ପୁରୀ -: ଶ୍ରୀମନ୍ଦିରରେ ଆଜି ପୁଣି ବଡ଼ ମହାସ୍ନାନ କରାଯାଇଛି । ଶ୍ରୀମନ୍ଦିରର ଧୁକୁଡ଼ି ଦ୍ୱାର ନିକଟରେ ରକ୍ତଛିଟା ଦେଖାଯିବାରୁ ମହାପ୍ରଭୁଙ୍କ ବଡ଼ ମହାସ୍ନାନ କରାଯାଇଥିବାର ସୂଚନା ମିଳିଛି ।
ଯେଉଁଥିପାଇଁ ଆଜି ବି କିଛି ସମୟ ପାଇଁ ଦର୍ଶନ ବନ୍ଦ ରହିଥିବା ଜଣାଯାଇଛି । ମହାସ୍ନାନ ନୀତି ସରିବା ପରେ ଭକ୍ତଙ୍କ ଦର୍ଶନ ଆରମ୍ଭ ହୋଇଛି । ଶ୍ରୀମନ୍ଦିର ପ୍ରଶାସନ ସୂଚନା ମୁତାବକ, ଆଜି ମହାପ୍ରଭୁଙ୍କ ଭିତର କାଠରେ ଦର୍ଶନ ବେଳେ ରକ୍ତଛିଟା ସେବାୟତଙ୍କ ନଜରକୁ ଆସିଥିଲା ।

ମାରା ହେବାରୁ ମହାପ୍ରଭୁଙ୍କ ସବୁ ନୀତିକାନ୍ତି ବନ୍ଦ କରି ରତ୍ନ ସିଂହାସନ ସହ ଭିତର କାଠ ସମ୍ପୂର୍ଣ୍ଣ ଧୂଆ ଯିବାପରେ ଦର୍ଶନ ଆରମ୍ଭ ହୋଇଥିଲା । ସୂଚନାଯୋଗ୍ୟ, ଗତ ଦୁଇମାସ ଭିତରେ ଏଭଳି କାରଣରୁ ଶ୍ରୀମନ୍ଦିରରେ ଆଜି ଲଗାତର ବଡ଼ ମହାସ୍ନାନ କରାଯାଇଛି । ପୂର୍ବରୁ ତିନିଦିନ ଶ୍ରୀମନ୍ଦିରରେ ରକ୍ତଛିଟା ଓ ବାନ୍ତି ପାଇଁ ମହାପ୍ରଭୁଙ୍କ ବଡ଼ ମହାସ୍ନାନ ହେବା ଭକ୍ତଙ୍କ ମହଲରେ ଗୁଞ୍ଜରଣ ସୃଷ୍ଟି କରିଥିଲା । ଏହା କୈାଣସି ଅଘଟଣର ପୂର୍ବାଭାସ ହୋଇପାରେ ବୋଲି ଭକ୍ତ ମହଲ ଶଙ୍କା ପ୍ରକଟ ହୋଇଥିବାର ଆଲୋଚନା ହେଉଛି
Discover more from odia.bnslive.in
Subscribe to get the latest posts sent to your email.