ମୋବାଇଲ ମେସେଜକୁ ନେଇ ମରଣାତ୍ମକ ଆକ୍ରମଣ

Creat A Revolution
           

ସାଲେପୁର (ଶିଶୁ କୃଷ୍ନ ନନ୍ଦ) -: ମୋବାଇଲ ମେସେଜକୁ ନେଇ ହେଲା ଗଣ୍ଡଗୋଳ।ସ୍ୱାମୀ,ସ୍ତ୍ରୀ ଓ ପରିବାର ଲୋକଙ୍କୁ ମାଡ଼ ର ହୋଇଛି ଅଭିଯୋଗ। ଅଭିଯୋଗ ଆଣିଲେ ସାଲେପୁର ଥାନା ରାଇସୁଙ୍ଗୁଡା ଗ୍ରାମର ଚିନ୍ମୟୀ ମହାନ୍ତି। ଚିନ୍ମୟୀ ମହାନ୍ତିଙ୍କ ସ୍ୱାମୀ ରବି ମହାନ୍ତିଙ୍କ ମୋବାଇଲରୁ ସେହି ଗ୍ରାମର ଜଣେ ମହିଳାଙ୍କ ପାଖକୁ ଯାଇଥିଲା ଅଶ୍ଳୀଳ ମେସେଜ।

ଯାହାକୁ ନେଇ ଆରମ୍ଭ ହୋଇଥିଲା ଗଣ୍ଡଗୋଳ। ଏହି ଘଟଣାକୁ କେନ୍ଦ୍ରକରି ସେହି ଗ୍ରାମର ବାବୁଲା ମହାନ୍ତି, ବାବାଜୀ ମହାନ୍ତି ଓ ସାବି ମହାନ୍ତି ତାଙ୍କ ସ୍ୱାମୀକୁ ମରଣାତ୍ମକ ଆକ୍ରମଣ କରିଥିଲେ। ଘଟଣା ସ୍ଥଳରୁ ରବି ମହାନ୍ତି କୌଶଳକ୍ରମେ ଖସି ପଳାଇଯାଇଥିଲେ। ରବି ମହାନ୍ତିଙ୍କୁ ନପାଇବାରୁ ବାବୁଲା ମହାନ୍ତି ଓ ସହଯୋଗୀ ମାନେ ଚିନ୍ମୟୀ ମହାନ୍ତିଙ୍କୁ ଏକ ଖୁଣ୍ଟରେ ବାନ୍ଧି ବାଡେଇଥିବାର ଅଭିଯୋଗ ଆଣିଛନ୍ତି ଚିନ୍ମୟୀ ମହାନ୍ତି।ଚିନ୍ମୟୀ ମହାନ୍ତିଙ୍କ ଶାଶୁ ଓ ପିଲାମାନେ ଖୁଣ୍ଟରୁ ଫିଟାଇବାକୁ ଆସି ସେମାନଙ୍କ ମାଡର ଶିକାର ହୋଇଥିଲେ।

ଏବେ ଚିନ୍ମୟୀ ମହାନ୍ତିଙ୍କ ୩ପିଲାକୁ ଏକ ଅଜ୍ଞାତ ସ୍ଥାନରେ ରଖି ପରିବାର ଉପରେ ପ୍ରତିଶୋଧ ନେବା ସହ ପରିବାର ଲୋକଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଉଛନ୍ତି। ଏ ନେଇ ଚିନ୍ମୟୀ ସାଲେପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅପରପକ୍ଷେ ବାବୁଲା ମହାନ୍ତି ଓ ସହଯୋଗୀମାନେ ମଧ୍ୟ ଚିନ୍ମୟୀଙ୍କ ନାମରେ ପାଲଟା ଅଭିଯୋଗ ଥାନାରେ କରିଛନ୍ତି। ଉଭୟ ଅଭିଯୋଗକୁ ଭିତ୍ତିକରି ସାଲେପୁର ପୋଲିସ ତଦନ୍ତ ଆରମ୍ଭ କରିଛି।


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading