ନୂଆଗାଁ ପଞ୍ଚାୟତରେ ନବନିର୍ବାଚିତ ସରପଞ୍ଚଙ୍କ ଦାଇତ୍ୱ ଗ୍ରହଣ

Creat A Revolution
           

ବାଲିଆପାଳ(ପ୍ରଭାକର ମଲ୍ଲିକ)-:ବାଲେଶ୍ୱର ଜିଲ୍ଲା ବାଲିଆପାଳ ବ୍ଲକ ନୂଆଗାଁ ଗ୍ରାମପଞ୍ଚାୟତରେ ଆଜି ବିଧିବଦ୍ଧ ଭାବରେ ନୂଆକରି ନିର୍ବାଚିତ ହୋଇଥିବା ସରପଞ୍ଚ ପଞ୍ଚାୟତ ଅଫିସ ଗୃହରେ ପୂଜା ଅର୍ଚନା କରିବା ସହିତ ପଞ୍ଚାୟତର ଜନ ସାଧାରଣ ମାନେ ନୂତନ ସରପଞ୍ଚଙ୍କୁ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧନା କରିବା ପରେ ନୂତନ ସରପଞ୍ଚ ଦୀପାରାଣୀ ଦାସ ଦାଇତ୍ୱ ଗ୍ରହଣ କରିଛନ୍ତି l

ସୂଚନାରୁ ପ୍ରକାଶ ଗତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ରେ ବାଲିଆପାଳ ବ୍ଲକ ର ନୂଆଗାଁ ପଞ୍ଚାୟତ ରେ ସରପଞ୍ଚ ଭାବେ ବିଜୟୀ ହୋଇଥିବା ଦୀପାରାଣୀ ଦାସ ଆଜି ବିଦ୍ଧିବଦ୍ଧ ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି l ଏହି ସ୍ୱାଗତ ସମାରୋହ ସଭାରେ ମୁଖ୍ୟ ଅତିଥି ବାଲେଶ୍ୱର ଜିଲ୍ଲା ୨୪ ନମ୍ବର ଜୋନ ର ଜିଲ୍ଲା ପରିଷଦ ବାବାଜୀ ଦେହୁରୀ , ସମ୍ମାନିତ ଅତିଥି ସରପଞ୍ଚ ପ୍ରତିନିଧି ପ୍ରଶାନ୍ତ କୁମାର ଦାସ (ବାପି ), ଜଗତିପୁର ପଞ୍ଚାୟତ ର ସମିତି ସଦସ୍ୟ ଶାନ୍ତନୁ ମହାପାତ୍ରଙ୍କ ସହ ଗୌରାଙ୍ଗ ମହାନ୍ତି, ଅଜୟ ସାମଲ,ନିରୁପମା ଦାସ,ମହେଶ୍ୱର ନାୟକ,ସଞ୍ଜୟ ସାହୁଙ୍କ ସହ ସରପଞ୍ଚ ଦୀପାରାଣୀ ଦାସ ,ବ୍ଲକ ସଦସ୍ୟ ପ୍ରଦୀପ ସାମନ୍ତରାୟ ଓ ୱାର୍ଡ ମେମ୍ବର ମାନେ ଉପସ୍ଥିତ ଥିଲେ l

ପ୍ରଥମେ ମୁଖ୍ୟ ଅତିଥିଙ୍କୁ ସରପଞ୍ଚ ପୁଷ୍ପଗୁଛ ଦେଇ ସ୍ୱାଗତ କରିଥିଲେ l ପରେ ଗ୍ରାମର ମୁଖିଆ ଅଜୟ ସାମଲ ଫିତାକାଟି ଗୃହ ପ୍ରବେଶ ପରେ ଦୀପାରାଣୀ ଦାସ ନୂତନ ଭାବରେ ସରପଞ୍ଚ ଦାଇତ୍ୱ ନେଇଥିଲେ l ଏହି ସଭା କୁ ହୃଷିକେଶ ପଣ୍ଡା ପରିଚାଳନା କରିଥିବା ବେଳେ, ସର୍ବ ଶେଷରେ ପର୍ଶୁରାମ ପଢ଼ିଆରୀ ଧନ୍ୟବାଦ ଅର୍ପଣ କରିଥିଲେ l


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading