ରାୟଗଡ଼ା/ବିଷମ କଟକ -: ରାୟଗଡ଼ା ଜିଲ୍ଲା ବିଷମ କଟକ ବ୍ଲକ ଅନ୍ତର୍ଗତ କୋପାପଦର୍ ମଙ୍ଗଳ ବିଭାଗ ଦ୍ଵାରା ପରିଚାଳିତ ଆଶ୍ରମ ବିଦ୍ୟାଳୟ ଛାତ୍ରାବାସ ଛାତ ଉପରୁ ଖସିପଡ଼ି ଜଣେ ଦଶମ ଶ୍ରେଣୀ ଛାତ୍ରର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ତେବେ ଉକ୍ତ ଛାତ୍ରକୁ ଉଦ୍ଧାର କରି ବିଷମ କଟକ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଅଣାଯାଇଥିବା ବେଳେ ଡାକ୍ତର ଛାତ୍ରକୁ ମୃତ ଘୋଷଣା କରିଛନ୍ତି। ଖବରରୁ ପ୍ରକାଶ ଦଶମ ଶ୍ରେଣୀର ବୋର୍ଡ ପରୀକ୍ଷା ଚାଲିଥିବାରୁ ମଙ୍ଗଳ ବିଭାଗ ଅଧୀନରେ ପାଠ ପଢୁଥିବା ଛାତ୍ରଛାତ୍ରୀମାନଙ୍କୁ ଛାତ୍ରାବାସରେ ରହି ପରୀକ୍ଷା ଦେଇଥିବା ବେଳେ କପାପଦର୍ ଆଶ୍ରମ ବିଦ୍ୟାଳୟରେ ମଧ୍ୟ ଅନୁରୂପ ଛାତ୍ରମାନେ ରହି ପରୀକ୍ଷା ଦେଉଥିଲେ।
ଶନିବାର ଦିନ ଦଶମ ପରୀକ୍ଷାର ଶେଷ ପରୀକ୍ଷା ଥିବା ବେଳେ ଛାତ୍ରାବାସ ରେ ପିଲାମାନଙ୍କୁ ପାଠ ପଢ଼ିବାକୁ କୁହାଯାଉଥିଲା। ଛାତ୍ରାବାସରେ ପିଲାମାନେ ପାଠ ପଢ଼ଥିବାବେଳେ ହଠାତ୍ ବାହାରେ ଚିତ୍କାର ଶୁଭିବାରୁ ଛାତ୍ରାବାସ ପରିସରରେ ରହିଥିଲା କର୍ମଚାରୀ ଏବଂ ଛାତ୍ରମାନେ ଦୌଡ଼ି ଆସିଥିବା ବେଳେ ଜଣେ ଛାତ୍ର ତଳେ ପଡି ଅଚେତ୍ ହୋଇଯାଇଛି। ତୁରନ୍ତ ସଂପୃକ୍ତ ଛାତ୍ରକୁ ବିଷମ କଟକ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଅଣାଯାଇଥିଲା । ଏଠାରେ ଡାକ୍ତର ଛାତ୍ର ଜଣକର ମୃତ୍ୟୁ ହୋଇଯାଇଥିବା କହିଥିଲେ। ମୃତ ଛାତ୍ର ହେଲେ ଘାଣ୍ଟିଖାଲ୍ ଗ୍ରାମର ସୀଙ୍ଗିନ ବିଡ଼ିକାଙ୍କ ପୁଅ ଭରତ ବିଡିକ ବୋଲି ଜଣା ଯାଇଛି ।
ତେବେ ବିଦ୍ୟାଳୟର ଦୁଇଜଣ ଛାତ୍ର ଛାତ୍ରାବାସ ଛାତ ଉପରକୁ ଯାଇଥିଲେ। ସେଥି ମଧ୍ୟରୁ ଭରତ ଛାତ ଉପରୁ ଖସିପଡ଼ି ତଳେ ପଡ଼ିଯାଇ ଥିବା ଶୁଣିବାକୁ ମିଳୁଛି । ତେବେ କେଉଁ ପରିସ୍ଥିତିରେ ଏହି ଛାତ୍ରମାନେ ପାଠ ନ ପଢି ଛାତ ଉପରକୁ ଯାଇଥିଲେ , ସଂପୃକ୍ତ ଛାତ୍ର ଜଣକ ଦୁର୍ଘଟଣାବଶତଃ ଛାତରୁ ଖସିପଡିଲେ ନା ଜାଣିଶୁଣି ଆତ୍ମହତ୍ୟା କରିବାକୁ ଛାତରୁ ଖସି ପଡ଼ିଲେ ତାହା ତଦନ୍ତ ସାପେକ୍ଷ। ଖବର ପାଇ ବ୍ଲକ ମଙ୍ଗଳ ଅଧିକାରୀ ଶୁଭପ୍ରଦା ସାସମଲ୍ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଦୁର୍ଘଟଣାକୁ ନେଇ ବିଦ୍ୟାଳୟ ପ୍ରଧାନ ଶିକ୍ଷକଙ୍କ ଆଲୋଚନା କରିଥି.ଲେ।
Discover more from odia.bnslive.in
Subscribe to get the latest posts sent to your email.
