ଓଲଟିଲା ଗଞ୍ଜେଇ ବୋଝେଇ ପିକଅପ,ଏହି ଅଞ୍ଚଳରେ ଡ୍ରଗ୍ସ ମାଫିଆଙ୍କ ହବ ପାଲଟିଛି

Creat A Revolution
           

ଭଞ୍ଜନଗର -: ଭଞ୍ଜନଗର ଥାନା ଅନ୍ତର୍ଗତ ଗୁଜୁରାଳି ଗ୍ରାମ ନିକଟରେ ଆଜି ସକାଳ ସମୟରେ ଏକ ପିକ୍ ଅପ ଭ୍ୟାନ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଛି । ଦୁର୍ଘଟଣା ହେବା ପରେ ଏଥିରେ ବିପୁଳ ପରିମାଣରେ ଗଞ୍ଜେଇ ଚାଲାଣ ହେଉଥିବା ଜଣାପଡିଛି । ପାଖାପାଖି ୮-୧୦ ଗୋଟି ବସ୍ତାରେ ଗଞ୍ଜେଇ ଥିବା ଜଣାପଡିଛି ।

ଖବର ପାଇ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସୂଚନା ଅନୁଯାୟୀ ଗଞ୍ଜାମ – କନ୍ଧମାଳ ସୀମାନ୍ତ ଦୁର୍ଗାପ୍ରସାଦ ନିକଟରେ ପୁଲିସ ପକ୍ଷରୁ ପେଟ୍ରୋଲିଂ ହେଉଥିବାବେଳେ କନ୍ଧମାଳ ଜିଲ୍ଲା ପଟୁ ଆସୁଥିବା ଏହି ପିକ୍ ଅପ ଭ୍ୟାନଟି ପୁଲିସ ଗାଡିକୁ ଦେଖି ବ୍ରାହ୍ମଣପଦର,ଗାଲେରୀ ରାସ୍ତା ଦେଇ ଭଞ୍ଜନଗର ଅଭିମୁଖେ ଆସୁଥିବାବେଳେ ଭାରସାମ୍ୟ ହରାଇ ଗୁଜୁରାଳି ନିକଟରେ ଦୁର୍ଘଟଣା ଘଟିଥିଲା । ଘଟଣାସ୍ଥଳରୁ ସମସ୍ତେ ଚମ୍ପଟ ମାରିଥିବାବେଳେ ପୁଲିସ ଜଣଙ୍କୁ ଅଟକ ରଖିଛି । ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଗଞ୍ଜେଇକୁ ଓଜନ କରାଯାଇ ଜବତ କରାଯିବ ବୋଲି ପୁଲିସ ପକ୍ଷରୁ ସୂଚନା ମିଳିଛି ।


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading