ଖରାଦିନେ ଆପଣଙ୍କ ତ୍ୱଚାର ସୁରକ୍ଷା ପାଇଁ କେମିତି କରିବେ ଘରୋଇ ଉପଚାର ଆସନ୍ତୁ ଜାଣିବା …

Creat A Revolution
           

କେବଳ ଖାଦ୍ୟର ସ୍ୱାଦ ବଢ଼ାଇବା ପାଇଁ କଞ୍ଚା ପିଆଜ ବ୍ୟବହାର କରାଯାଏ ନାହିଁ, ବରଂ ଏଥିରୁ ଅନେକ ଅଜବ ପ୍ରକାର ଫାଇଦା ମଧ୍ୟ ମିଳିଥାଏ। କିନ୍ତୁ କ’ଣ ଆପଣ ଜାଣିଛନ୍ତି କି, କଞ୍ଚା ପିଆଜକୁ ତ୍ୱଚାରେ ଘଷିଲେ ଏହାର ଅଦ୍ଭୁତ ପ୍ରଭାବ ଦେଖିବାକୁ ମିଳିଥାଏ। ଆସନ୍ତୁ ଜାଣିବା କଞ୍ଚା ପିଆଜର କିଛି ଫାଇଦା ବିଷୟରେ।

ଅତି ବାଇଗେଣୀ ରଶ୍ମୀରୁ ସୁରକ୍ଷା ଦେଇଥାଏ -: ପିଆଜ ଭିଟାମିନ୍, ଖଣିଜ, ଆଣ୍ଟି ଆକ୍ସିଡାଣ୍ଟ, ଭିଟାମିନ୍ ଏ, ଭିଟାମିନ ସି ଏବଂ ଭିଟାମିନ୍ ଇର ଏକ ଭଲ ସ୍ରୋତ ହୋଇଥାଏ। ପିଆଜରେ ମହଜୁଦ ଥିବା ଏ ସମସ୍ତ ଭିଟାମିନ୍ ଆମକୁ ସୂର୍ଯ୍ୟଙ୍କ ଅତି ବାଇଗେଣୀ ରଶ୍ମୀର ହାନିକାରକ ପ୍ରଭାବରୁ ରକ୍ଷା କରିଥାଏ।

ଛାତି ଜାମ୍‌ରୁ ମୁକ୍ତି ଦେଇଥାଏ -: ସାଇନସ୍ ଏବଂ ନାକ ଜାମ୍‌ରୁ ମୁକ୍ତି ପାଇବା ପାଇଁ ଆପଣ କଞ୍ଚା ପିଆଜ ବ୍ୟବହାର କରି ପାରିବେ। ଏକ ମଧ୍ୟମ ଆକାରର ପିଆଜ କାଟି ଏହାର ବାମ୍ଫ ନିଅନ୍ତୁ। ଏହାଦ୍ୱାରା ଛାତି ଏବଂ ନାକ ଜାମ୍‌ରୁ ଆରାମ ମିଳିଥାଏ।

ଏଣ୍ଟି ଏଜିଙ୍ଗ୍‌ରୁ ଦୂରେଇ ରଖେ -: ପିଆଜରେ ଥିବା କ୍ୱେରସେଟିନ ଏବଂ ଅନ୍ୟ ସଲଫର ଯୁକ୍ତ ଫାଇଟୋକେମିକାଲ୍ସ ଫ୍ରି ରେଡିକଲ୍ସ ଯୋଗୁ ହୋଇଥିବା କ୍ଷତିର ମୁକାବିଲା କରିବାରେ ସାହାଯ୍ୟ କରିଥାଏ, ଯଦ୍ଦ୍ଵାରା ଜଲ୍‌ଦି ବୟସ ବଢ଼ିବାର ଛାପ ଚେହେରାରେ ନଜର ଆସି ନ ଥାଏ।

କୁଣ୍ଡେଇ ହେବାରୁ ମୁକ୍ତି -: କୁଣ୍ଡେଇ ହେବା କିମ୍ବା ମଶା କାମୁଡ଼ିବା ଦ୍ୱାରା ତ୍ୱଚାରେ ହେଉଥିବା ଜ୍ୱଳନରୁ ରକ୍ଷା କରିଥାଏ କଞ୍ଚା ପିଆଜ। ଆପଣ ଏହାକୁ ତ୍ୱଚାରେ ରଗଡ଼ି କୁଣ୍ଡେଇ ହେବା ଏବଂ ଜ୍ୱଳନରୁ ମୁକ୍ତି ପାଇ ପାରିବେ। ଏପରି କି, ରୋଷେଇ ବେଳେ ହାତ ଜଳିଗଲେ, ସେହି ସ୍ଥାନରେ ପିଆଜ ଘଷି ଦିଅନ୍ତୁ। ଆପଣଙ୍କୁ ତୁରନ୍ତ ଆରାମ ମିଳିବ।

ତ୍ୱଚାରେ ଉଜ୍ଜ୍ୱଳତା ଆଣେ -: ପିଆଜ ରସରେ ହଳଦୀ ମିଶାଇ ଚେହେରାରେ ଲଗାନ୍ତୁ। ଏହାକୁ ଲଗାଇବା ଦ୍ୱାରା କଳା ଦାଗରୁ ଛୁଟକାରା ମିଳିଥାଏ।

ତ୍ୱଚାକୁ ଡିଟକ୍ସ କରେ -: ପିଆଜରେ ଥିବା ଆଣ୍ଟି ଅକ୍ସିଡାଣ୍ଟ ରକ୍ତ ପ୍ରବାହରୁ ବିଷାକ୍ତ ପଦାର୍ଥଗୁଡ଼ିକୁ ବାହାର କରି ଦେଇଥାଏ ଏବଂ ଶରୀରକୁ ଡିଟକ୍ସିଫାଇ କରିବାରେ ସାହାଯ୍ୟ କରିଥାଏ। ଏହା ବ୍ୟତୀତ ପିଆଜରେ ଆଣ୍ଟି ବ୍ୟାକ୍ଟେରିଆଲ, ଆଣ୍ଟି ସେପ୍ଟିକ୍ ଏବଂ ଆଣ୍ଟି ଇନ୍‌ଫ୍ଲାମେଟରୀ ତତ୍ତ୍ୱ ରହିଥାଏ, ଯାହା ତ୍ୱଚା ବ୍ରେକ୍ଆଉଟକୁ ରୋକିବାରେ ସାହାଯ୍ୟ କରିଥାଏ।

ତ୍ୱଚାକୁ ପୋଷଣ -: ଏଥିରେ ଥିବା ଭିଟାମିନ ସି ଆମ ତ୍ୱଚାକୁ ଭିତରୁ ଉଜ୍ଜ୍ୱଳତା ପ୍ରଦାନ କରିଥାଏ। ତେବେ ଆପଣ ପିଆଜ ରସରେ ଅଳ୍ପ ଲେମ୍ବୁ ରସ ମିଶାଇ କଟନ୍ ବଲ୍ ସାହାଯ୍ୟରେ ତ୍ୱଚାରେ ଲଗାଇ ପାରିବେ।


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading