ନିଜ ଜନ୍ମ କଲା ଶିଶୁକୁ ଛାଡି ଫେରାର ବେଳେ ପୋଲିସ ଧରିଲା, ଅର୍ଥଭାବ କି ପଛର କାରଣ ?

Creat A Revolution
           

କଟକ/କାଳିଆପାଣି -: ପ୍ରଶାସନ ବୁଝାଇବାର ୬ ବର୍ଷ ପରେ ବି ଆଧୁନିକ ଚିକିତ୍ସା ପଦ୍ଧତିକୁ ଭରସୁ ନାହାନ୍ତି ନଗଡ଼ା ଜୁଆଙ୍ଗ। ଗୁହିଆଶାଳର ଜନୈକ ଦମ୍ପତିଙ୍କ ପାଇଁ କଟକ ଶିଶୁ ଭବନ କର୍ତ୍ତୃପକ୍ଷ ନାକେଦମ୍‌ ହୋଇଥିବା ଜଣାପଡ଼ିଛି। ଏପରିକି ରୋଗଣା ନବଜାତକ ଶିଶୁକୁ ମେଡିକାଲ୍‌ ବେଡ୍‌ରେ ଶୁଆଇ ମାଆବାପା ଓ ଜେଜେ ଚମ୍ପଟ୍‌ ମାରିବା ଘଟଣାରେ ମେଡିକାଲ କର୍ତ୍ତୃପକ୍ଷଙ୍କ ପାଇଁ ମୁଣ୍ଡବ୍ୟଥାର କାରଣ ହୋଇଥିଲା। ଫଳରେ ଶିଶୁଭବନ ପକ୍ଷରୁ ସ୍ଥାନୀୟ ପୁରୀଘାଟ ଥାନାରେ ଅଭିଯୋଗ କରାଯାଇଥିଲା।

ଶେଷରେ ବହୁ ଖୋଜାଖୋଜି ପରେ ଏହି ପରିବାରକୁ ବାଦାମବାଡ଼ି ନିକଟରୁ ଠାବ କରାଯାଇଥିଲା। ସେମାନେ ଅଟୋ ଯୋଗାଡ଼ କରି ଗାଁକୁ ପଳାଇ ଆସିବା ଯୋଜନା କରୁଥିବା ବେଳେ ପୁଲିସ ଓ ମେଡିକାଲ୍‌ କର୍ତ୍ତୃପକ୍ଷଙ୍କ ହାବୁଡ଼ରେ ପଡ଼ି ପୁଣି ଫେରିଥିଲେ।

ସୂଚନା ଯୋଗ୍ୟ ଯେ, ଗତ ୩ ତାରିଖରେ ଆରବିଏସ୍‌କେ ଡାକ୍ତର ଶୁଭାଶିଷ ଜେନାଙ୍କ ନେତୃତ୍ବରେ ଗୁହିଆଶାଳ ଗସ୍ତ କରିଥିବା ଡାକ୍ତରୀ ଦଳ ଗର୍ଭବତୀ ମେଞ୍ଜାରି ପ୍ରଧାନ(୨୫)ଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରି ତାଙ୍କୁ ନିଜ ଗାଡ଼ିରେ ସୁକିନ୍ଦା ଆଣିଥିଲେ। ଏଠାରୁ ଏକ ଆମ୍ବୁଲାନ୍ସ ଯୋଗେ ତାଙ୍କୁ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠା ଯାଇଥିଲା। ୪ ତାରିଖରେ ଅସ୍ତ୍ରୋପଚାର ଦ୍ବାରା ତାଙ୍କର ପ୍ରସବ କରାଯାଇଥିଲା। ନବଜାତକ ଶିଶୁକନ୍ୟାର ଓଜନ ମାତ୍ର ୧ କିଲୋ ୯ ଶହ ଗ୍ରାମ୍‌ ଥିବା ଓ ସ୍ବାସ୍ଥ୍ୟାବସ୍ଥା ସଂକଟାପନ୍ନ ଥିବାରୁ ଜେଜେମାଆ ସାଧବାଣୀ ପ୍ରଧାନ ଓ ଜେଜେ ଲକ୍ଷ୍ମଣ ପ୍ରଧାନଙ୍କ ସହ ଶିଶୁକୁ କଟକ ଶିଶୁ ଭବନ ପଠାଯାଇଥିଲା।

ଯାଜପୁର ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ପତ୍ନୀ ମେଞ୍ଜାରିଙ୍କ ପାଖରେ ସ୍ବାମୀ ମାଧ ରହିଥିଲେ। ଶିଶୁ ଭବନରେ ରୋଗଣା ଶିଶୁକୁ ଛାଡ଼ି ସାଧବାଣୀ ଓ ଲକ୍ଷ୍ମଣ ବାରମ୍ବାର ଗାଁକୁ ପଳାଇ ଆସିବାକୁ ଉଦ୍ୟମ କରୁଥିଲେ। ସାମାନ୍ୟ ସୁସ୍ଥ ହେବା ପରେ ମେଞ୍ଜାରି ଓ ମାଧଙ୍କୁ ମଧ୍ୟ ଆମ୍ବୁଲାନ୍ସ ଯୋଗେ ଶିଶୁଭବନକୁ ଅଣା ଯାଇଥିଲା। ମାତ୍ର ୨ ଦିନ ରହିବା ପରେ ଶିଶୁକୁ ଛାଡ଼ି ଏହି ୪ ଜଣିଆ ଜୁଆଙ୍ଗ ପରିବାର ଲୁଚି ଗୁହିଆଶାଳ ଖସି ପଳାଇ ଆସିବାକୁ ଯୋଜନା କରିଥିଲେ।


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading