ବିଜେପୁରରେ ଶିକ୍ଷକ ସମାବେଶ : ପୁରୁଣା ପେନସନ ଲାଗୁ ନହେବାଯାଏଁ ଜାରି ରହିବ ଆନ୍ଦୋଳନ

Creat A Revolution
           

ବରଗଡ଼(ନିରଞ୍ଜନ ତ୍ରିପାଠୀ)-: ୨୦୦୫ରୁ ସରକାରୀ କର୍ମଚାରୀମାନଙ୍କ ପାଇଁ ଏନପିଏସ ଲାଗୁ ହୋଇଛି। ଏହାଦ୍ବାରା କର୍ମଚାରୀଗଣ ଉପକ୍ରୁତ ହେବା ଅପେକ୍ଷା ବହୁ ଦହଗଞ୍ଜ ହେଉଛନ୍ତି। ତେଣୁ ଏହା ପରୋକ୍ଷରେ ସରକାରଙ୍କ କର୍ମଚାରୀ ମାରଣ ନୀତି ହୋଇଛି। ଦୀର୍ଘ ୨୦ବର୍ଷ ଧରି ସେବା କରିଥିବା କର୍ମଚାରୀ ପୁରୁଣା ପେନସନ ପାଇବାର ହକଦାର ଅଟେ।

ସୁତରାଂ ଏନପିଏସ ଉଛ୍ଛେଦ କରାଯାଇ ପୁରୁଣା ପେନସନ ଲାଗୁ ନ ହେବାଯାଏଁ ଆନ୍ଦୋଳନ ଅବ୍ୟାହତ ରହିବ। ବରଗଡ଼ ଜିଲ୍ଲା ବିଜେପୁର ଶିକ୍ଷକ ଭବନରେ ଏନପିଏସ ଉଚ୍ଛେଦ ଓ ପୁରୁଣା ପେନସନ ଲାଗୁ ପାଇଁ ହୋଇଥିବା ଶିକ୍ଷକ ସମାବେଶରେ ଏହି ମତପ୍ରକାଶ ପାଇଛି। ପଦ୍ମପୁର ଏନପିଏସ ସଂଘର ସଭାପତି ରଘୁନାଥ ପୁରି ମୁଖ୍ଯ ଅତିଥି ଭାବେ ଯୋଗଦେଇ ବିଘ୍ନରାଜ ଗଜାନନ ତଥା ବରପୁତ୍ରଙ୍କ ପ୍ରତିକୃତୀ ରେ ପୁଷ୍ପମାଲ୍ୟ ଅର୍ପଣ କରି ସମାବେଶକୁ ଉଦଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ଯରେ ସୋହେଲା ଏନପିଏସ ସଂଘର ସଭାପତି କୁବେର ମହାପାତ୍ର, ବିଜେପୁର ଶିକ୍ଷକ ସଂଘର ସଭାପତି ଭାଗବତ ସାହୁ ସମ୍ମାନୀତ ଅତିଥି, ସୋହେଲା ଏନପିଏସ ସଂଘର ବରିଷ୍ଠ ନେତା ଜୟସିଂ ମହାନନ୍ଦ ମୁଖ୍ଯବକ୍ତା ଭାବେ ଯୋଗଦେଇ ଥିଲେ।ପୃଥ୍ବୀରାଜ ବାରିକଙ୍କ ଅଧ୍ଯକ୍ଷତାରେ ସମାବେଶ ଅନୁଷ୍ଠିତ ହୋଇଥିଲା।

https://youtu.be/dVFvDYhzYEI
subscribe now

ସଂପ୍ରତି ଲାଗୁ ହେଉଥିବା ଏନପିଏସ ବ୍ଯବସ୍ଥା ଉଚ୍ଛେଦ କରାଯାଇ ପୁରୁଣା ପେନସନ ଲାଗୁ କରିବା ଦିଗରେ ଆଗାମୀ ଦିନରେ ସରକାରଙ୍କ ନିକଟରେ ଦାବି କରିବାକୁ ନିଷ୍ପତ୍ତି ହୋଇଛି। ଏଥିରେ ସମସ୍ତ ବର୍ଗର କର୍ମଚାରୀମାନଙ୍କୁ ଏକତ୍ରିତ କରିବାକୁ ଆଲୋଚନା ହୋଇଥିଲା। ସୁନନ୍ଦ ମିଶ୍ର, ସୀତାରାମ ଦୀପ, ରାଜେଶ୍ବର ବେହେରା,କବିତାରାଣୀ ସାହୁ, ସୌମ୍ୟ ରଂଜନ ପଧାନ ପ୍ରମୁଖ ଉଦବୋଧନ ଦେଇଥିଲେ। ଘନଶ୍ୟାମ ଡନସନା ସ୍ବାଗତ ଭାଷଣ ଓ ଉଦ୍ଦେଶ୍ଯ ଜ୍ଞାପନ କରିଥିଲେ। ବିଭୂତି ଭୂଷଣ ସାହୁ ସମାବେଶକୁ ସଂଯୋଜନା କରିଥିଲେ। ନବୀନ ସାହୁ, ବାଲାଜୀ ରାଓମୋରେ, ପ୍ରଭାତ ରଂଜନ ସାହୁ, ପ୍ରଭାତ ମୋହନ ମିଶ୍ର, ଭଗବାନ ବଡଗୋଛିଆ, ସରୋଜ ମେହେର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ବିଡିଓ ସାହୁ ଧନ୍ଯବାଦ ଅର୍ପଣ କରିଥିଲେ।


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading