ଖଜୁରୀପଡ଼ା ଆର୍ ଏସ ଏସ ପୂର୍ବତନ ଖଣ୍ଡ ସଂଘ ଚାଳକ କିଶୋର ଚନ୍ଦ୍ର ତ୍ରିପାଠୀଙ୍କ ବିୟୋଗ ।

Creat A Revolution
           

କନ୍ଧମାଳ:-(ମୃତ୍ୟୁଞ୍ଜୟ ଦିଗାଲ)କନ୍ଧମାଳ ଜିଲ୍ଲାର ଖଜୁରୀପଡ଼ା ବ୍ଲକ ସଦରମହକୁମା ହାଟପଦା ନିକଟସ୍ଥ ପୂର୍ବତନ ଆର୍ ଏସ ଏସ ଖଣ୍ଡ ସଂଘ ଚାଳକ କିଶୋର ଚନ୍ଦ୍ର ତ୍ରିପାଠୀ(୭୫) ଗୁରୁବାର ଦିନ ସଂନ୍ଧ୍ୟାରେ ମୃତ୍ୟୁ ବରଣ କରିଛନ୍ତି । ସୂଚନା ପ୍ରକାରେ ଗୁରୁବାର ଦିନ ସ୍ୱର୍ଗତ ତ୍ରିପାଠୀ ନିଜ ବାସଭବନରେ ଥିବା ସମୟରେ ସାମାନ୍ୟ ଅସୁସ୍ଥତା ଅନୁଭବ କରିବାରୁ ପରିବାର ଲୋକେ ପ୍ରଥମେ ସ୍ଥାନୀୟ ଖଜୁରୀପଡ଼ା ଗୋଷ୍ଠୀ ଚିକିତ୍ସାଳୟକୁ ଚିକିତ୍ସା ପାଇଁ ନେଇଥିଲେ ।ଅଧିକ ଅସୁସ୍ଥ ଦେଖି ଡାକ୍ତର ଫୁଲବାଣୀ ଜିଲ୍ଲା ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରିଥିଲେ । କିନ୍ତୁ ଫୁଲବାଣୀରେ ମଧ୍ୟ ଚିକିତ୍ସା ନ ହୋଇ ପାରିବାରୁ ଭୁବନେଶ୍ୱର ସ୍ଥିତ ଏମସ୍ କୁ ଚିକିତ୍ସା ପାଇଁ ନେଇଥିବା ବେଳେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସେଜଣେ ଖଜୁରୀପଡ଼ା ଅଞ୍ଚଳର ପୂର୍ବତନ ଆର୍ ଏସ ଏସ ଖଣ୍ଡ ସଂଘ ଚାଳକ, ଅବସର ପ୍ରାପ୍ତ ଶିକ୍ଷକ ତଥା ତଥା ଖଜୁରୀପଡ଼ା ସରସ୍ଵତୀ ଶିଶୁ ମନ୍ଦିରର ୩ ଥର ସଭାପତି ଦାୟିତ୍ୱ ନେଇ ବିଦ୍ୟାଳୟ ପରିଚାଳନା କରିଥିଲେ । ତାଙ୍କର ବିୟୋଗରେ ଖଜୁରୀପଡ଼ା ଅଞ୍ଚଳ ତଥା ‌ସଂଘ ପରିବାରରେ ଶୋକର ଛାୟା ଖେଳିଯାଇଛି ସେ ଜଣେ ଦେଶ ପ୍ରେମୀ,ସଂଘ ପ୍ରେମୀ ଓ ମିଷ୍ଟଭାଷୀ ଥିଲେ ଯାହା ଫଳରେ ଅଞ୍ଚଳ ପାଇଁ ଏବଂ ସଂଘ ପାଇଁ ଏକ ଅପୂରଣୀୟ କ୍ଷତି କହିଲେ ଅତ୍ୟୁକ୍ତି ହେବ ନାହିଁ । ସଂଘ ପରିବାର ଓ ଅଞ୍ଚଳ ପକ୍ଷରୁ ଭଗବାନ ଅମର ଆତ୍ମାର ସଦଗତି କରନ୍ତୁ ତଦ୍ ସହିତ ପରିବାରକୁ ଦୁଃଖଦ ସମୟରେ ଧର୍ଯ୍ୟ ଓ ସାହସ ଦିଅନ୍ତୁ ବୋଲି ପ୍ରାର୍ଥନା କରିଛନ୍ତି ।


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading