ଆପଣ ଫାଷ୍ଟଫୁଡ୍ ଖାଇବାକୁ ପସନ୍ଦ କରୁଛନ୍ତି, ତେବେ ସାବଧାନ୍ ହୋଇଯାଆନ୍ତୁ : କେମିତି ପ୍ରସ୍ତୁତ ହୁଏ ଚାଉମିନ,ତେଲ, ସସ୍ ଆସନ୍ତୁ ଜାଣିବା

Creat A Revolution
           

କଟକ/ଭୁବନେଶ୍ବର -:  ଆପଣ ଫାଷ୍ଟଫୁଡ୍ ପ୍ରିୟ କି ? ଦେହଲଗା ସାବୁନ ତିଆରିରେ ବ୍ୟବହାର ହେଉଥିବା ରାଇସ୍‌ କ୍ରିଉଡ୍‌ ଅଏଲ୍‌ରୁ ପାମୋଲିନ୍ ତେଲ, ଚୋକଡ଼ରୁ ମ୍ୟାଗି ଓ ଶଢ଼ା କଖାରୁ, କଳମ ସାଗରେ ଏସେନ୍ସ ମିଶାଇ ତିଆରି ହେଉଥିବା ସସ୍ ଏବେ ଫାଷ୍ଟଫୁଡ୍ ଦୋକାନରେ ଦିଆଯାଉଛି। ଏଭଳି ଭେଜାଲ୍ ଖାଦ୍ୟ ସାମଗ୍ରୀରୁ ପ୍ରସ୍ତୁତ ହେଉଥିବା ଫାଷ୍ଟଫୁଡ୍ ଖାଇଲେ ଖାଦ୍ୟନଳୀରେ କର୍କଟ ରୋଗ ସୃଷ୍ଟି ହେବା ନେଇ ଏବେ ଡାକ୍ତର ସତର୍କ କରିଛନ୍ତି।

ସ୍କୁଲ କଲେଜର ଛାତ୍ରଛାତ୍ରୀ ଅଧିକ ମାତ୍ରାରେ ଫାଷ୍ଟଫୁଡ୍ ଖାଦ୍ୟକୁ ପସନ୍ଦ କରୁଥିବାରୁ ଏଥିରେ ଭେଜାଲର ମାତ୍ରା ବଢ଼ିବାରେ ଲାଗିଛି। ଶନିବାର ଏକକାଳୀନ ଅସ୍ବାସ୍ଥ୍ୟକର ପରିବେଶରେ ପ୍ରସ୍ତୁତ ଗୁପଚୁପ, ସସ୍ ଓ ଚାଓମିନ୍ ଫ୍ୟାକ୍ଟ୍ରି ଚଢ଼ଉ ପରେ ଏବେ ଖାଦ୍ୟର ମାନକୁ ନେଇ ପ୍ରଶ୍ନ ଉଠିଛି। ଫାଷ୍ଟଫୁଡ ଦୋକାନୀ ବ୍ୟବହାର କରୁଥିବା ଅପମିଶ୍ରିତ ଚାଓମିନ୍, ତେଲ, ସସ ଏବେ ପୁଲିସ ଓ ସିଏମସିର ସ୍ବାସ୍ଥ୍ୟ ଅଧିକାରୀଙ୍କ ଚିନ୍ତା ବଢ଼ାଇ ଦେଇଛି। ତଥ୍ୟ ଅନୁଯାୟୀ, ଆନ୍ଧ୍ର ଓ କଲିକତାରୁ ଆସୁଥିବା ଅଶୋଧିତ ତେଲ ବା ରାଇସ୍‌ କ୍ରିଉଡ୍‌ ଅଏଲ୍‌କୁ ଜଗତପୁରରୁ ତେଲ ବ୍ୟବସାୟୀମାନେ ଖରିଦ କରୁଛନ୍ତି। ୧୫ ଲିଟର‌୍‌ ନକଲି ତେଲରେ ଏକ ଟୋପା ଅର୍କ ମିଶାଇ ସୋରିଶ ଏବ˚ ପାମୋଲିନ୍ ତେଲ ପ୍ରସ୍ତୁତ କରାଯାଉଛି। କଲିକତାରୁ ଆମଦାନୀ ହେଉଥିବା ଏହି ଅର୍କ ମିଶାଇ ଏଭଳି ପ୍ରସ୍ତୁତ ହେଉଛି। ଚାଉଳରୁ ଏହି ଅଶୋଧିତ ତେଲ ବା ରାଇସ୍‌ କ୍ରିଉଡ୍‌ ଅଏଲ୍‌ ପ୍ରସ୍ତୁତ ହେଉଛି। ଏହି ଅଶୋଧିତ ତେଲ ଲିଟର‌୍‌ ପିଛା ମାତ୍ର ୫୦ ଟଙ୍କାରେ କିଣାଯାଉଥିବା ବେଳେ ଏସେନ୍ସ ଲିଟର‌୍‌ ପିଛା ୩୫ ଟଙ୍କାରେ କଲିକତାରୁ ଆମଦାନୀ କରାଯାଉଛି।

