ପେଟରେ କେଉଁ ସବୁ କ୍ୟାନ୍ସର୍ ହୁଏ?
ପେଟରେ ହେଉଥିବା କ୍ୟାନ୍ସର୍କୁ ମୂଳତଃ ଦୁଇ ଭାଗରେ ବିଭକ୍ତ କରାଯାଇଛି। ପ୍ରଥମଟି ଜି.ଆଇ ବା ଗ୍ୟାଷ୍ଟ୍ରୋ ଇଣ୍ଟେଷ୍ଟିନାଲ୍ କ୍ୟାନ୍ସର୍ ଏବଂ ଅନ୍ୟଟି ଏଚ୍.ପି.ବି ବା ହେପାଟୋ-ପାନକ୍ରିୟାଟୋ-ବଲିୟାରି କ୍ୟାନ୍ସର୍।

ପେଟ କ୍ୟାନ୍ସର୍ର ଲକ୍ଷଣ କ’ଣ?
ପେଟର ଭିନ୍ନ ଭିନ୍ନ ଭାଗର କ୍ୟାନ୍ସର୍ରେ ଅଲଗା ଅଲଗା ଲକ୍ଷଣ ଦେଖାଯାଏ। ଖାଦ୍ୟ ନଳୀ କ୍ୟାନ୍ସର୍ରେ ଖାଦ୍ୟ ଗିଳିବାରେ କଷ୍ଟ ହେବା; ଅନ୍ତଃନଳୀ କ୍ୟାନ୍ସର୍ରେ ଭୋକ ନ ହେବା, ବାରମ୍ବାର ବାନ୍ତି ହେବା, ପେଟ କାଟିବା; ମଳଦ୍ବାର କ୍ୟାନ୍ସର୍େର ମଳରେ ରକ୍ତ ପଡ଼ିବା, ମଳତ୍ୟାଗ କରିବାରେ କଷ୍ଟ ହେବା; ଲିଭର ପାନ୍କ୍ରିୟାଜ୍-ଗଲ୍ ବ୍ଲାଡର କ୍ୟାନ୍ସର୍ରେ ଜଣ୍ଡିସ୍, ହଳଦିଆ ପରିସ୍ରା ହେବା, ପେଟ ବିନ୍ଧିବା, ଭୋକ ନ ଲାଗିବା ଆଦି ଲକ୍ଷଣ ଦେଖିବାକୁ ମିଳେ।
ପେଟରେ ଗ୍ୟାସ୍ ହେବା କ’ଣ କ୍ୟାନ୍ସରର ଲକ୍ଷଣ ହୋଇପାରେ?
ଗ୍ୟାସ୍ ହେବା ପ୍ରାୟ ସବୁ ପେଟ କ୍ୟାନ୍ସର୍ ଆରମ୍ଭର ପ୍ରଥମ ଲକ୍ଷଣ ହୋଇପାରେ।
ପେଟ କ୍ୟାନ୍ସର୍ର ଚିହ୍ନଟ କିପରି କରାଯାଏ?
ରୋଗୀର ଲକ୍ଷଣ ଅନୁଯାୟୀ ଭିନ୍ନ ଭିନ୍ନ ପରୀକ୍ଷା ମାଧ୍ୟମରେ କ୍ୟାନ୍ସର୍ ଚିହ୍ନଟ କରାଯାଏ। ଏଣ୍ଡୋସ୍କୋପି, କଲୋନସ୍କୋପି, ଅଲଟ୍ରାସାଉଣ୍ଡ୍, ସିଟି ସ୍କାନ୍, ଏମ୍.ଆର୍.ଆଇ/ଏମ୍ଆର୍ସିପି, ରକ୍ତ ପରୀକ୍ଷା ଆଦି ମାଧ୍ୟମରେ ପେଟ କ୍ୟାନ୍ସର୍ ଚିହ୍ନଟ ହୁଏ।
ପେଟ କ୍ୟାନ୍ସର ଚିକିତ୍ସା କିପରି ହୋଇଥାଏ ଏବଂ ଲାପାରୋସ୍କୋପି/ରୋବଟ ଦ୍ବାରା କ୍ୟାନ୍ସର୍ ଅପରେସନ୍ ସମ୍ଭବ କି?
ସବୁ ପେଟ କ୍ୟାନ୍ସର୍ର ମୁଖ୍ୟ ଚିକିତ୍ସା ପଦ୍ଧତି ହେଲା ରେଡିକାଲ୍ ସର୍ଜରି। କିଛି କ୍ୟାନ୍ସର୍ରେ ଅସ୍ତ୍ରୋପଚାର ପୂର୍ବରୁ କେମୋଥେରାପି ଓ କିଛିରେ ଅସ୍ତ୍ରୋପଚାର ପରେ କେମୋ ଦିଆଯାଏ। ମଳଦ୍ବାର କ୍ୟାନ୍ସର୍ରେ ଅସ୍ତ୍ରୋପଚାର ପୂର୍ବରୁ ରେଡିଓଥେରାପି ଚିକିତ୍ସା ମଧ୍ୟ କରାଯାଏ। ଆଜିକାଲି ଆଡଭାନ୍ସ ଲାପାରୋସ୍କୋପି ଓ ରୋବଟ ଦ୍ବାରା ମଧ୍ୟ ସଫଳ କ୍ୟାନ୍ସର ଅପରେସନ୍ କରାଯାଉଛି। ଏହା ଦ୍ବାରା ରୋଗୀ କମ୍ ଯନ୍ତ୍ରଣାରେ ଶୀଘ୍ର ସୁସ୍ଥ ହୋଇଥାଏ।
Discover more from odia.bnslive.in
Subscribe to get the latest posts sent to your email.
