ଅଭିନବ ଭାରତର ପ୍ରଥମ ବାର୍ଷିକ ଉତ୍ସବ ଅନୁଷ୍ଠିତ

Creat A Revolution
           

ଆଠଗଡ : ଅଭିନବ ଭାରତ ତରଫରୁ ପ୍ରଥମ ବାର୍ଷିକ ଉତ୍ସବ ଆଠଗଡ ସ୍ଥିତ ମହାବିର ପ୍ଲାଜା ଠାରେ ଅନୁଷ୍ଠିତ ହୋଇଯାଇଛି । ପ୍ରତିଷ୍ଠାତା ସଭାପତି ବିଭୁତି ଭୁଷଣ ମିଶ୍ର କାର୍ଯ୍ୟକ୍ରମକୁ ସଭାପତିତ୍ୱ କରିଥିବା ବେଳେ । ସଙ୍ଗଠନର ସମ୍ପାଦକ ଶୀମତି ଅସୀମା ପଟ୍ଟନାୟକ ବାର୍ଷିକ ବିବରଣୀ ପାଠ କରିଥିଲେ । ପ୍ରଥମେ ସମସ୍ତ ଅତିଥି ଜଗତର ନାଥ ଜଗନ୍ନଥଙ୍କ ଫଟୋରେ ପୁଷ୍ପମାଲ୍ୟ ଓ ଧୁପ ଦେଇ ସାରିବା ପରେ ଓଡିଶୀ ନୃତ୍ୟ ପରିବେଷଣ କରାଯାଇଥିଲା । ଏହା ପରେ ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା ଓ ପ୍ରତିଭା ସମ୍ପନ୍ନ ବ୍ୟକ୍ତିତ୍ୱଙ୍କୁ ସମ୍ମାନିତ କରାଯାଇଥିଲା ।

ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ବରିଷ୍ଠ ସାମ୍ବାଦିକ ତଥା ଆଠଗଡ ମାଟିର ପୁଅ ରବି ଦାସ ଯୋଗଦେଇଥିବା ବେଳେ , ସମ୍ମାନିତ ଅତିଥି ଭାବରେ ସୁନାମଧନ୍ୟ କଣ୍ଠଶିଳ୍ପି ଗିତୀକାର ତଥା ସଂଗୀତ ନିର୍ଦ୍ଦେଶକ ମନ୍ମଥ ମିଶ୍ର ଓ ପ୍ରଦୋସ କୁମାର ମିଶ୍ର ଯୋଗ ଦେଇଥିଲେ । ସମ୍ମାନୀତ ହେଉଥିବା ପ୍ରତିଭାମାନଙ୍କ ମଧ୍ୟରେ ମରୋଣତ୍ତର ସମ୍ମାନ ଭାବରେ ମହମ୍ମଦ ମହସୀନ୍‌ଙ୍କୁ ଭୂମିପତ୍ର ସମ୍ମାନ ଦିଆଯାଇଥିଲା । ସେହି ଭଳି ବରପୁତ୍ର ସମ୍ମାନରେ ଶ୍ରୀନିବାସ ରଥ ଓ କଣ୍ଡୁରୀ ଚରଣ ନାୟକ , ରାଧାନାଥ ରଥ ସ୍ମୃତି ସମ୍ମାନରେ ରବି ଦାସ, ଜୟକୃଷ୍ଣ ମିଶ୍ର ସ୍ମୃତି ସମ୍ମାନରେ ନାରାୟଣ ପଣ୍ଡା , ରାଧାକାନ୍ତ ମହାରଣା ସ୍ମୃତି ସମ୍ମାନରେ ରମେଶ କୁମାର ବେହେରା , ଗୁରୁଜୀ ବିଶ୍ୱନାଥ ସ୍ମୃତି ସମ୍ମାନରେ ସୁଚିସ୍ମିତା ମହାନ୍ତି, କ୍ରିଡା କୃତିତ୍ୱ ସମ୍ମାନରେ ପିୟୁସ ପ୍ରିତମ ପ୍ରଧାନ ଓ କ୍ରିଡା ସଂଗଠନ ପାଇଁ ସ୍ୱତନ୍ତ୍ର ସମ୍ମାନରେ ଆଠଗଡ ଖୋ ଖୋ ଆସୋସିଏସନ୍ ସଭାପତି ଲକ୍ଷ୍ମୀନାରାୟଣ ଭଞ୍ଜଙ୍କ ସମ୍ମାନିତ କରାଯାଇଥିଲା ।


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading