କେମିତି ଥିଲା ଉଭୟଙ୍କ ବନ୍ଧୁତା, ଆଉ କାହିଁକି ସାଜିଲେ ସବୁଠୁ ବଡ଼ ଶତ୍ରୁ

Creat A Revolution
           

ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ପଛରେ ଏକ ଏମିତି କାହାଣୀ ଲୁଚି ରହିଛି ଯାହା ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ହତ୍ୟାର ଷଡଯନ୍ତ୍ର ରଚିଥିବା ବିକ୍ରମ ପଣ୍ଡା ଓ ପିଣ୍ଟୁ ଦାସ ପୀତବାସଙ୍କର ଥିଲେ ଘନିଷ୍ଠ ବନ୍ଧୁ । କଲେଜ କ୍ୟାରିୟରରୁ ଦୋସ୍ତି । କିନ୍ତୁ ବନ୍ଧୁ ଯେବେ ବଇରି ସାଜେ ସେତେବେଳେ କଣ ହୁଏ ତାହା ସାରା ରାଜ୍ୟ ଦେଖିଲା । ଖବରଟିକୁ ସମ୍ପୂର୍ଣ୍ଣ ପଢ଼ନ୍ତୁ.. ଜାଣିବେ, କେମିତି ୩ ଜଣ ପରସ୍ପରର ନିକଟତର ହେଲେ ଆଉ ପରବର୍ତ୍ତି ସମୟରେ ପୀତବାସଙ୍କ ହତ୍ୟାର ଷଡଯନ୍ତ୍ର ରଚାଗଲା ?

ଆଇନଜୀବୀ ପୀତବାସ ପଣ୍ଡା । ଜିଲ୍ଲା ବିଜେଡି ସଭାପତି ବିକ୍ରମ ପଣ୍ଡା । ପୂର୍ବତନ ମେୟର ଶିବଶଙ୍କର ଦାସ ଓରଫ ପିଣ୍ଟୁ ଦାସ । ପୀତାବାସ ହତ୍ୟାକାଣ୍ଡ ପଛରେ ଦୋସ୍ତି-ଦୁସମନିର ଇଏ ଏମିତି ଏକ କାହାଣୀ ଯାହା ଶୁଣିଲେ ଆପଣ ତାଜୁବ ହୋଇଯିବେ । ପୁରା ଦୋସ୍ତ ଥିଲେ । ଏମିତି ଦୁସମନି ହେଲା ଯେ ମର୍ଡର କରିଦେଲେ ।

ପୀତବାସ ଆଉ ପିଣ୍ଟୁ ଦାସଙ୍କ ମଧ୍ୟରେ ଭଲ ସମ୍ପର୍କ ଥିଲା । ପିଣ୍ଟୁଙ୍କ କେସ ପରିଚାଳନା କରୁଥିଲେ ପିତବାସ । ଯାହା ବି ଛୋଟ ବଡ଼ ଘଟଣା ଘଟୁଥିଲା ପିଣ୍ଟୁଙ୍କ ସହ, ସେ କଥାର ସମାଧାନର ସୁତ୍ର ବାହାର କରୁଥିଲେ ପୀତବାସ । ଏପରିକି ୨୦୦୭ରେ ଏକ ମାମଲାରେ ପିତବାସ ପିଣ୍ଟୁଙ୍କୁ ଆଇନଗତ ସହାୟତା ପ୍ରଦାନ କରିଥିଲେ । କିନ୍ତୁ ୨୦୦୮ରେ ମେୟର ହେବା ପରେ ଦୂରତା ବଢ଼ିଥିଲା । ଭିତରେ ଭିତରେ ବଢ଼ିଥିଲା ତିକ୍ତତା ।

