କନ୍ଧମାଳ -:(ମୃତ୍ୟୁଞ୍ଜୟ ଦିଗାଲ)କନ୍ଧମାଳ ଜିଲ୍ଲା ଫୁଲବାଣୀ ବ୍ଲକ ଅନ୍ତର୍ଗତ ବିସିପଡା ଗ୍ରାମ ପଞ୍ଚାୟତ ମାଝିପଦର ଗ୍ରାମରେ ସ୍ୱାତୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଓ ଓଡିଶା ରାଜ୍ୟ ଏଡସ୍ କନ୍ଟ୍ରୋଲ ସୋସାଇଟି ଙ୍କ ମିଳିତ ଉଦ୍ୟମରେ ଆନ୍ତର୍ଜାତୀୟ ଶ୍ରମିକ ଦିବସ ସମ୍ପର୍କିତ ଏକ ଆଲୋଚନା ସଭା ଅନୁଷ୍ଠିତ ହୋଇଯାଇଅଛି । ଜିଲ୍ଲା ସ୍ୱାସ୍ଥ୍ୟ କାର୍ଯ୍ୟଳୟର ଡି.ଆଇ.ସି ସୁପରଭାଇଜର (ଏଚ୍,ଆଇ.ଭି./ଏଡସ୍) ଦେବାଷିଶ ମିଶ୍ର ଉପସ୍ଥିତ ଅଂଶଗ୍ରହଣ କାରି ଙ୍କୁ ଶ୍ରମିକ ମାନଙ୍କର ସ୍ୱାସ୍ଥ୍ୟ ର ଯତ୍ନ ଓ କର୍ମକ୍ଷେତ୍ରରେ ନିଜ ନିଜର ସୁରକ୍ଷା ସର୍ମ୍ପକିତ ବିଷୟରେ ଆଲୋକପାତ କରିଥିବା ବେଳେ, ସ୍ୱାତୀ କର୍ମୀ ଶାନ୍ତନୁ କୁମାର ମିଶ୍ର ଶ୍ରମିକ ମାନଙ୍କ ପାଇଁ ଉଦ୍ଧିଷ୍ଟ ସରକାରୀ ସୁବିଧା, ସାମାଜିକ ସୁରକ୍ଷା ଓ ଆଇନଗତ ଦିଗ ଗୁଡିକ ଉପରେ ସମ୍ୟକ ସୁଚନା ଦେଇଥିଲେ । ମାଝିପଦର ନାଏବ ସରପଞ୍ଚ ସଞ୍ଜିତ କୁମାର ଦିଗାଲ ପଞ୍ଚାୟତ ସ୍ତରରେ ଉପଲବ୍ଧ ସୁବିଧା ସୁଯୋଗ ତଥା ଶ୍ରମିକ କାର୍ଡ, ଏମ.ଜି, ଏନ୍, ଆର.ଜି.ଏସ କାର୍ଡ, ରାସନ କାର୍ଡ ଓ ଏହାର ଉପାଦେୟତା ଉପରେ ବକ୍ତବ୍ୟ ରଖିଥିଲେ । ଅଙ୍ଗନ ବାଡି କର୍ମୀ ପ୍ରଭାତୀ କୁମାରୀ ବେହେରା ତାଙ୍କ ଦ୍ୱାରା ପ୍ରଦତ ସେବା ଗୁଡିକୁ ତ୍ୱାରାନିତ କରି ଲୋକଙ୍କ ପାଖରେ ପହଞ୍ଚାଇବାର ବାର୍ତା ଦେଇଥିଲେ । ସ୍ୱାତୀ ଅନୁଷ୍ଠାନର ଲକ୍ଷ ଭେଦିପ୍ରକଳ୍ପ ର କାଉନସିଲର ସ୍ନେହଲତା ନାୟକ ଏଚ୍,ଆଇ.ଭି./ଏଡସ୍ ନିରାକରଣ ସକାସେ ପ୍ରଦନା କରାଯାଉଥିବା ସେବା ଉପସ୍ଥାପନା କରିବା ସହ ଏହା କିପରି ଲୋକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି ହୋଇପାରିବ, ବିଶେଶ କରି ଅଣ ସଂଘଟିତ ଶ୍ରମିକ ମାନଙ୍କୁ ସହାୟତା ହୋଇପାରିବ ତାହା ଉପରେ ଆଲୋକପାତ କରିଥିଲେ । ଏହି କାର୍ଯ୍ୟକ୍ରମରେ କିନ୍ନର ବିଷ୍ଣୁପ୍ରିୟା ପ୍ରଧାନ ସହଯୋଗ କରିଥିବା ବେଳେ ସୀତା ରଣା ଧନ୍ୟବାଦ ଅର୍ପଣ କରିଥିଲେ ।
Discover more from odia.bnslive.in
Subscribe to get the latest posts sent to your email.