କୋର୍ଟ ନିର୍ଦ୍ଧେଶକୁ ବେଖାତିର, ଏସ.ପିଙ୍କ ନିକଟରେ ଅଭିଯୋଗ

Creat A Revolution
           

ଜଗତସିଂହପୁର(ଜ୍ୟୋତି ରଞ୍ଜନ ପରିଡା) -: ଜଗତସିଂହପୁର ଜ଼ିଲ୍ଲା ବିରିଡି ଥାନା ଅନ୍ତର୍ଗତ ଅଣଖିଆ ଗୋପୀନାଥପୁର ଗ୍ରାମରେ ଦୁଇ ପରିବାର ମଧ୍ୟ୍ୟ ରେ ଜମିବାଡ଼ି ବିବାଦକୁ କେନ୍ଦ୍ର କରି ଜଗତସିଂହପୁର ସିଭିଲ କୋର୍ଟ ନିର୍ଦେଶକୁ ଖୋଲା ଖୋଲି ଉଲଘଂନ କରାଯାଉଥିବା ବେଳେ ବିରିଡି ପୋଲିସ ଅଭିଯୋଗ ପାଇଁ ନିରବଦ୍ରଷ୍ଟା ସlଜିଥିବାରୁ ଘଟଣା ସମ୍ପର୍କରେ ଏସ.ପିଙ୍କ ନିକଟରେ ଅଭିଯୋଗ ହୋଇଛି lଖବର ନେବାରେ ଜଣାଯାଇଛି ଯେ ଗୋପୀନାଥପୁର ଗ୍ରାମର ଖାତା ନଂ 1061 ପ୍ଲଟ ନଂ 2457ଉପରେ କୃଷ୍ଣ ସାହୁ ବଳ ପୂର୍ବକ ଘର ନିର୍ମାଣ କରୁଥିବା ସମୟରେ ଜମି ବାଡ଼ି ବିବାଦ କୁ କେନ୍ଦ୍ର କରି ସତ୍ୟ ନାରାୟଣ ସାହୁ ଏହାକୁ ବିରୋଧ କରୁଥିଲେ l

ପରେ ଘଟଣା ସମ୍ପର୍କ ରେ 139/17ମସିହା ରେ ସିଭିଲ ସୁଟ କରାଯାଇଥିଲା l ଜମି ବାଡ଼ି ବିବାଦ ସମାଧାନ ନ ହେବା ପର୍ଯ୍ୟନ୍ତ ଉକ୍ତ ସ୍ଥାନରେ କେହି ଗୃହ ନିର୍ମାଣ କରିପାରିବେ ନାହିଁ ବୋଲି କୋର୍ଟ ନିର୍ଦେଶକ ଦେଇଥିଲେ l ହେଲେ ସତ୍ୟ ନାରାୟଣ ଘରେ ନଥିବା ସମୟରେ କୃଷ୍ଣ ସାହୁ ବିବାଦୀୟ ପ୍ଲଟ ଉପରେ କୋର୍ଟ ନିର୍ଦେଶକକୁ ଅବମାନନା କରି ବଳ ପୂର୍ବକ ଗୃହ ନିର୍ମାଣ କରିବାରୁ ସତ୍ୟ ନାରାୟଣ ସ୍ତ୍ରୀ କାବେରୀ ବିରିଡି ଥାନାରେ ଅଭିଯୋଗ କରିଥିଲା l ବିରିଡି ପୋଲିସ କାବେରୀକୁ ନ୍ୟାୟ ନ ଦେବାରୁ କାବେରୀ ଏବଂ ତା ସ୍ୱାମୀ ସତ୍ୟ ନାରାୟଣ ଏସ.ପିଙ୍କ ନିକଟରେ ଅଭିଯୋଗ କରିଛନ୍ତି l


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading