ମଦୁଆ ସ୍ବାମୀଙ୍କ ଉନ୍ମତ୍ତ କାଣ୍ଡ: ସ୍ତ୍ରୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟା

Creat A Revolution
           

ନୂଆପଡ଼ା -: ନୂଆପଡ଼ା ଜିଲ୍ଲା ଧରମବନ୍ଧା ଥାନା ଅନ୍ତର୍ଗତ ଖୁଟବନଭେରାର କେନାଲ ପଡ଼ାରେ ରବିବାର ମଦୁଆ ସ୍ବାମୀଙ୍କ ଉନ୍ମତ୍ତ କାଣ୍ଡ ଦେଖିବାକୁ ମିଲିଛି। ସ୍ତ୍ରୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରି ଘଟଣା ସ୍ଥଳରୁ ହତ୍ୟାକାରୀ ସ୍ବାମୀ ପଳାଉଥିବା ବେଲେ ଗାଁ ଲୋକେ କାବୁ କରି ରଶିରେ ବନ୍ଧି ରଖିଥିଲେ। ପରେ ଘଟଣା ସ୍ଥାଳକୁ ଧରମବନ୍ଧା ପୁଲିସ ପହଞ୍ଚି ହତ୍ୟାକାରୀ ସ୍ବାମୀଙ୍କୁ କାବୁ କରି ସ୍ତ୍ରୀର ମୃତ ଦେହକୁ ଜବତ କରିଥିବା ଜଣାପଡିଛି। ମିଳିଥିବା ସୂଚନା ଅନୁଯାଇ  ଧରମବନ୍ଧା ଥାନ ଖୁଟବନଭେରାର କେନାଲପଡା ସନ୍ତୋଷ କମାର (୪୪) ରବିବାର ସନ୍ଧ୍ୟାରେ ସନ୍ତୋଷ କୁମାର ମଦ ପିଇବାରୁ ସ୍ବାମୀ ଓ ସ୍ତ୍ରୀ ମଧ୍ୟରେ ଝଗଡ଼ା ହୋଇଥିଲା। 

ସ୍ବାମୀ ରାଗି ଯାଇ  ଦ୍ବିତୀୟ ସ୍ତ୍ରୀ ତିରିତ୍ କମାର(୪୦) ଟାଙ୍ଗିଆରେ ଆକ୍ରମଣ କରିଥିଲେ।  ଯାହାଫଳରେ ସ୍ତ୍ରୀଙ୍କର ଘଟଣା ସ୍ଥଳରେ ମୃତ୍ୟୃ ହୋଇଥିଲା।  ହେଲେ ମଦୁଆ ସ୍ବାମୀ ଘଟଣା ଘଟାଇ ଫେରାର  ହେଉଥିବା ବେଲେ ଗାଁ ଲୋକେ କାବୁ କରି ରଶିରେ ବାନ୍ଧି ରଖିଥିଲେ। ପରେ  ଧରମବନ୍ଧା ପୁଲିସ ଖବର ଦେବା ପରେ ଘଟଣା ସ୍ଥଳରେ ଧରମବନ୍ଧା ଥାନା ଅଧିକାରୀ ଟଙ୍କଗୀରି ଭୋଇ ଓ ଏସଆଇ ବିନୋଦ ସେଠୀ  ପହଞ୍ଚି  ହତ୍ୟାକାରୀ ସ୍ବାମୀ ଙ୍କୁ  କାବକୁ କରିବା ସହ ସ୍ତ୍ରୀର ମୃତ ଦେହେବକୁ ଜବତ କରିଛନ୍ତି। ଏକ ହତ୍ୟା ମାମଲା ରୁଜୁ କରି  ପରି  ତଦନ୍ତ  ଆରମ୍ଭ କରିଥିବା ବେଲେ  ସ୍ବାମୀଙ୍କୁ  ଅଟକ ରଖିଥିବା ଜଣାପଡିଛି। ରାତି ହୋଇଥିବାରୁ ଆସନ୍ତା କାଳି ସୋମବାର ଦିନ ନୂଆପଡ଼ା ମୁଖ୍ୟ ଡାକ୍ତରଖାନାରେ ବ୍ୟବଛେଦ ପରେ ପରିବାରଙ୍କୁ ହସ୍ତାନ୍ତର କରାଯିବ ବୋଳି ଧରମବନ୍ଧା ପୁଲିସ ସୂଚନା ଦେଇଛି।  ପ୍ରକାଶ ଯେ, ସନ୍ତୋଷ ଓ ତିରିତଙ୍କ ଚାରି ଜଣ ଛୁଆ ଜଣେ ପୁଅ ଓ ତିନି ଜଣ ଝିଅ ଅଛନ୍ତି । ସେ ଦାଦନ ଯାଇ ପରିବାର  ପ୍ରତି ପୋଷଣ କରୁଥିଲେ ବୋଲି ସ୍ଥାନୀୟ ଲୋକେ   କହିଛନ୍ତି।


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading