ବରଗଡ ଜିଲ୍ଲାପରିଷଦକୁ କବଜା କଲା ବିଜେଡି, ଶ୍ରୀମତୀ ମାନିନୀ ଭୋଇ ହେଲେ ଅଧ୍ୟକ୍ଷା

Creat A Revolution
           

ବରଗଡ(ନିରଞ୍ଜନ ତ୍ରୀପାଠି):- ଗତ ୨୨.୦୨.୨୦୨୨ ରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ର ଚତୁର୍ଥ ପର୍ଯ୍ୟାୟ ର ମତଦାନ ସମୟ ରେ ମାନ୍ୟବର ଗ୍ରାମ୍ୟ ଉନ୍ନୟନ ତଥା ଶ୍ରମ ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂ ଦେଇଥିବା ବୟାନ ଟି ସତରେ ପରିଣତ ହୋଇଛି । ସାରା ବରଗଡ଼ ଜିଲ୍ଲା ଗ୍ରସ୍ତ କରି ଯାହା ସେ ଆକଳନ କରିଥିଲେ ତାହା ସତରେ ପରିଣତ ହୋଇଛି । ସେ କହିଥିଲେ ଯେ,ସାରା ବରଗଡ଼ ଜିଲ୍ଲା ରେ ବିଜୁଜନତା ଦଳ ର ସମସ୍ତ ପ୍ରାର୍ଥୀ/ପ୍ରାର୍ôଥନୀ ମାନେ ବିଜୟ ବାନା ଉଡ଼ାଇ ବାଜିମାତ କରିବେ । ସରପଞ୍ଚ ପଦବୀ ଠୁ ଆରମ୍ଭ କରି ସମସ୍ତ ପଞ୍ଚାୟତ ସମିତି, ଏପରି କି ଅନୁଷ୍ଠିତ ବରଗଡ଼ ଜିଲ୍ଲାପରିଷଦ ଅଧ୍ୟକ୍ଷା ପଦବୀ ମଧ୍ୟ ଦଖଲ କରିବାରେ ସକ୍ଷମ ହୋଇ, ଆମ ସମର୍ôଥତ ପ୍ରାର୍ଥୀ ମାନେ ଅଧ୍ୟକ୍ଷ/ଅଧ୍ୟକ୍ଷା ପଦବୀ ଚୈାକି ଦଖଲ କରିବେ ବୋଲି ଦେଇଥିବା ମନ୍ତବ୍ୟ ସତରେ ପ୍ରତିଫଳନ ହେଲା ତ୍ରୀସ୍ତରୀୟ ନିର୍ବାଚନ ୨୦୨୨ ରେ । ରାଜନିତୀ ଗୋଟି ଚାଳନା ରେ ମାହିର ସୁଶାନ୍ତ ବାବୁଙ୍କ ଦୂରଦୃଷ୍ଟି, କର୍ମୀମାନଙ୍କ ସହିତ ଭଲବ୍ୟବହାର, ନିଃସହାୟ ଲୋକଙ୍କୁ ଅସମୟ ସମୟରେ ସାହାଯ୍ୟ କରିବା,ବିଜୁ ଜନତା ଦଳ ର ସଂଗଠନକୁ ତୃଣମୂଳ ସ୍ତରରୁ ପ୍ରାଧାନ୍ୟ ଦେଇ ଅଗ୍ରସର ପଥେ ଆଗେଇ ଚାଲିଛନ୍ତି ଆଗକୁ…..ଆଗକୁ । ଏପରିପ୍ରେକ୍ଷୀରେ ଅନୁଷ୍ଠିତ ହୋଇଥିବା ବରଗଡ ଜିଲ୍ଲାପରିଷଦ ଅଧ୍ୟକ୍ଷା ଭାବେ ବିଜେପୁର ବ୍ଳକ ର ପୂର୍ବତନ ଅଧ୍ୟକ୍ଷା ଶ୍ରୀମତୀ ମାନିନୀ ଭୋଇ ବରଗଡ ଜିଲ୍ଲାପରିଷଦ ଅଧ୍ୟକ୍ଷା ଭାବେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି ।୩୪ ଆସନ ବିଶିଷ୍ଟ ବରଗଡ ଜିଲ୍ଲାପରିଷଦ ମଧ୍ୟରୁ ୨୭ଟି ଜୋନକୁ ବିଜୁଜନତା ଦଳ ହାତେଇବାରେ ସକ୍ଷମ ହୋଇଥିବାବେଳେ, ଭାରତୀୟ ଜନତା ପାର୍ଟି କୁ ମାତ୍ର ୭ଟି ଜୋନ ଦଖଲ କରି ସନ୍ତୁଷ୍ଟ ହେବାକୁ ପଡ଼ିଛି ।


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading