ଟ୍ରକକୁ ପଛରୁ ପିଟିଲା ଯାତ୍ରୀବାହୀ ବସ୍: ଡ୍ରାଇଭର ଓ ହେଲପର ମୃତ, ୭ ଗୁରୁତର

Creat A Revolution
           

ଜଳେଶ୍ବର: ଜଳେଶ୍ଵର ଥାନା ଅଧୀନସ୍ଥ ୧୬ ନମ୍ବର ଜାତୀୟ ରାଜପଥର ଜଳେଶ୍ଵର ନୂଆ କୋର୍ଟ ସମ୍ମୁଖରେ ବିଳମ୍ୱିତ ରାତିରେ ଏକ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ବସ୍ ଟି ଢେଙ୍କାନାଳର ନୃସିଂହପୁରରୁ କୋଲକାତା ଅଭିମୁଖେ ଯାଉଥିଲା। ଏହି ବସ୍ ରେ ମୋଟ ୪୦ ରୁ ଊର୍ଦ୍ଧ୍ବ ଯାତ୍ରୀ ଥିଲେ ବୋଲି କୁହାଯାଇଛି। ଅଗ୍ନିଶମ ବାହିନୀ ଓ ଏନଏଚ ଆମ୍ବୁଲାନ୍ସ କର୍ମଚାରୀମାନେ ଗୁରୁତରମାନଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ସାହାଯ୍ୟରେ ଜଳେଶ୍ଵର ଜିକେ ଭଟ୍ଟର ହସ୍ପିଟାଲକୁ ଆଣିଥିବା ସୂଚନା ମିଳିଛି। ମୀର ଅବଦୁଲ ରହିମ୍ (୩୯) ଓ ନୃସିଂହ କାଠୁଆ (୪୦)ଙ୍କ ଘଟଣାସ୍ଥଳରେ ମୃତ୍ୟୁ ।

ସୁଚନାଯୋଗ୍ୟ ଯେ ଗତକାଲି ସନ୍ଧ୍ୟା ୫ ଟାରେ ସମୟରେ ୦ଡି୦୫ବିଏଲ-୭୧୬୫ ନମ୍ବରର ଡ଼ଲଫିନ ନାମକ ଏକ ବସ୍ ନରସିଂହପୁରରୁ କଟକ ଦେଇ କୋଲକାତା ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା। ରାତି ପାଖାପାଖି ୩ ଟା ସମୟରେ ବସଟି ଜାତୀୟ ରାଜପଥରର ଲକ୍ଷ୍ମଣନାଥ ରୋଡ଼ ସ୍ଥିତ ଜଳେଶ୍ୱର ନୂଆ କୋର୍ଟ ସମ୍ମୁଖରେ ଯାଉଥିବା ବେଳେ ସେହି ସମୟରେ ରାସ୍ତା ଉପରେ ଯାନ୍ତ୍ରୀକ ତ୍ରୁଟି ଯୋଗୁଁ ଛିଡ଼ା ହୋଇଥିବା ଏକ କୁଣ୍ଡା ବୋଝେଇ ଟ୍ରକ (ଡବ୍ଲୁବି୩୩ସି-୪୦୮୫)କୁ ପଛ ପଟୁ ଧକ୍କା ଦେଇଥିଲା। ଫଳରେ ବସ୍ ର ଚାଳକ କଟକ ଜିଲ୍ଲା ସାଲେପୁର ଅଞ୍ଚଳର ମୀର ଅବଦୁଲ ରହିମ୍ (୩୯) ଓ ହେଲପର ମାହାଙ୍ଗାର ନୃସିଂହ କାଠୁଆ (୪୦)ଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଥିଲା।

ବସ୍ ରେ ୪୦ ରୁ ଊର୍ଦ୍ଧ୍ୱ ଯାତ୍ରୀ ଥିଲେ ବୋଲି କୁହାଯାଇଛି। ସେହିପରି ଢେଙ୍କାନାଳର ପାରାନା ବେଗମ (୨୫) ଓ ଗୁଲହର ବିବି (୫୨), ସୁରେଶ ପରିଡା (୨୯), ଭଦ୍ରକର ସଞ୍ଜୀବ ସାହୁ (୩୦), ମାନସ ମହାନ୍ତି (୨୫) ଓ କେନ୍ଦ୍ରାପଡ଼ାର ପ୍ରବୀର ବେହେରା (୩୦), କଣ୍ଡକ୍ଟର ନିମାପଡା ଅଞ୍ଚଳର ରୁଦ୍ରଜିତ ମହାପାତ୍ର (୩୦)ଙ୍କୁ ଗୁରୁତର ଅବସ୍ଥାରେ ଅଗ୍ନିଶମ ବାହିନୀ ଓ ଏନଏଚ ଆମ୍ବୁଲାନ୍ସର କର୍ମଚାରୀମାନେ ଉଦ୍ଧାର କରି ଜଳେଶ୍ୱର ଜିକେ ଭଟ୍ଟର ହସ୍ପିଟାଲକୁ ଆଣିଥିଲେ। ତେବେ ସେମାନଙ୍କ ମଧ୍ୟରୁ ପାରାନା ବେଗମ ଓ ଗୁଲହର ବିବିଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ବାଲେଶ୍ୱର ଫକୀରମୋହନ ମେଡିକାଲ କଲେଜକୁ ଉଭୟଙ୍କୁ ସ୍ଥାନାନ୍ତରିତ କରାଯାଇଛି। ଦୁର୍ଘଟଣାରେ ବସର ସମ୍ମୁଖ ଭାଗ ସମ୍ପୁର୍ଣ୍ଣ କ୍ଷତିଗ୍ରସ୍ତ ହୋଇଛି। ମୃତକ ଓ ଗୁରୁତରମାନେ ବସର ସମ୍ମୁଖ ଭାଗରେ ଥିଲେ ବୋଲି କୁହାଯାଇଛି।


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading