ପାଟଣାଗଡ଼ -:
ମୃତକ ହେଉଛନ୍ତି ଲୋଇସିଂହା ଥାନା ଆମପାଲି ଗାଁର ଘିବଲୁ ବାଗ। ସୂଚନା ଅନୁସାରେ ଆମପାଳି ଗାଁରୁ ବେଲପଡ଼ ଥାନା ଅନ୍ତର୍ଗତ ମଣ୍ଡଳ ଗାଁକୁ ବରଯାତ୍ରୀ ଦଳ ଆସିଥିଲେ। ବାଣ ଫୁଟାଇ ବାଜା ବଜାଇ ବର ଶୋଭାଯାତ୍ରା ଆରମ୍ଭ ହୋଇଥିଲା । ଆଗରେ ଲୋକ ନାଚି ନାଚି ଯାଉଥିଲେ, ପଛରେ ଥିବା ବର ଗାଡ଼ିରେ ବସିଯାଉଥିଲେ। ନବବଧୂଙ୍କ ଭାଇ ଗୁରୁତର l ରାତି ସାଢେ ୧୧ଟାରେ ହଠାତ୍ ବର ବସିଥିବା କାର୍ ଆଗରେ ଥିବା ବରଯାତ୍ରୀ ଦଳ ଉପରକୁ ମାଡ଼ିଯାଇଥିଲା। ଗାଡ଼ି ଚାପାରେ ବରର ବାପାଙ୍କ ମୃତ୍ୟୁ ହୋଇଥିବା ବେଳେ ନବବଧୂଙ୍କ ଭାଇ ଗୁରୁତର ଆହତ ହୋଇଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି। ତେବେ ଏଭଳି ଅଘଟଣ ପରେ ବି ଉଭୟ ପକ୍ଷର ସହମତିରେ ବରକନ୍ୟାଙ୍କ ବାହାଘର ସୁଚାରୁ ରୂପେ ସଂପନ୍ନ ହୋଇଥିଲା। ଗାଁରେ ଶୋକାକୁଳ ପରିବେଶ ଦେଖିବାକୁ ମିଳିଛି।
Discover more from odia.bnslive.in
Subscribe to get the latest posts sent to your email.
