କନ୍ଧମାଳ (ମୃତ୍ୟୁଞ୍ଜୟ ଦିଗାଲ) -: ବିତି ଯାଇଥିବା ଜମ୍ମୁକାଶ୍ମୀରର ପହଲଗାମ୍ ଠାରେ ଆତଙ୍କି ହାମଲାରେ ପୁରା ଭାରତରେ ଏକ ପ୍ରକାର ଦୁଃଖର ଲହରି ଖେଳି ଯାଇଥିଲା । ସାରା ଭାରତରେ ପ୍ରତିଶୋଧର ନିଆଁ ଜଳି ବାରେ ଲାଗିଥିଲା। ଏଥିରେ ବାଦ ପଡିନଥିଲେ କଂଗ୍ରେସର ବିରୋଧୀ ଦଳ ନେତା ଶ୍ରୀଯୁକ୍ତ ରାହୁଲ ଗାନ୍ଧୀ । ଘଟଣାକୁ ଦୃଢନିନ୍ଦା କରିବା ସହିତ ଆତଙ୍କବାଦୀ ଆକ୍ରମଣରେ ୨୬ ଜଣ ପର୍ଯ୍ୟଟକ ମୃତ୍ୟୁକୁ ସହଜ ରେ ଗ୍ରହଣ କରିନ ଥିଲେ ଶ୍ରୀଯୁକ୍ତ ରାହୁଲ ଗାନ୍ଧୀ । ସର୍ବଦଳୀୟ ବୈଠକ ଡାକିବା ସହିତ ଭାରତର ବୀର ଯବାନ ମାନଙ୍କର ମନ ବଳକୁ ଦୃଢ କରିବା ପାଇଁ କଂଗ୍ରେସ ସଦାବେଳେ ସେନା ସହିତ ରହିଛି ଏବଂ ରହିବ ବୋଲି ଦମ୍ବର ସହିତ କହିଥିଲେ କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଏଥିରେ ପାକିସ୍ତାନର ହାତ ଥିବା ସୃଷ୍ଟହେବା ପରେ ଦେଶର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀଙ୍କ ଆଦେଶ କ୍ରମେ ଭାରତର ଜଳ, ସ୍ଥଳ, ବାୟୁ ସେନା ପକ୍ଷରୁ “ମିଶନ ସିନ୍ଦୁର” ନାମରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଘନ ଘନ ଆକ୍ରମଣ ପରେ ଧରାସାଇ ହୋଇଥିଲା ପାକିସ୍ତାନ । ଏହାର ସଫଳତା କୁ ନେଇ ସାରା ଭାରତରେ ତୀରଙ୍ଗା ଯାତ୍ରା ଆରମ୍ଭ କରିଛି ଦେଶ । ଏହାକୁ ଆଖି ଆଗରେ ରଖି କନ୍ଧମାଳ କଂଗ୍ରେସ କମିଟିର ଜିଲ୍ଲା ସଭାପତି ଶ୍ରୀଯୁକ୍ତ ଚନ୍ଦ୍ର ଶେଖର ପରିଡା, ଉପ ସଭାପତି ରଜତ ମହାନ୍ତି,ଶ୍ରମିକ ନେତାର ଜିଲ୍ଲା ସଭାପତି ଘନ ଶବର, ପୂର୍ଵତନ ସାଂସଦ ରାଧାକାନ୍ତ ଦିଗାଲ, ପୂର୍ବତନ ବିଧାୟକ ଅଭିମନ୍ୟୁ ବେହେରା, ଶ୍ରମିକ ନେତାର ଉପ ସଭାପତି ମିଲନ ନାୟକ, ମିଡ଼ିଆ ସେଲର ସଭାପତି ସିଲୁ ପାଢ଼ି, ବରିଷ୍ଠ ନେତା ହେମନ୍ତ କର, ଦୁର୍ଯ୍ୟ ପଟ୍ଟନାୟକ, ସଂସାର ଭୋଇ , ଯୁବନେତା ଅନୁପ କହଁର ସମସ୍ତେ ମିସି କଂଗ୍ରେସର ଜିଲ୍ଲା ଅଫିସ ଠାରେ କ୍ୟାଣ୍ଡେଲ ରାଲି ଆତଙ୍କି ହମଲାରେ ମୃତ୍ୟୁ ବରଣ କରିଥିବା ଲୋକଙ୍କର ଆତ୍ମାକୁ ଶାନ୍ତିସହ ଏକ ନିରବ ପ୍ରାର୍ଥନା କରିଥିଲେ ।
ଆତଙ୍କି ହମଲାକୁ ନେଇ କ୍ୟାଣ୍ଡେଲ ରାଲି ନିରବ ପ୍ରାଥନା କଲେ କନ୍ଧମାଳ କଂଗ୍ରେସ କମିଟି
Creat A Revolution