ଏହି ନକଲି ତେଲ କାରବାର ଜଗତପୁର, ମାଲଗୋଦାମ, ପୀର ବଜାର ଅଞ୍ଚଳରେ ପ୍ରସ୍ତୁତ ହେଉଛି। ଅପମିଶ୍ରଣକାରୀମାନେ ଏହି ତେଲକୁ ସିଧାସଳଖ ଫାଷ୍ଟଫୁଡ ଦୋକାନକୁ ବିକ୍ରି କରୁଛନ୍ତି। ଖାଇବା ତେଲ ଲିଟର ମୂଲ୍ୟ ଏବେ ୧୭୦ରୁ ୨୦୦ ଟଙ୍କା ଭିତରେ ଥିବା ବେଳେ ଫାଷ୍ଟଫୁଡ ଦୋକାନୀ ଏହି ଅପମିଶ୍ରିତ ତେଲ ୧୦୦ ଟଙ୍କା ଭିତରେ ଲିଟର୍ ପିଛା କିଣୁଛନ୍ତି। ବ୍ୟବସାୟର ଲାଭ ଆଶାରେ ଶସ୍ତାରେ ଏହି ଅପମିଶ୍ରିତ ତେଲ କିଣୁଛନ୍ତି। ସେହିଭଳି ଶଢ଼ା କଖାରୁ, ଆଳୁରୁ ଟମାଟୋ ସସ୍ ଏବଂ କଳମ ସାଗରୁ ଚିଲି ସସ୍ ପ୍ରସ୍ତୁତ ହେଉଛି। ଏହି ପନିପରିବାକୁ ହାଣ୍ଡିରେ ସିଝାଇବା ପରେ ଏଥିରେ ଖଟା ଲାଗିବା ପାଇଁ ଭିନେଗାର ମିଶାଯାଉଛି। ନୀଳ ଓ ନାଲି ରଙ୍ଗ କରିବା ପାଇଁ କୃତ୍ରିମ ରଙ୍ଗ ମିଶାଯାଉଛି। ସିଝିବା ପରେ ସସ୍ ବାସ୍ନା ହେବା ପାଇଁ ଏଥିରେ ଏସେନ୍ସ ମିଶାଯାଉଛି।

watch now then subscribe our youtube chhanel BNS NEWS

ଏହି ରଙ୍ଗ ଓ ଏସେନ୍ସ ବି କଲିକତାରୁ ଆସୁଛି। ମାଲଗୋଦାମରେ ଏଭଳି ରଙ୍ଗ ଓ ଏସେନ୍ସି ବିକ୍ରି ହେଉଥିବା ପୁଲିସ ତଦନ୍ତରୁ ଜାଣିବାକୁ ପାଇଛି। କଟକ ଜିଲ୍ଲା ଏଡିଏମ୍ ଡାକ୍ତର ଉମେଶ ରାୟ କହିଛନ୍ତି ଯେ ଫାଷ୍ଟଫୁଡ଼ରେ ଯେଉଁ ସାମଗ୍ରୀ ମିଶୁଛି ଏହାକୁ ଖାଇଲେ ଖାଦ୍ୟ ନଳୀରେ କର୍କଟ ରୋଗ ସୃଷ୍ଟି ହେବାର ଯଥେଷ୍ଟ ଆଶଙ୍କା ରହିଛି। ସେହିଭଳି ହୃଦରୋଗ ସହିତ ମସ୍ତିଷ୍କର ଶିର ବ୍ଲକ ହୋଇ ଚୋକ୍ ହେବାର ଆଶଙ୍କା ରହିଛି। ଯୁବକମାନେ ଅଧିକ ମାତ୍ରାରେ ଫାଷ୍ଟଫୁଡ୍ ଖାଉଥିବା ଦେଖିବାକୁ ମିଳୁଥିବାରୁ ଏହା ଅତ୍ୟଧିକ ଓଜନ ବୃଦ୍ଧି କରାଉଛି। ଓଜନ ବଢ଼ୁଥିବା ବେଳେ ରୋଗ ପ୍ରତିରୋଧକ ଶକ୍ତି ହ୍ରାସ ଘଟୁଛି। ମଧୁମେହ ରୋଗ ୧୫ରୁ ୨୦ ବର୍ଷ ବୟସରେ ଚିହ୍ନଟ ହେବା ପଛରେ ଏହା ଏକ ପ୍ରମୁଖ କାରଣ କୁହାଯାଉଛି। ଡିସିପି ପିନାକ୍ ମିଶ୍ର କହିଛନ୍ତି ଯେ କଟକ ସହରରେ ନକଲି ଖାଦ୍ୟ ସାମଗ୍ରୀ ଚଢ଼ଉ ପ୍ରକ୍ରିୟା ଏବେ ଜାରି ରହିଥିବା ବେଳେ ଆଗକୁ ମଧ୍ୟ ସହରରେ ଯେଉଁ ସ୍ଥାନରେ ଏଭଳି ଅପମିଶ୍ରଣ ହେଉଥିବାର ନଜରକୁ ଆସିବ, ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

watch now – then subscribe our youtube chhanel BNS Bhakti

Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading