ବାଲିଆପାଳ -: ବଜ୍ରାଘାତ ନେଲା ଜଣେ ବ୍ୟକ୍ତିଙ୍କ ଜୀବନ। ବାଲିଆପାଳ ବ୍ଲକ୍ ଅନ୍ତର୍ଗତ କୁଦମାନସିଂ ଗ୍ରାମରେ ଘଟିଛି ଏଭଳି ଅଭାବନୀୟ ଘଟଣା। ମୃତକ ହେଲେ ଗ୍ରାମର ରଘୁନାଥ ପାତ୍ର, ବୟସ ପ୍ରାୟ ୪୮ ବର୍ଷ। ମିଳିଥିବା ସୂଚନା ଅନୁସାରେ, ଆଜି ଦିନ ପ୍ରାୟ ୧୨ଟା ସମୟରେ ରଘୁନାଥ ନିଜ ଘର ନିକଟସ୍ଥ ଏକ ଜମିରେ ନଳିତା କାଟୁଥିଲେ। ଏହି ସମୟରେ ହଠାତ୍ ବଜ୍ରପାତ ହେବାରୁ ସେ ଏହାର ଶିକାର ହୋଇଥିଲେ। ଘଟଣା ପରେ ତାଙ୍କୁ ଉଦ୍ଧାର କରାଯାଇଥିଲେ ମଧ୍ୟ ତାଙ୍କର ଅକାଳ ମୃତ୍ୟୁ ଘଟିଥିବା ଜଣାପଡ଼ିଛି।ଏହି ଘଟଣା ପରେ କୁଦମାନସିଂ ଗ୍ରାମରେ ଶୋକର ଛାୟା ଖେଳିଯାଇଛି। ପରିବାର ଲୋକ ଓ ଗ୍ରାମବାସୀଙ୍କ ମଧ୍ୟରେ ଦୁଃଖର ବାତାବରଣ ସୃଷ୍ଟି ହୋଇଛି।ବିଜୁଳି ଓ ଘଡ଼ଘଡ଼ି ସହିତ ବଜ୍ରପାତର ସମ୍ଭାବନା ଥିବା ସମୟରେ ଅତ୍ୟନ୍ତ ଆବଶ୍ୟକ ନହେଲେ ଘରୁ ବାହାରକୁ ନବାହାରିବାକୁ ପରାମର୍ଶ ଦିଆଯାଏ। ବଜ୍ରପାତ ସମୟରେ କୌଣସି ପରିସ୍ଥିତିରେ ଗଛ ତଳେ ଆଶ୍ରୟ ନନେଇ, ସୁରକ୍ଷିତ ପକ୍କା ଘର ଭିତରେ ରହିବା ଜରୁରୀ। ବଜ୍ରପାତକୁ ହାଲୁକା ଭାବେ ନନେଇ, ସତର୍କ ରୁହନ୍ତୁ ଏବଂ ନିଜ ସହ ପରିବାରର ସୁରକ୍ଷାକୁ ପ୍ରାଥମିକତା ଦିଅନ୍ତୁ।
Discover more from odia.bnslive.in
Subscribe to get the latest posts sent to your email.
