍ରଧାନ ଶେବକ ପ୍ରଭାକର ପ୍ରଧାନ,ଦରିସୁଗା ଶେବାଶ୍ରମ ର ପ୍ରଧାନ ଶେବକ ଗଞ୍ଜା କହଁର,ମୁସେଲିପାଙ୍ଗା ସେବାଶ୍ରମ ର ପ୍ରଧାନ ଶେବକ ଯତୀନ୍ଦ୍ର ପ୍ରସାଦ ରାଉତ,ସେସ୍କାଯୋଡି ସେବାଶ୍ରମ ର ପ୍ରଧାନ ଶେବକ ରମେଶ୍ୱର କହଁର,କମ୍ବାପଡା ସେବାଶ୍ରମ ର ପ୍ରଧାନ ଶେବକ ସଞ୍ଜୟ କୁମାର ପ୍ରଧାନ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ I

ତେବେ କାର୍ଯ୍ୟକ୍ରମ ରେ ରାଇଗୁଡା ପ୍ରାଥମିକ ବିଦ୍ୟାଳୟ ର ସହକାରୀ ଶିକ୍ଷକ କୁଶ ନାଏକ ପରିଚାଳନା କରିଥିବା ବେଳେ ବିଭିନ୍ନ ପ୍ରତିଯୋଗିତା ରେ କୃତିତ୍ୱ ଅର୍ଜନ କରିଥିବା ବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନଙ୍କୁ ଏହି ଅବସରରେ ପୁରସ୍କୃତ କରାଯାଇଥିଲା I କାର୍ଯ୍ୟକ୍ରମ ର ଉଦଯାପନୀ ଉତ୍ସବରେ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା I ତେଣେ କାର୍ଯ୍ୟକ୍ରମ କୁ ବିଦ୍ୟାଳୟରେ କାର୍ଯ୍ୟରତ ଶିକ୍ଷୟିତ୍ରୀ ସରୋଜିନୀ ନାଏକ,ସୁଚିତ୍ରା ମହାରଣା,ଶ୍ରଦ୍ଧାଞ୍ଜଳି ମହାରଣା ଓ ଶିକ୍ଷକ ଗୌତମ କହଁର ଙ୍କ ସହ ସମସ୍ତ କର୍ମଚାରୀ ମାନେ ଉପସ୍ଥିତ ରହି ସହଯୋଗ କରିଥିବା ବେଳେ ବିଦ୍ୟାଳୟ ପରିଚାଳନା କମିଟି ର ସଭାପତି ଧନ୍ୟବାଦ ଅର୍ପଣ କରିଥିଲେ I


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!