କୋକସରା ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ଭିତ୍ତିଭୂମି ପରଖିଲେ କାୟକଲ୍ପ ଟିମ୍‌

Creat A Revolution
           

କୋକସରା -: କୋକସରା ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ ପାଇଁ ମଙ୍ଗଳବାର କାୟକଲ୍ପ ଟିମ ସଦସ୍ୟ ପହଂଚି ଭିତ୍ତିଭୂମି ସହ ବିଭିନ୍ନ କାର୍ଯ୍ୟ ର ସମୀକ୍ଷା କରି ଫେରିଛନ୍ତି । ମଧ୍ୟାହ୍ନରେ ଏହି ଟିମ୍ ପହଞ୍ଚି ବା ପରେ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡାକ୍ତର ତତ୍ୱଦର୍ଶୀ ଦାସ ସମେତ ଡାକ୍ତରଖାନା କର୍ମଚାରୀ ମାନେ ସ୍ୱାଗତ ଓ ସମ୍ବର୍ଦ୍ଧନା କରିଥିଲେ । ପରେ ଟିମର ସଦସ୍ୟ ମାନେ ଡାକ୍ତରଖାନା ର ଇନଡୋର, ଆଉଟ ଡୋର, କୋଭିଡ ଟୀକାକରଣ କେନ୍ଦ୍ର, ଫ୍ଲୁ ସେଣ୍ଟର, ଔଷଧ ଭଣ୍ଡାର, ରୋଗୀ ୱାର୍ଡ, ପ୍ରସୂତି ୱାର୍ଡ ବୁଲି ଦେଖିବା ସହ ସ୍ୱାସ୍ଥ୍ୟ କେନ୍ଦ୍ର କୁ ଉନ୍ନୟନ କାର୍ଯ୍ୟ ପାଇଁ ଆସୁଥିବା ବିଭିନ୍ନ ଅନୁଦାନ ପାଣ୍ଠି ର ଖର୍ଚ୍ଚ ବିବରଣୀ ଯାଞ୍ଚ କରିଥିଲେ । କାୟାକଳ୍ପ ମେଡ଼ିକାଲ ଟିମ୍ ରେ ଡାକ୍ତର ପ୍ରଦୀପ କୁମାର ପାଢୀ, ଡାକ୍ତର ବିକାଶ ପଟ୍ଟନାୟକ, ହୀରାଲାଲ ନାଏକ ଡି.ଏଚ.ଏଚ କଳାହାଣ୍ଡି ଡାକ୍ତର ଶ୍ରୀରାମ ମହାନ୍ତି ସମେତ ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ କେନ୍ଦ୍ର ରୁ ଗାଁ କଲ୍ୟାଣ ସମିତିର ରିତା ନାଏକ ପ୍ରମୁଖ ଉପସ୍ଥିତ ରହି ପରିଦର୍ଶନ କରିଥିଲେ । ଏହି ସମୟରେ କୋକସରା ଗୋଷ୍ଠୀ ସ୍ୱସ୍ଥ୍ୟ କେନ୍ଦ୍ରର ଡାକ୍ତର ବିଜୟଲକ୍ଷ୍ମୀ ପଣ୍ଡା, ଅଭିଷେକ ବେହେରା, ଅନିଲ ମେହେର, ବି.ପି.ଏମ୍ ମାନସ ନୟନ ସ୍ୱାଇଁ, ପି.ଏଚ.ଇ.ଓ ଚିଦାନନ୍ଦ ପଣ୍ଡା, ଫାର୍ମାସିଷ୍ଟ ସୁଧୀର ଧଙ୍ଗଡାମାଝୀ, ସେବିକା ଲଷ୍ମୀପ୍ରିୟା ବଲ, ଗୀତାଞ୍ଜଳି ବାଗ, ଆରତି ନାଏକ ଓ ଅନ୍ୟ କର୍ମଚାରୀ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ ।


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading