କନ୍ଧମାଳ -:(ମୃତ୍ୟୁଞ୍ଜୟ ଦିଗାଲ)ସ୍ଥାନୀୟ ଗାନ୍ଧୀ ସ୍ମୃତି ଭବନଠାରେ ଶନିବାର ଆର୍ଟ ଅଫ ଗିଭିଙ୍ଗ ଯୋଜନାର ଦ୍ବାଦଶ ବାର୍ଷିକୀ ପାଳିତ ହୋଇ ଯାଇଛି। ଶିକ୍ଷାବିତ ଅଚ୍ୟୁତ ସାମନ୍ତଙ୍କ ପ୍ରଚେଷ୍ଟାରେ ଚାଲିଥିବା ଏହି ପରିକଳ୍ପନାର ବାର୍ଷିକୀ ପାଳନ ଅବସରରେ ମୂଖ୍ଯ ଅତିଥି ଭାବେ ଯୋଗ ଦେଇ ଅତିରିକ୍ତ ଜିଲ୍ଲାପାଳ ରମେଶ ଚନ୍ଦ୍ର ଜେନା ପ୍ରତ୍ୟେକ ମଣିଷ ନିକଟରେ ଦାନର ଭାବନା ଜାଗ୍ରତ କରିବା ପାଇଁ ଆହ୍ବାନ ଦେଇଥିଲେ। ମୂଖ୍ୟବକ୍ତା ଆଇନଜୀବୀ ବିଜୟ କୃଷ୍ଣ ପଟ୍ଟନାୟକ ଦାନର ପରମ୍ପରା ଭାରତ ବର୍ଷରେ ଅତି ପୁରୁଣା ବୋଲି କହିବା ସହ ଏଭଳି ଏକ ପ୍ରୟାସ ସମାଜରେ ସମ୍ବେଦନଶୀଳତା ବୃଦ୍ଧି କରିବାରେ ସହାୟକ ହୋଇଛି ବୋଲି କହିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା କ୍ରୀଡା ସଂସଦ ସମ୍ପାଦକ ଶିବ ପ୍ରସାଦ ତ୍ରିପାଠୀ, ଅବସରପ୍ରାପ୍ତ କର୍ମଚାରୀ ସଂଘ ସଭାପତି ସର୍ବେଶ୍ବର ମିଶ୍ର ଏବଂ ଏଏନଏମ ଟ୍ରେନିଂ ସେଣ୍ଟରର ବରିଷ୍ଠ ଟ୍ୟୁଟର ମମତା ତ୍ରିପାଠୀ ପ୍ରମୂଖ ବକ୍ତବ୍ୟ ରଖି ଏହି ଉଦ୍ୟମର ଭୂୟସୀ ପ୍ରଶଂସା କରିଥିଲେ। ଜିଲ୍ଲା ସଂଯୋଜକ ଭାଗିରଥୀ ସେଠୀ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ସାମ୍ବାଦିକ ଶିବପ୍ରସାଦ ବିଶ୍ବାଳ ଧନ୍ୟବାଦ ଅର୍ପଣ କରିଥିଲେ।
ଆର୍ଟ ଅଫ ଗିଭିଙ୍ଗର ଦ୍ବାଦଶ ବାର୍ଷିକୀ ପାଳିତ।
Creat A Revolution
