ମାଲକାନଗିରିରୁ ପୁଣି ୧୨୨ କିଲୋ ଗଞ୍ଜେଇ ଜବତ, ୨ ଗିରଫ

Creat A Revolution
           

ମାଲକାନଗିରି -: ମାଲକାନଗିରି ପୁଲିସ ଲଗାତାର ଗଞ୍ଜେଇ ଚାଲାଣ ରୋକିବାରେ ସଫଳତା ହାସଲ କରି ଚାଲିଛି। ବିଶେଷକରି ଚିତ୍ରକୋଣ୍ଡା,ଓର୍କେଲ,କୁଡୁମୁଲୁଗୁମ୍ମା ଏବଂ ଖଇରପୁଟ ଅଂଚଳରେ ଜୋରଦାର ଧରପଗଡ କରାଯାଇ ଗଞ୍ଜେଇ ଜବତ କରିବା ସହ ଆସାମୀମାନଙ୍କୁ ଗିରଫ କରାଯାଉଛି। ଏହି ଅଂଚଳର ଏସଡିପିଓ ଅଂଶୁମାନ ଦ୍ବିବେଦୀଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେଏହି ଚଢାଉ ଜାରି ରହିଛି। ଗତକାଲି ଓର୍କେଲ ଅଂଚଳରେ ଏକ ହଜାରରୁ ଉର୍ଦ୍ଧ୍ବ କିଲୋ ଗଞ୍ଜେଇ ଜବତ କରାଯାଇଥିବାବେଳେ ଆଜି ପୁଣି ଚିତ୍ରକୋଣ୍ଡା ଅଂଚଳରେ ଗଞ୍ଜେଇ ଜବତ କରାଯାଇଛି।

ଚିତ୍ରକୋଣ୍ଡା ପୁଲିସ ଏସଆଇ ସର୍ବେଶ୍ବର ଭୋଇଙ୍କ ନେତୃତ୍ବରେ ଟନେଲ କ୍ୟାମ୍ପ,ଡାଇକ-୧,ଡାଇକ-୨ ଏବଂ ଡାଇକ-୩ ଠାରେ ପେଟ୍ରୋଲିଂ ଏବଂ ଏମବି ଚେକିଂ କରାଯାଉଥିବାବେଳେ ଟନେଲ କ୍ୟାମ୍ପ ଗ୍ରାମ ନିକଟଠାରୁ ମାତ୍ର ୮ ମିଟର ଦୁରରେ ୫ଟି ଜରି ବ୍ୟାଗ ରହିଥିବା ଦେଖିବାକୁ ମିଳିଥିଲା। ପୁଲିସ ଏହି ବ୍ୟାଗଗୁଡିକ କଣ ବୋଲି ଯାଞ୍ଚ କରିବାକୁ ଯିବା ସମୟରେ ଦୁଇ ଜଣ ବ୍ୟକ୍ତି ଖସି ପଳାଇବାକୁ ଚେଷ୍ଟା କରୁଥିଲେ। ପୁଲିସ ତୁରନ୍ତ ଦୁଇ ଜଣଙ୍କୁ ଅଟକ ରଖି ପଚରାଉଚରା କରିବା ସହ ଜରି ବ୍ୟାଗକୁ ଯାଞ୍ଚ କରିଥିଲେ।

ଜରି ବ୍ୟାଗରେ ଗଞ୍ଜେଇ ରଖାଯାଇଥିବା ବେଳେ ଏହାକୁ ପଡୋଶୀ ରାଜ୍ୟକୁ ଚାଲାଣ କରାଯିବା ପାଇଁ ରଖାଯାଇଥିବା ଜଣାପଡିଥିଲା। ତୁରନ୍ତ ଦୁଇ ଜଣ ଆସାମୀକୁ ଗିରଫ କରିବା ସହ ଗଞ୍ଜେଇକୁ ଜବତ କରାଯାଇଥିଲା। ଗିରଫ ହୋଇଥିବା ଦୁଇ ଜଣ ବ୍ୟକ୍ତିମାନେ ହେଲେ ଡାଇକ-୩ ଅଂଚଳର ବୁଦୁ ହରିଜନ ଏବଂ ବୁଦ୍ରା ହରିଜନ।ପୁଲିସ ଏହି ଦୁଇ ଜଣଙ୍କୁ ଆଜି କୋର୍ଟ ଚାଲାଣ କରିଛି।


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading