Creat A Revolution
କୋରାପୁଟ -: କୋରାପୁଟରେ ଫୁଲକୁଣ୍ଡ ଭର୍ତ୍ତି ଟ୍ରକରୁ ୪୫ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ କରାଯାଇଛି। ଏହି ମାମଲାରେ ଟ୍ରକର ଚାଳକକୁ ଅଟକ ରଖାଯାଇଥିବାର ସୂଚନା ମିଳିଛି।ପ୍ରାପ୍ତ ସୂଚନା ଅନୁଯାୟୀ, କୋରାପୁଟ ଡିଆଇଜି କାର୍ଯ୍ୟାଳୟ ନିକଟରେ ଏକ ଫୁଲକୁଣ୍ଡ ଭର୍ତ୍ତି ଟ୍ରକରୁ ୯ କୁଇଣ୍ଟାଲ ଗଞ୍ଜେଇ ଜବତ ହୋଇଛି। କୋରାପୁଟ ଟାଉନରେ ଚଢ଼ାଉ କରି ଅବକାରୀ ବିଭାଗ ଉକ୍ତ ଟ୍ରକକୁ ଧରିଛି।
ଉକ୍ତ ଗଞ୍ଜେଇ ଫୁଲକୁଣ୍ଡ ଭିତରେ ଲୁଚାଇ ବିଶାଖାପାଟଣାରୁ ଆଗ୍ରା ଚାଲାଣ ବେଳେ ଧରାପଡ଼ିଥିଲା। ଜବତ ହୋଇଥିବା ଗଞ୍ଜେଇର ଆନୁମାନିକ ମୂଲ୍ୟ ୪୫ ଲକ୍ଷ ଟଙ୍କା। ଏନେଇ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଅବକାରୀ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
Discover more from odia.bnslive.in
Subscribe to get the latest posts sent to your email.