ପୂର୍ବତନ ସୈନିକ ସଂଗଠନ ବାଲିଆପାଳର ବାର୍ଷିକ ଉତ୍ସବ

Creat A Revolution
           

ବାଲିଆପାଳ(ପ୍ରଭାକର ମଲ୍ଲିକ) -: ଭାରତୀୟ ପୂର୍ବତନ ସୈନିକ ସଂଗଠନ ବାଲିଆପାଳ ଶାଖାର ପଞ୍ଚଦଶ ବାର୍ଷିକ ଉତ୍ସବ ଶାରୀରିକ ମହାବିଦ୍ୟାଳୟ ସମ୍ମୀଳନୀ କକ୍ଷରେ ଅନୁଷ୍ଠିତ ।

ଉକ୍ତ ଉତ୍ସବରେ ସଂଗଠନର ସଭାପତି ଜୟରାମ ପାତ୍ର ସଭାପତିତ୍ୱ କରିଥିଲେ । ସମ୍ମାନୀତ ଅତିଥି ଭାବରେ ଡଃ ଅଦୈତ ପାତ୍ର, ମୁଖ୍ୟବକ୍ତା ଭାବରେ ବସ୍ତା ଗ୍ଦୟକ୍ଟ୍ରକ୍ଟ ଜଳନ୍ଧର ଜାଲି,ମୂଖ୍ୟ ଅତିଥି ଭାବରେ କର୍ନେଲ କ୍ଷେତ୍ରମୋହନ ମହାପାତ୍ର,ଫାଉଣ୍ଡର ମହେଶ୍ୱର ବେହେରା ପ୍ରମୁଖ ମଞ୍ଚାସୀନ ଥିବାବେଳେ ପୂର୍ବତନ ସୈନିକ ମାନଙ୍କର ବିଭିନ୍ନ ସମସ୍ୟା ତଥା ତାର ସମାଧାନ ବାବଦରେ ଆଲୋଚନା ହୋଇଥିଲା । ଦେଶ ସେବାପରେ ପୂର୍ବତନ ସୈନିକ ମାନେ ଏବେ ସାମାଜିକ ସଂଗଠନ ନିମନ୍ତେ କାର୍ଯ୍ୟ କରିବାର ପ୍ରତିଶ୍ରୁତି ବଦ୍ଧ ଥିବା କହିଥିଲେ ।ଉକ୍ତ ବାର୍ଷିକ ଉତ୍ସବ ରେ ବାଲେଶ୍ୱର, ବାରିପଦା, ନୀଳଗିରି, ଭଦ୍ରକ,ଭୂବନେଶ୍ୱର , ଅନୁଗୋଳ ସୈନିକ ସଂଗଠନର ମୂଖ୍ୟ ମାନେ ଯୋଗଦାନ କରି ନିଜର ବକ୍ତବ୍ୟ ରଖି ଥିଲେ । ପ୍ରଥମେ ମଞ୍ଚାସିନ ଅତିଥି ମାନେ ପ୍ରଦୀପ ପ୍ରଜ୍ୱଳନ କରିବା ସହ ଜାତୀୟ ସଂଗୀତ ଗାନ କରିବାପରେ ଦିବଂଗତ ସୈନିକ ମାନଙ୍କର ଆତ୍ମାର ସଦଗତି ନିମନ୍ତେ ଦୁଇ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା । ବାଲିଆପାଳ ଶାଖାର ଭୀମଚରଣ ବେହେରା ଓ ହରେକୃଷ୍ଣ ପ୍ରଧାନଙ୍କୁ ମାନପତ୍ର ଓ ଉତ୍ତରୀୟ ପ୍ରଦାନ କରାଯାଇଥିଲା । ଶେଷରେ ଚୈତନ୍ୟ ପ୍ରଧାନ ଧନ୍ୟବାଦ ଦେଇ ସଭା ସାଙ୍ଗ କରାଯାଇଥିଲା ।


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading