ଯୋଡ଼ା -: ଯୋଡ଼ା ସହରରେରେ ଆଜି ରାମନବମୀ ଝଣ୍ଡା (ପତାକା)କୁ ନେଇ ଦୁଇ ସମ୍ପ୍ରଦାୟ ମଧ୍ୟରେ ଉତ୍ତେଜନା ଦେଖାଦେଇଛି । ପ୍ରଶାସନ ପକ୍ଷରୁ ସଂଧ୍ୟା ୫ ଘଟିକା ସମୟରୁ ଯୋଡ଼ା ସହରରେ ୧୪୪ଧାରା ଜାରୀ କରାଯାଇଛି । ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ରାମନବମୀ ଥିବାବେଳେ, ଯୋଡ଼ାରେ ଆଖଡା ଶୋଭାଯାତ୍ରା ବାହାରିଥିଲା ।
ତେବେ ୪ନଂ ୱାର୍ଡରେ ଥିବା ଏକ ଶିବ ମନ୍ଦିରକୁ ଝଣ୍ଡା ନେଇ ଯିବାକୁ ଚାହିଁଥିଲେ ହିନ୍ଦୁ ସମ୍ପ୍ରଦାୟର ଲୋକେ । କିନ୍ତୁ ପୋଲିସ୍ ସେମାନଙ୍କୁ ଅନୁମତି ଦେଇନଥିଲେ । ଆଜି ସକାଳେ ମାତ୍ର ୫ଜଣ ବ୍ୟକ୍ତି ଝଣ୍ଡା ନେଇଯିବେ ବୋଲି ପୋଲିସ୍ କହିଥିଲେ ମଧ୍ୟ ସେମାନଙ୍କୁ ଅନୁମତି ମିଳିନଥିଲା । ଫଳରେ ଉତ୍ତେଜନା ପ୍ରକାଶ ପାଇଥିଲା । ହିନ୍ଦୁ ସମ୍ପ୍ରଦାୟ ଲୋକେ ଷ୍ଟେଟ ବ୍ୟାଙ୍କ ନିକଟ ହନୁମାନ ମନ୍ଦିର ପାଖରେ ରାସ୍ତା ଅବରୋଧ କରି ବସିଥିଲେ ଏବଂ କିଛି ସମୟ ପରେ ଝଣ୍ଡା ନେଇ ମନ୍ଦିର ଉଦ୍ଦେଶ୍ୟରେ ଯାଉଥିବା ବେଳେ, ବଜାର ଗଳିରେ ସଂଖ୍ୟାଲଘୁ ସମ୍ପ୍ରଦାୟର ଲୋକ ଏହାକୁ ବିରୋଧ କରିଥିଲେ ।
ଯାହା ଫଳରେ ଉତ୍ତେଜନା ବୃଦ୍ଧି ପାଇଥିଲା । ଉଭୟ ପକ୍ଷରୁ ଭଙ୍ଗାରୁଜ୍ଜା ପ୍ରବଳ ଟେକାପଥର ଓ କାଚ ବୋତଲ ମାଡ଼ ହୋଇଛି । ବଜାର ଭିତରେ ବସବାସ କରୁଥିବା ଲୋକ ମାନଙ୍କ ଘର ଗୁଡ଼ିକୁ ମଧ୍ୟ ପଥର ମାଡ଼ ହେବାଦ୍ୱାରା କାହାର ଘର ଝର୍କା, କବାଟ, କାହାର ଦୁଇ ଚକିଆ ଯାନ ଗୁଡ଼ିକ ମଧ୍ୟ ଭଙ୍ଗାରୁଜାରୁ ବର୍ତ୍ତି ପାରି ନ ଥିଲା । ଛୋଟ ଛୁଆ ଓ ମହିଳା ମାନେ ଭୟରେ ଘର ଗୁଡିକର କବାଟ ଝରକା ବନ୍ଦ କରି ଦେଇଥିଲେ, ଉତ୍ତେଜନା ଏତେ ମାତ୍ରାରେ ବଢି ଯାଇଥିଲା ଯେ ଉତ୍ତେଜନାକୁ ନିୟନ୍ତ୍ରଣ କରିବା ପାଇଁ ପୁଲିସକୁ ଫାଙ୍କା ଗୁଳି ଚାଳନା କରିବାକୁ ପଡିଥିଲା ।
ଏହି ପଥର ମାଡ଼ରେ କିଛି ପୋଲିସ କର୍ମୀ, କିଛି ସାମ୍ବାଦିକ ଓ କିଛି ଜନସାଧାରଣ ତଥା ଉଭୟ ପକ୍ଷରୁ ପ୍ରାୟ ଏକ ଡଜନ ଉର୍ଦ୍ଧ୍ୱ ଲୋକ ଆହତ ହୋଇଛନ୍ତି । ଉତ୍ତେଜନାକୁ ନିୟନ୍ତ୍ରଣ କରିବା ପାଇଁ ପୋଲିସ୍ ଫାଙ୍କା ଗୁଳି ଚାଳନା କରିବାକୁ ପଡିଥିଲା । ଅଳ୍ପ ସଂଖ୍ୟକ ପୋଲିସ ବଳ ଥିବାରୁ ପୋଲିସକୁ ପରିସ୍ଥିତି ନିୟନ୍ତ୍ରଣ କରିବାକୁ ନାକେଦମ ହେବାକୁ ପଡ଼ିଥିଲା ।
Discover more from odia.bnslive.in
Subscribe to get the latest posts sent to your email.