ପୀତବାସ ହତ୍ୟାକାଣ୍ଡର ଅନ୍ୟତମ ଷଡଯନ୍ତ୍ରକାରୀ ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା ମଧ୍ୟ ଥିଲା ପୀତବାସଙ୍କ ଭଲ ସାଙ୍ଗ । କଲେଜ କ୍ୟାରିୟରରୁ ରାଜନୀତି ଆରମ୍ଭ । ବର୍ଷେ ସାନ-ବଡ଼ରେ ଉଭୟ ଜିଗିରି ଥିଲେ । ୨୦୦୦, ୨୦୦୪, ୨୦୦୯, ୨୦୧୪ ଏପରି ୪ଟି ନିର୍ବାଚନରେ ବିକ୍ରମ ପଣ୍ଡାଙ୍କୁ ରାଜନୈତିକ ପରାମର୍ଶ ଦେଉଥିଲେ ପୀତବାସ । ବିକ୍ରମ କରୁଥିଲେ ରାଜନୈତିକ ଗୋଟିଚାଳନା କିନ୍ତୁ ଇସାରା ଥିଲା ପୀତବାସଙ୍କର । ୨୦୧୮ରେ ବିକ୍ରମ କଂଗ୍ରେସ ଛାଡ଼ି ବିଜେଡିରେ ଯୋଗ ଦେଲେ । ୨୦୧୯ରେ ଜିତିଲେ, କିନ୍ତୁ ପୀତବାସ କଂଗ୍ରେସରେ ରହିଗଲେ ।

୨୦୨୪ରେ ସେମାନଙ୍କ ମଧ୍ୟରେ ଥିବା ତିକ୍ତତା ପଦାକୁ ଆସିଲା । ଆଉ ତା’ପରେ ଆରମ୍ଭ ହୋଇଥିଲା ଷଡଯନ୍ତ୍ର । ଏକ ଏମିତି ଷଡଯନ୍ତ୍ର ଯେଉଁଥିରେ ପୀତବାସଙ୍କୁ ରାସ୍ତାରୁ ହଟାଇବା ପାଇଁ ଅଙ୍କାଯାଇଥିଲା ବ୍ଲୁ-ପ୍ରିଣ୍ଟ ।

ବ୍ରହ୍ମପୁର ଏସପି ବି କହିସାରିଛନ୍ତି କାହିଁକି ବିକ୍ରମ-ପିଣ୍ଟୁଙ୍କ ସହ ପୀତବାସଙ୍କ ତିକ୍ତତା ହେଲା । ଆଉ ଟାର୍ଗେଟ ହୋଇଗଲେ ପୀତବାସ । ବିକ୍ରମଙ୍କ ବିଧାୟକ ହେବାର ସ୍ବପ୍ନ ଆଉ ଶିବଶଙ୍କରଙ୍କ ମେୟର ହେବାର ଅଭିଳାସା । ବର୍ତ୍ତମାନର ବିଧାୟକ କେ.ଅନିଲ କୁମାରଙ୍କ ବିଧାୟକ ପଦ ରଦ୍ଦ କରିବା ପାଇଁ ନିର୍ବାଚନ ପିଟିସନ ଫାଇଲ କରିବା, ଏଥିପାଇଁ ଟଙ୍କା ଖର୍ଚ୍ଚ କରିବା ଏସବୁ କରୁଥିଲେ ବିକ୍ରମ ପଣ୍ଡା । ଏପରିକି ପିତବାସ ମର୍ଡର ପାଇଁ ମଧ୍ୟ କର୍ପୋରେଟର ମଳୟ ବିଷୋୟୀଙ୍କ ସହାୟତା ନିଆଗଲା । ପୁରା ପଲିଟିକାଲ ନେଟଓର୍କ ଲାଗିଥିଲା ମର୍ଡର ପାଇଁ । ଯାହାକୁ ବିଶ୍ବାସ କରିପାରୁନାହାନ୍ତି ବର୍ତ୍ତମାନର ବିଧାୟକ କେ ଅନିଲ କୁମାର । ଏବେ ଜୟପୁର ଲିଙ୍କରେ ମଧ୍ୟ ସୁନିଲକୁ ଉଠାଇ ନେଇଛି ପୋଲିସ । ସୁଦର୍ଶନ ଆତ୍ମସମର୍ପଣ କରିଛି । ଦୋସ୍ତି ଦୁସମନିର ଏ କାହାଣୀ ଗୋଟିଏ ନୂଆ ଇତିହାସ ସୃଷ୍ଟି କରିଛି ।


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading