ବାଲେଶ୍ବର (ଚନ୍ଦନ କୁମାର ଜେନା ) -: ଯୌତୁକ ନିର୍ଯାତନା ଏବଂ ଶାରିରୀକ ଓ ମାନସିକ ନିର୍ଯାତନା ଅସାଦାଚରଣ ଅଭିଯୋଗ ରେ ମାମୁଂ ଶ୍ବଶୁର ବ୍ରଜ ଗୋପଳ ଦାସ ଅଧିକାରୀ ଙ୍କୁ ଗିରଫ କରିଛି କମର୍ଦ୍ଦା ପୋଲିସ ଅନ୍ୟ ଅଭିଯୁକ୍ତ ମାନେ ଫେରାର ଅଛନ୍ତି ତୁରନ୍ତ ତାଙ୍କୁ ଗିରଫ କରନ୍ତୁ ମତେ ନ୍ୟାୟ ଦିଅନ୍ତୁ ମତେ ଆଉ କେତେ କଷ୍ଟ ଦେବ। ଭଣଜା ବୋହୂ ଉପରେ ମାମୁଂ ପକାଉଛନ୍ତି ଖରାପ ନଜର, ଅସାଦାଚରଣ ଉଦ୍ଯମ କରିବା ସହ ଅଧିକ ଯୌତୁକ ପାଇଁ ଭଣଜା ବୋହୂ କୁ ମାନସିକ ଓ ଶାରୀରିକ ନିର୍ଯାତନା ଦେଇ ହତ୍ୟା କରିବାକୁ ଉଦ୍ୟମ କରୁଛନ୍ତି ମାମୁଂ ଶ୍ବଶୁର ,ଏ ନେଇ ଭଣଜା ବୋହୁ କମର୍ଦା ଥାନାରେ ଲିଖିତ ଅଭିଯୋଗ କରିବା ପରେ କମର୍ଦ୍ଦା ଥାନା ପୋଲିସ 149/25 ରେ ମାମଲା ରୁଜୁ କରି ଘଟଣାରେ ମାମୁଂ ଶ୍ବଶୁର ବ୍ରଜ ଗୋପଳ ଦାସ ଅଧିକାରୀ ଙ୍କୁ ଗିରଫ କରିଛନ୍ତି ଅନ୍ୟ ଅଭିଯୁକ୍ତ ଫେରାର ଅଛନ୍ତି।,
ଅନ୍ୟ ପଟେ ଘଟଣାକୁ ଗୁରୁତ୍ବ ସହ ନେଇ ତଦନ୍ତ ପାଇଁ କମର୍ଦ୍ଦା ଥାନା ରେ ଜଳେଶ୍ଵର SDPO ପହଞ୍ଚିଛନ୍ତି।ବାଲେଶ୍ୱର ଜିଲ୍ଲା କମର୍ଦା ଥାନା ଅନ୍ତର୍ଗତ ଦୁଡପଳ ଗ୍ରାମ ର ଏହି ଘଟଣା ଏବେ ଚର୍ଚ୍ଚା ର ବିଷୟ ପାଲଟିଛି,ଅଭିଯୋଗ ଅନୁଯାୟୀ ବାଲିଆପାଳ ଥାନା ଘଣ୍ଟିଆଡି ଗ୍ରାମର ସସ୍ମିତା ଦାସ ଙ୍କ ସହ ଦୁଡପଳ ଗ୍ରାମର ସପନ କୁମାର ଦାସ ଙ୍କ 2022 ମସିହା ରେ ବୈଦିକ ରୀତି ରେ ବିବାହ ହୋଇଥିଲା, ବାହାଘର ପରେ ସସ୍ମିତା ନିଜ ସ୍ୱାମୀଙ୍କ ସହ ବାହାର୍ଦ୍ଦା ସ୍ଥିତ ତାଙ୍କ ମାମୁଁଙ୍କ ଘରେ ଭଡା ନେଇ ରହି ଆସୁଥିଲେ, ସେବେଠୁ ମାଂମୁ ଶ୍ବଶୁର ସସ୍ମିତା ଙ୍କ ଉପରେ ଖରାପ ନଜର ପକାଇବା ସହ ବାରମ୍ବାର ଅସାଦାରଣ କରିବାକୁ ଉଦ୍ଯମ କରୁଥିବା ନେଇ ଅଭିଯୋଗ କରିଛନି ସସ୍ମିତା, ବିବାହ ସମୟରେ ଦାବି ମୁତାବକ ସ୍ୱାମୀଙ୍କୁ ଏକ ବୁଲେଟ୍ ମଟର ସାଇକେଲ, ସୁନା ହାର, ସୁନା ବ୍ରେସଲେଟ, ରାଣି ହାର, ସୁନା ବଳା, ସୁନା ଚୁର, ସୁନା କାନଫୁଲ, ମୁଦି ଓ ଅନ୍ୟାନ୍ୟ କେତେକ ଅଳଙ୍କାର ଯାହାକି ମୋଟ 400 ଗ୍ରାମ ଓଜନର ସୁନା ଅଳଙ୍କାର ଦେବା ସହିତ ବିଭିନ୍ନ ଗୃହ ଉପକରଣମାନ ଦେଇଥିଲେ l
ପରବର୍ତୀ ସମୟରେ ମାମୁ ବ୍ରଜ ଗୋପାଳ ଦାସ ତାଙ୍କ ସ୍ଵାମୀଙ୍କୁ କହି ତାଙ୍କ ଭଣଜା ବୋହୁର ବାପା ଘରୁ ଏକ କାର ଆଣିବା ପାଇଁ ବାଧ୍ୟ କରାଉ ଥିଲେ, ମାତ୍ର ସସ୍ମିତା ଙ୍କ ବାପଘର ଲୋକେ କାର ନ ଦେବାରୁ ବିଭିନ୍ନ ସମୟରେ ମାନସିକ ଓ ଶାରିରୀକ ନିର୍ଯ୍ୟାତନା ଦେଇ ଆସୁଥିଲେ, ଏପରିକି ମାମୁଁ ବ୍ରଜ ଗୋପାଳ ଦାସ ଅଧିକାରୀ, ଶାଶୁ ନିୟତିବାଳା ଦାସ ଅଧିକାରୀଙ୍କ ସହ ମାଉସୀ ଶାଶୁ ଗଦାବରୀ ଦାସ ମଧ୍ଯ ନିର୍ଯାତନା ଦେଇ ଆସୁଥିଲେ ବୋଲି ଥାନା ରେ ଅଭିଯୋଗ ହୋଇଛି, ଏହାକୁ ନେଇ ଭଣଜା ବୋହୁ ସସ୍ମିତା ପ୍ରତିବାଦ କଲେ ତାଙ୍କୁ ପିଟାମରା କରୁଥିଲେ ବୋଲି ଅଭିଯୋଗ କରିଛନ୍ତି
Discover more from odia.bnslive.in
Subscribe to get the latest posts sent to your email.
