Creat A Revolution
ଢେଙ୍କାନାଳ -: ଛେଣ୍ଡିପଦା ବିଧାୟକଙ୍କ ଗାଡ଼ି ଧକ୍କାରେ ଯୁବକ ଆହତ । ଢେଙ୍କାନାଳ ୫୫ନ ଜାତୀୟ ରାଜପଥ ପାଞ୍ଚ କାହାଣୀ ଛକ ନିକଟରେ ଛେଣ୍ଡିପଦା ବିଧାୟକଙ୍କ ଗାଡି ଧକ୍କାରେ ଜଣେ ଯୁବକ ଆହତ ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି ।
ସୂଚନା ମୁତାବକ ଏକ ବୁଲେଟକୁ ପଛରୁ ଧକ୍କା ଦେଇଥିଲା ଛେଣ୍ଡିପଦା ବିଧାୟକ ଅଗସ୍ତି ବେହେରାଙ୍କ ଗାଡି । ଯାହାଦ୍ୱାରା ସହରର ଦକ୍ଷିଣ କାଳୀ ଅଞ୍ଚଳର ଯୁବକ ସନ୍ତୋଷ ସାହୁ ଆହତ ହୋଇଥିଲେ । ଦୁର୍ଘଟଣା ପରେ ବିଧାୟକ ଆହତଙ୍କୁ ନିଜ ଗାଡିରେ ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଇ ନିଜର ମାନବିକତାର ପ୍ରମାଣ ଦେଇଛନ୍ତି । ଆହତଙ୍କ ବାମ ଗୋଡରେ ଆଘାତ ଲାଗିଥିବା ଜଣାପଡ଼ିଛି।
Discover more from odia.bnslive.in
Subscribe to get the latest posts sent to your email.
