ସ୍ୱାସ୍ଥ୍ୟ ସମସ୍ୟା ପାଇଁ ରାମବାଣ , ପ୍ରତିଦିନ ସକାଳେ ଖାଲି ପେଟରେ ଖାଆନ୍ତୁ ମହୁ ଓ ରସୁଣ

Creat A Revolution
           

ରସୁଣ ଓ ମହୁର ବ୍ୟବହାର ଅନେକ ଲୋକ କରନ୍ତି। ଏହି ଦୁଇଟି ଜିନିଷର ଫାଇଦା ବିଷୟରେ ସମସ୍ତେ ଅଳ୍ପ ବହୁତ ଜାଣିଛନ୍ତି। କିନ୍ତୁ କ’ଣ ଆପଣ ଏହା ଜାଣିଛନ୍ତି କି, ଯଦି ଖାଲି ପେଟରେ ମହୁ ଓ ରସୁଣ ସେବନ କରାଯିବ, ତ ଏଥିରୁ ଅନେକ ସମସ୍ୟା ଦୂର ହୋଇ ପାରିବ? ହଁ, ରସୁଣ ଓ ମହୁକୁ ଏହିଭଳି ଭାବେ ସେବନ କଲେ ଆମକୁ କେତେକ ପ୍ରକାରର ଲାଭ ମିଳି ପାରିବ। କାହିଁକି ନା, ରସୁଣରେ ବହୁ ଜରୁରୀ ପୋଷକ ତତ୍ତ୍ୱ ରହିଛି। ଏହା ମଧୁମେହ ନିୟନ୍ତ୍ରଣ କରିବା, ଇମ୍ୟୁନିଟିକୁ ମଜଭୁତ କରିବା ଏବଂ କର୍କଟ ରୋଗରୁ ରକ୍ଷା କରିବାରେ ସାହାଯ୍ୟ କରିଥାଏ। ସେହିପରି ମହୁ ମଧ୍ୟ ଆଣ୍ଟି ବାୟୋଟିକ୍‌ ଭଳି କାମ କରିଥାଏ ଏବଂ ସମସ୍ତ ପ୍ରକାର ସଂକ୍ରମଣରୁ ଶରୀରକୁ ରକ୍ଷା କରିଥାଏ। ଆଜି ଆମେ ଆପଣଙ୍କୁ କହିବୁ ଯେ ଖାଲି ପେଟରେ ରସୁଣ ଓ ମହୁ ସେବନ କରିବା ଦ୍ୱାରା ସ୍ୱାସ୍ଥ୍ୟ ସମ୍ବନ୍ଧୀୟ କେଉଁ କେଉଁ ସମସ୍ୟାକୁ ଦୂର କରାଯାଇ ପାରିବ।

ଯେଉଁ ଲୋକ ନିଜ ଶରୀରର ଓଜନ ବୃଦ୍ଧି ତଥା ମୋଟାପଣକୁ ନେଇ ଚିନ୍ତିତ, ସେମାନେ ନିୟମିତ ରୂପେ ରସୁଣ ଓ ମହୁ ସେବନ କରି ପାରିବେ। ଏଥିରୁ ସେମାନଙ୍କୁ ମୋଟାପଣରୁ ଛୁଟକାରା ମିଳି ପାରିବ।

The REAL Health Benefits of Garlic and Honey - YouTube

-ପ୍ରତିଦିନ ରସୁଣ ଓ ମହୁ ସେବନ କରିବା ଦ୍ୱାରା ଥଣ୍ଡା, ସର୍ଦ୍ଦି ଭଳି ସମସ୍ୟାରୁ ଉପଶମ ମିଳି ପାରିବ। ଏହା ବ୍ୟତୀତ ଗଳା ଫୁଲିବା, ଗଳା ଗତଗତ ହେବା ସମସ୍ୟାକୁ ମଧ୍ୟ ଏହା ଦୂର କରି ପାରିବ। କେବଳ ଏତିକି ନୁହେଁ, ରସୁଣ ଓ ମହୁ ଇମ୍ୟୁନିଟିକୁ ମଜଭୁତ କରିବାରେ ମଧ୍ୟ ବହୁତ ଉପଯୋଗୀ ହୋଇଥାଏ।

ଆପଣ ଗୋଟିଏ ଚାମଚ ମହୁ ଓ ରସୁଣ ସେବନ କଲେ, ଏହା ହାର୍ଟର ଧମନୀଗୁଡ଼ିକରେ ଜମି ରହିଥିବା ଫ୍ୟାଟ୍‌କୁ ଦୂର କରି ପାରିବ। ସାଧାରଣ ଭାବରେ କହିବାକୁ ଗଲେ, ଏହା ହୃଦୟର ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ ହୋଇଥାଏ।

-ଡାଇରିଆ ସମସ୍ୟାକୁ ଦୂର କରିବାରେ ବି ମହୁରେ ଭିଜା ହୋଇଥିବା ରସୁଣ ବେଶ୍‌ ଫାଇଦାଯୁକ୍ତ ହୋଇଥାଏ। ଏହା ଆପଣଙ୍କ ବହୁତ କାମରେ ଆସିଥାଏ।

-ଯଦି ଆପଣ ମହୁରେ ରସୁଣ ମିଶାଇ ଖାଇବେ, ତ ଦାନ୍ତ ଏବଂ ଦାନ୍ତ ମାଢ଼ି ଶକ୍ତିଶାଳୀ ହେବ।

-ଫଙ୍ଗଲ ଇନ୍‌ଫେକ୍ସନକୁ ଦୂର କରିବାରେ ମଧ୍ୟ ମହୁ ଓ ରସୁଣ ବହୁତ ଲାଭଦାୟକ ହୋଇପାରେ।

-ମହୁ ଓ ରସୁଣକୁ ଏକାଠି ଖାଇବା ଦ୍ୱାରା ଆପଣଙ୍କ କୋଲେଷ୍ଟ୍ରୋଲ ମଧ୍ୟ କମି ଯାଇଥାଏ। ଏହା ରୋଗ ପ୍ରତିରୋଧକ ଶକ୍ତିକୁ ମଜଭୁତ କରିଥାଏ।


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading