Creat A Revolution
ପୁରୀ -:
ଗତକାଲିର ଭୁଲ ପାଇଁ ସେ କ୍ଷମା ପ୍ରାର୍ଥନା କରିଛନ୍ତି। ସଞ୍ଜୟଙ୍କ ଅଭିଯୋଗ ନେଇ ଗତକାଲି ପୁରୀ ଜିଲ୍ଲା ଅବକାରୀ ବିଭାଗରେ ହୁଲସ୍ତୁଲ ହୋଇ ଯାଇଥିଲା । ପୁରୀ ପୁଲିସ ମାସିକିଆ ବଟି ନେଉଛି ବୋଲି ଅବକାରୀ କମିଶନରଙ୍କୁ ଏକ ଚିଠି ଲେଖି ଗଣମାଧ୍ୟମ ଆଗରେ ଖୁଲମଖୁଲା ଅଭିଯୋଗ ଆଣିଥିଲେ । ଜିଲ୍ଲାରେ ଥାନା ଅଧିକାରୀମାନେ ନିଶା ମାଫିଆଙ୍କ ନିକଟରୁ ମାସିକିଆ ଟଙ୍କା ସଂଗ୍ରହ କରୁଛନ୍ତି। ଯାହା ଫଳରେ ଅବକାରୀ ବିଭାଗର ତଦନ୍ତ ପ୍ରକ୍ରିୟା ପ୍ରଭାବିତ ହେଉଛି ବୋଲି ଅଭିଯୋଗରେ କହିଥିଲେ । ଗତ ଜୁନ୍ ୪ ତାରିଖରେ ସେ ଏଭଳି ଚିଠି ଲେଖିଥିଲେ। ଏମିତିକି ତାଙ୍କ ବିରୁଦ୍ଧରେ ଯେକୌଣସି କାର୍ଯ୍ଯାନୁଷ୍ଠାନ ହେଲେ ସେ ସାମ୍ନା କରିବା ପାଇଁ ପ୍ରସ୍ତୁତ ବୋଲି ସଞ୍ଜୟ କହିଥିଲେ।
Discover more from odia.bnslive.in
Subscribe to get the latest posts sent to your email.