ଶରୀରକୁ କାହିଁକି ଥକ୍କା ଲାଗେ ଆପଣ ଜାଣନ୍ତିକି … ଆସନ୍ତୁ ଜାଣିବା

Creat A Revolution
           

ଶରୀରକୁ ଥକ୍କା ଲାଗିବାର ଅନେକ କାରଣ ରହିଥାଏ। ଖାସ୍‌କରି ଶରୀରରେ ଆଇରନର ଅଭାବ ହେଲେ ସଠିକ୍‌ ନିଦ ହୁଏନାହିଁ ଏବଂ ଏହି କାରଣରୁ ଆଳସ୍ୟ ଏବଂ ହାଲିଆ ଲାଗିଥାଏ। ଯଦି ଶରୀରରେ ଥକ୍କାପଣ ଦୂରେଇ ରଖିବା ଚାହୁଁଥାନ୍ତି, ତେବେ ଏହାର ବିଭିନ୍ନ ପ୍ରକାର କାରଣ ବିଷୟରେ ଜାଣିବାକୁ ହେବ। ତେବେ କୋବି, ପନିପରିବା ଭଳି ପନିପରିବାରେ ତିଆରି ଏକ ସାଲାଡ୍ ଖାଇବା ଦ୍ୱାରା ଏହା ଥକାପଣ ଦୂର କରେ। ଏହା ଭିଟାମିନ୍ ବି ର ଗୁଣରେ ଭରପୂର ଅଟେ। ଯାହା ଥକ୍କାପଣକୁ ଦୂର କରିବା ସହିତ ଆପଣଙ୍କ ମନୋବଳକୁ ମଧ୍ୟ ଉନ୍ନତ କରିଥାଏ। ଏହି ପନିପରିବାଗୁଡ଼ିକୁ କୌଣସି ରୂପରେ କିମ୍ବା ଅନ୍ୟ ଉପାୟରେ ଖାଇବା ଦ୍ୱାରା ଶରୀରରେ ପୁଷ୍ଟିକର ଖାଦ୍ୟ ମିଳିଥାଏ। ମୁଣ୍ଡ ଭାରି ଲାଗିବା, ମାନସିକ ଥକ୍କାପଣ, ଚିଡିଚିଡ ହେବା, ରାଗ, ମନ ବିଚଳିତ ହେବା, କାହା ସହିତ କଥା ହେବା ପାଇଁ ଇଚ୍ଛା ନଥିବା ଭଳି ସମସ୍ୟା ଦେଖାଦେଉଥିଲେ ଆପଣ ମସ୍ତିଷ୍କ ପ୍ରତି ଧ୍ୟାନ ଦେବା ଜରୁରୀ। ଏହା ସହିତ ନିଜ ଭାବନାକୁ ନିଜ ନିୟନ୍ତ୍ରଣରେ ରଖିବା ଜରୁରୀ। ଏଭଳି ସମସ୍ୟା ମଣିଷକୁ ବିଭିନ୍ନ ଅଲଗା ଅଲଗା କାରଣ ଯୋଗୁଁ ହୋଇଥାଏ।

ମାନସିକ ଥକ୍କାପଣର କାରଣ -:

ମାନସିକ ଥକ୍କାପଣର କାରଣ ପ୍ରତ୍ୟେକ ବ୍ୟକ୍ତି ପାଇଁ ଅଲଗା ଅଲଗା ହୋଇପାରେ। ଯେପରି ଅଧିକ ଦିନ ପର୍ଯ୍ୟନ୍ତ କୌଣସି ରୋଗ, ଅଧିକ ଦିନ ଧରି ଔଷଧ ଖାଇବା, ଅତ୍ୟଧିକ ସମସ୍ୟା ଥିବା ପରିସ୍ଥିତିରେ ବଞ୍ଚିବା ଇତ୍ୟାଦି।

ଆପଣଙ୍କ ମାନସିକ ଥକ୍କାପଣ କିମ୍ବା ମାନସିକ ରୋଗର କାରଣ ଯାହା ହେଉ ନା କାହିଁକି, ଏମିତି ୩ଟି ଆୟୁର୍ବେଦିକ ଔଷଦ ରହିଛି, ଯାହା ଆପଣଙ୍କର ପ୍ରତ୍ୟେକ ସମସ୍ୟାରୁ ମୁକ୍ତି ଦେବ।

ଯଦି ଆପଣ ଗାଢ ଏବଂ ଭଲ ନିଦରେ ନ ଶୋଇବା ଯୋଗୁଁ ଆପଣଙ୍କ ଶରୀର ଅଧିକ ଥକ୍କା ଲାଗିଥାଏ। ତେଣୁ ସବୁବେଳେ ୭ରୁ ୮ ଘଣ୍ଟା ଶୁଅନ୍ତୁ।

ଶରୀରରେ ରକ୍ତର ଅଭାବ କାରଣ ହେବାକୁ ଯୋଗୁଁ ମଧ୍ୟ ଥକ୍କାପଣ ଲାଗିଥାଏ। ତେବେ ଏହାକୁ ଦୂର କରିବା ପାଇଁ ଆଇରନଯୁକ୍ତ ଆହାର ସେବନ କରନ୍ତୁ।

ଅଧିକ ଷ୍ଟ୍ରେସ ନେଲେ ମଧ୍ୟ ଶରୀରକୁ ଥକ୍କା ଏବଂ ଆଳସ୍ୟ ଲାଗିଥାଏ। ତେଣୁ ଷ୍ଟ୍ରେସ ଦୂର କରିବା ପାଇଁ ନିଜକୁ ଏନର୍ଜିଏଟିକ ରଖନ୍ତୁ।

ଥାଇରଏଡ ରୋଗୀଙ୍କୁ ମଧ୍ୟ ଅଧିକ ଥକ୍କାପଣ ଲାଗିଥାଏ। ତେଣୁ ଯଦି ବିନା କୌଣସି କାରଣ ଯୋଗୁଁ ଥକ୍କାପଣ ଲାଗିଥାଏ, ତେବେ ଥାଇରଏଡ ଚେକ୍‌ କରିଦିଅନ୍ତୁ।

ଶରୀରରେ ବଢୁଥିବା ଓଜନ ମଧ୍ୟ ଥକ୍କାପଣ ଏବଂ ଆଳସ୍ୟର କାରଣ ହୋଇପାରେ।

ଅଧିକ ବ୍ୟାୟାମ ନ କରିବା ଭଲ। ଅଧିକ ବ୍ୟାୟାମ କଲେ ହୁଏତ ଆପଣଙ୍କୁ ଥକ୍କା ଲାଗିଥାଏ।


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading