ବାଲିଆପାଳ(ଜ୍ୟୋତିରାଦିତ୍ୟ ମହାନ୍ତି ) -: ଦୀର୍ଘ ଆଠ ବର୍ଷ ଧରି ବନ୍ଦ ରହିଥିଲା ଛାତ୍ର ସଂସଦ ନିର୍ବାଚନ । ଦୀର୍ଘ ବର୍ଷ ଅପେକ୍ଷାର ଅନ୍ତ ଘଟି ଚଳିତବର୍ଷ ତାହା ହେବାକୁ ଯାଉଛି । ଏହିକାରଣ ହେତୁ ଛାତ୍ରଛାତ୍ରୀ ଙ୍କ ଗହଣରେ ଉଲ୍ଲାସ ଏବଂ ଉତ୍ସହ ଦେଖିବାକୁ ମିଳିଛି । ଯାହାକି ଭାଷାରେ ପ୍ରକାଶ କରାଯାଇ ପାରିବ ନାହିଁ । ଆସନ୍ତାକାଲି (୧୫/୧୦/୨୬) ରହିଛି ଛାତ୍ର ସଂସଦ ନିର୍ବାଚନ । ଏହି ପରିପ୍ରେକ୍ଷୀରେ ଆଜି ବାଲିଆପାଳ ଅନ୍ତର୍ଗତ ସୂବର୍ଣ୍ଣରେଖା ମହାବିଦ୍ୟାଳୟ ର ABVP ଛାତ୍ର, ଛାତ୍ରି ପାର୍ଥୀ ଏବଂ ସହଯୋଗୀ ଛାତ୍ର ଛାତ୍ରୀ ଙ୍କ ଦ୍ୱାରା ଦେଭୋଗ ଛକ ଠାରୁ ସୁବର୍ଣ୍ଣ ରେଖା ମହାବିଦ୍ୟାଳୟ ପର୍ଯ୍ୟନ୍ତ ଏକ ବିରାଟ ଶୋଭାଯାତ୍ରା ଆୟୋଜିତ ହୋଇଥିଲା ।
ଏହି ଶୋଭା ଯାତ୍ରରେ ଛାତ୍ର, ଛାତ୍ରୀ ମାନଙ୍କ ଠାରେ ଦେଖିବାକୁ ମିଳିଥିଲା ଅନେକ ଅଭିଳାଷ ଏବଂ ଉଲ୍ଲାସ | ଏହି ଉଲ୍ଲାସ ଏବଂ ତ୍ସାସାହକୁ ୨ ଗୁଣା କରିବା ପାଇଁ ଏହି ଶୋଭାଯାତ୍ରାରେ ଓଡ଼ିଆ ଚଳଚ୍ଚିତ୍ର ଜଗତର ସୁପରଷ୍ଟାରା ନାୟକ ସ୍ୱରାଜା ବାରିକ୍ ମଧ୍ୟ ଛାତ୍ର, ଛାତ୍ରୀଙ୍କ ସହ ଯୋଗଦାନ ଦେଇଥିଲେ । ଏତତ୍ ବ୍ୟତିତ ସୂର୍ବର୍ଣ୍ଣରେଖା ମହାବିଦ୍ୟାଳୟର ଅଣ ଛାତ୍ର , ଛାତ୍ରୀ ଏବଂ ବସ୍ତା ବାଲିଆପାଳ ର ବରିଷ୍ଠ ନେତା ଶ୍ରୀଯୁକ୍ତ ରବିନ୍ଦ୍ରନାଥ ଅଣ୍ଡିଆଙ୍କ ସମେତ ଅନ୍ୟ କାର୍ଯ୍ୟକାର୍ତ୍ତା ମାନେ ମଧ୍ୟ ଏହି ଶୋଭାଯାତ୍ରାରେ ଯୋଗ ଦେଇଥିଲେ । ଆଜି ବାଲିଆପାଳ ଆଇଆଇସି ସାଲାଖାନ୍ ମୂର୍ଣ୍ଣମୁ ଏବଂ ଏସ୍ଆଇ ସୁଭଶ୍ମିତା ପାଲ୍ ଙ୍କ ତତ୍ୱାବଧାନରେ ଏହି ଶୋଭା ଯାତ୍ରାଟି ସୁରକ୍ଷିତ ଭାବରେ ସାଫଲ୍ୟ ମଣ୍ଡିତ ହୋଇଥିଲା ।
Discover more from odia.bnslive.in
Subscribe to get the latest posts sent to your email.
