ଆଜି ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ଶୀତଳଷଷ୍ଠୀ, ଦେବାଦେବୀଙ୍କୁ ଗୁଆ ଦେଇ ନିମନ୍ତ୍ରଣ କରିବାକୁ ଯାଉଛନ୍ତି ହନୁମାନ

Creat A Revolution
           

ସମ୍ବଲପୁର -: ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ଶୀତଳଷଷ୍ଠୀ ପାଇଁ ଦୁଲୁକୁଛି ସମ୍ବଲପୁର। ଆଜି ଦେବ ଦମ୍ପତ୍ତିଙ୍କ ବିବାହ ଉତ୍ସବ। ଏଥିପାଇଁ ଉତ୍ସବମୁଖର ହୋଇ ଉଠିଛି ସମ୍ବଲପୁର ସହର। ଗତକାଲି ରାତିରେ ବିଭିନ୍ନ ଦେବାଦେବୀଙ୍କୁ ଗୁଆ ଦେଇ କରାଯାଇଛି ନିମନ୍ତ୍ରଣ। ଗୁରୁବାର ଦିନ ନନ୍ଦପଡ଼ା ପରେ ଗତକାଲି ଝାଡୁଆପଡ଼ା, ମୁଦିପଡ଼ା ଓ ଅନ୍ୟାନ୍ୟ ପଡ଼ାମାନଙ୍କରେ ଦେବ ନିମନ୍ତ୍ରଣ ବା ହନୁମାନ ନିଉତା ଅନୁଷ୍ଠିତ ହୋଇଛି।

ପ୍ରଭୁ ହନୁମାନ ସହରର ବିଭିନ୍ନ ଦେବାଦେବୀଙ୍କୁ ନିମନ୍ତ୍ରଣ କରିଛନ୍ତି। ଆଜି ରାତିରେ ବିଭିନ୍ନ ଶିବାଳୟରୁ ଭୋଳାବାବା, ବରବେଶ ସାଜି ବିବାହ ଶୋଭାଯାତ୍ରାରେ ବାହାରିବେ। ବାଜା, ବାଣ,ନାଚ ଗୀତ ସହ ବରଯାତ୍ରୀଙ୍କୁ ସାଙ୍ଗରେ ନେଇ ଯିବେ  କନ୍ୟା ଘରକୁ। ସେଠାରେ ବିଧିମତେ ଦେବ ଦମ୍ପତିଙ୍କ ବିବାହ ସମ୍ପନ୍ନ ହେବ। ଦେବ ଦମ୍ପତିଙ୍କ ବିବାହ ପାଇଁ ଉଭୟ ବର ଓ କନ୍ୟା ଘରେ ଚାଲିଛି ସଜବାଜ। ମହିଳାମାନେ  ପାରମ୍ପରିକ ନାଚ ଗୀତ ଗାଇ ମେହେନ୍ଦି ଲଗାଇଛନ୍ତି।


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading