ଗାନ୍ଧୀବାଦୀ ସଙ୍ଗଠକ ବିଷ୍ଣୁ ଦାସଙ୍କ ୭୦ ତମ ଜନ୍ମଦିନ ପାଳିତ, ବଣ୍ଟାଗଲା ୨୦୦ ଔଷଧୀୟ ଚାରା ଗଛ

Creat A Revolution
           

ଚୌଦ୍ୱାର -: ବରିଷ୍ଠ ସମାଜସେବୀ ତଥା ଗାନ୍ଧୀବାଦୀ ସଙ୍ଗଠକ ବିଷ୍ଣୁ ଦାସଙ୍କ ୭୦ ତମ ଜନ୍ମଦିନକୁ ଏକ ନିଆରା ଢଙ୍ଗରେ ପାଳିଛି ସାମାଜିକ ସଙ୍ଗଠନ ଆହ୍ୱାନ। ବୃକ୍ଷ ରୋପଣ ଓ ପରିବେଶ ସଚେତନତା ଦିଗରେ ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ବିଷ୍ଣୁ ଦାସଙ୍କ ଦ୍ୱାରା ଆହ୍ୱାନ ପକ୍ଷରୁ ୨୦୦ ବିଭିନ୍ନ ପ୍ରକାର ଔଷଧୀୟ ଚାରା ବଣ୍ଟନ କରାଯାଇଛି। ଅପରାହ୍ନରେ ଟାଙ୍ଗୀ ସ୍ଥିତ ଆହ୍ୱାନ କାର୍ଯ୍ୟାଳୟରେ “ବୟସ ଛୁଇଁଲା ସତୁରୀ ତଥାପି ଯାଇନି ହାରି” ସତୁରୀରେ ବିଷ୍ଣୁବାବୁ ଶୀର୍ଷକ ଉତ୍ସବ ଆୟୋଜିତ ହୋଇଯାଇଛି।

ଆହ୍ୱାନର ସମ୍ପାଦକ ପ୍ରୀତିରଞ୍ଜନ ବେହେରାଙ୍କ ପୌରହିତ୍ୟରେ ଆୟୋଜିତ ଉତ୍ସବରେ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ସମାଜସେବୀ ଗଙ୍ଗାଧର ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଷ୍ଣୁ ଦାସଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇବା ସହ ପୁଷ୍ପଗୁଚ୍ଛ ଉତ୍ତରୀୟ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ। ସମ୍ମାନିତ ଅତିଥି ଭାବେ ଟାଙ୍ଗୀ ଅଞ୍ଚଳର ଆଦର୍ଶ ଶିକ୍ଷକ ତଥା ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ସମରେନ୍ଦ୍ର ଷଢଙ୍ଗୀ, ଉତ୍କଳ ସାମ୍ବାଦିକ ସଂଘର କଟକ ଜିଲ୍ଲା ସଭାପତି ସତ୍ୟବ୍ରତ ଦାସ୍ ପ୍ରମୁଖ ଯୋଗଦେଇ ବିଷ୍ଣୁ ବାବୁଙ୍କ ସମାଜସେବା ଓ କର୍ମମୟ ଜୀବନୀ ଉପରେ ବକ୍ତବ୍ୟ ରଖିଥିଲେ। ଆହ୍ୱାନ ର କାର୍ଯ୍ୟକାରୀ ସଭାପତି ସୁରେଶ ଚନ୍ଦ୍ର ମହନ୍ତ କାର୍ଯ୍ୟକ୍ରମ ସଞ୍ଚାଳନ କରିଥିଲେ।

ଅନ୍ୟ ମାନଙ୍କ ମଧ୍ୟରେ ବିଷ୍ଣୁ ଦାସ୍ ଙ୍କ ସହଯୋଗୀ ଅନିରୁଦ୍ଧ ମଲ୍ଲିକ୍, ଅଶୋକ କୁମାର ନାଥ, ଶଶିକାନ୍ତ ମହାନ୍ତି, ମୁରଲୀଧର ମଲ୍ଲିକ୍ ପ୍ରମୁଖ ବିଷ୍ଣୁ ବାବୁଙ୍କ ସେବା କାର୍ଯ୍ୟ ଉପରେ ବକ୍ତବ୍ୟ ରଖିଥିଲେ। ଏହି ଅବସରରେ ସାମ୍ବାଦିକ ମିର୍ଜା ନସିମ୍ ବେଗ୍, ସ୍ୱାଧୀନ ଦାସ୍, ମଳୟ ମହାପାତ୍ର, ରତନ ପ୍ରସାଦ ବାରିକ୍, ଏସ୍ କେ ଜାଭେଦ୍ ,ସୁଧାଂଶୁ ଶେଖର ପରିଜା, ମନୋଜ କୁମାର ଦାସ୍, ଅନିଲ କୁମାର ଦାସଙ୍କୁ ବିଷ୍ଣୁ ଦାସ ଚାରା ଓ ଉତ୍ତରୀୟ ପ୍ରଦାନ କରି ସମ୍ମାନିତ କରିଥିଲେ। ଆହ୍ୱାନ ର ସହ-ସମ୍ପାଦକ ପ୍ରଦୀପ୍ତ କୁମାର ସାହୁ ଧନ୍ୟବାଦ ଆର୍ପଣ କରିଥିଲେ।


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading