ଜେଲ୍ ଭିତରେ ବାଡେଇ ବାଡେଇ ମାରିଦେଲା ପୋଲିସ

Creat A Revolution
           

ବ୍ରହ୍ମପୁର -: ବ୍ରହ୍ମପୁର ମଣ୍ଡଳ କାରାଗାରରେ ବିଚାରାଧୀନ ଜଣେ କଏଦୀଙ୍କ ଆଜି ମୃତ୍ୟୁ ହୋଇଯାଇଛି। ତାଙ୍କ ନାମ ମିଟୁ ବେହେରା। ସେ ଏମକେସିଜି ମେଡିକାଲରେ ଚିକିତ୍ସାଧୀନ ଥିଲେ। ଚିକିତ୍ସାଧୀନ ଅବସ୍ଥାରେ ହିଁ ତାଙ୍କର ମୃତ୍ୟୁ ହୋଇଛି। ସୂଚନା ମୁତାବକ, ଗତ ୧ ତାରିଖ ଦିନ ବେଆଇନ ମଦ ରାନ୍ଧିବା ମାମଲାରେ ଗୋଳନ୍ଥରା ଥାନା ପୁଲିସ ୩ଜଣଙ୍କୁ ଗିରଫ କରିଥିଲା। ଯାହା ଭିତରେ ମିଟୁ ଥିଲେ। ପୁଲିସ ଏମାନଙ୍କୁ ମେଡିକାଲ ପରୀକ୍ଷା କରି ରାତି ପ୍ରାୟ ସାଢ଼େ ୯ଟାରେ କୋର୍ଟ ଚାଲାଣ କରିଥିଲା।

ତାପରେ ତାଙ୍କୁ ବ୍ରହ୍ମପୁର ମଣ୍ଡଳ କାରାଗାରକୁ ପଠେଇ ଦିଆ ଯାଇଥିଲା। ଆଜି ଜେଲରେ ମିଟୁଙ୍କ ଦେହ ଖରାପ ହୋଇଥିଲା। ସେଠାରୁ ତାଙ୍କୁ ଆଣି ମେଡିକାଲରେ ଭର୍ତି କରାଯାଇଥିଲା। କିଛି ସମୟ ଚିକିତ୍ସା ପରେ ଡାକ୍ତର ତାଙ୍କୁ ମେଡ଼ିକାଲରେ ମୃତ ଘୋଷିତ କରିଥିଲେ। ତେବେ ତାଙ୍କୁ ପୁଲିସ ପ୍ରବଳ ମାଡ଼ ମାରି ଆହତ ଅବସ୍ଥାରେ କୋର୍ଟ ଚାଲଣ କରିଥିବାରୁ ଏହା ସହି ନ ପାରି ତାଙ୍କର ମୃତ୍ୟୁ ହୋଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି।


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading