ଫୁଡ୍‌ ପଏଜନିଙ୍ଗ୍‌ ହେଲେ…

Creat A Revolution
           

ଏବେକା ସମୟରେ ଅଧିକାଂଶ ଲୋକ ବାହାର ଖାଦ୍ୟ ଖାଇ ଫୁଡ୍‌ ପଏଜନିଙ୍ଗ୍‌ର ଶିକାର ହେଉଛନ୍ତି। ଏହା ସାଧାରଣତଃ ଠିକ୍ ଭାବରେ ଖାଦ୍ୟ ନ ଖାଇବା, ଖରାପ ହୋଇ ଯାଇଥିବା ଖାଦ୍ୟର ସେବନ ନଚେତ୍‌ ଅପରିଷ୍କାର ପାଣି ପିଇବା କାରଣରୁ ହୋଇଥାଏ। ଅନେକ ବାର ଅଧାରନ୍ଧା ଖାଦ୍ୟ ଖାଇବା, ମଇଳା ହାତରେ ଖାଇବା, ଥଣ୍ଡା କିମ୍ବା ବାସି ଖାଦ୍ୟ ଖାଇବା ଦ୍ୱାରା ମଧ୍ୟ ଫୁଡ୍‌ ପଏଜନିଙ୍ଗ୍‌ ହୋଇଥାଏ। ଆଜି ଆମେ ଆପଣଙ୍କୁ ଏମିତି କିଛି ଘରୋଇ ଉପଚାର ବିଷୟରେ କହିବୁ, ଯାହାକୁ ଆପଣାଇଲେ ଆପଣ ସହଜରେ ଫୁଡ୍‌ ପଏଜନିଙ୍ଗ୍‌ ସମସ୍ୟାକୁ ଦୂର କରି ପାରିବେ।

ଘରୋଇ ଉପଚାର


-ଫୁଡ୍‌ ପଏଜନିଙ୍ଗ୍‌ ହେଲେ ବାନ୍ତି, ଡାଇରିଆ ଏବଂ ପେଟ ଖରାପ ହେଲା ଭଳି ସମସ୍ୟା ଦେଖା ଦେଇଥାଏ। ଏପରି ସ୍ଥିତିରେ ପେଟକୁ ବିଶ୍ରାମ ଦିଅନ୍ତୁ ଏବଂ କିଛି ଘଣ୍ଟା ପାଇଁ ଖାଦ୍ୟ, ପାନୀୟରୁ ଦୂରେଇ ରହିବାକୁ ଚେଷ୍ଟା କରନ୍ତୁ।

-ଫୁଡ୍‌ ପଏଜନିଙ୍ଗ୍‌ର ପ୍ରଭାବ ସହ ଲଢ଼ିବାରେ ଶରୀରକୁ ସହାୟତା କରିବା ପାଇଁ ପ୍ରଚୁର ପରିମାଣରେ ତରଳ ପଦାର୍ଥ ଗ୍ରହଣ କରିବା ଉଚିତ୍‌। ବାନ୍ତି ଏବଂ ଡାଇରିଆରୁ ଡିହାଇଡ୍ରେସନ୍ ହୋଇପାରେ, ଏଥିପାଇଁ ତରଳ ପଦାର୍ଥ ପିଅନ୍ତୁ। ଇଲେକ୍ଟ୍ରୋଲାଇଟ୍ସ ଡିହାଇଡ୍ରେସନକୁ ରୋକିବା ପାଇଁ ସବୁଠାରୁ ଭଲ ଉପଚାର।

-ସାଦା ଖାଦ୍ୟ ଖାଆନ୍ତୁ। ନରମ, କମ୍ ଫ୍ୟାଟ୍‌, କମ୍ ଫାଇବରଯୁକ୍ତ ଖାଦ୍ୟ ପଦାର୍ଥ ଖାଆନ୍ତୁ। ବିଶେଷକରି ପେଟ ଖରାପ ହେଲେ ଖାଦ୍ୟ ହଜମ ହେବା କଷ୍ଟକର ହୋଇଥାଏ। ଏଭଳି ସ୍ଥିତିରେ କଦଳୀ, ଦଲିୟା, ଅଣ୍ଡାର ଧଳା ଅଂଶ, ମହୁ, ପିନଟ୍‌ ବଟର, ମ୍ୟାଶ୍‌ କରାଯାଇଥିବା ଆଳୁ, ଭାତ, ଟୋଷ୍ଟ ଭଳି ଜିନିଷ ସେବନ କରିବାକୁ ଚେଷ୍ଟା କରନ୍ତୁ।

-ଫୁଡ୍‌ ପଏଜନିଙ୍ଗ୍‌ ହୋଇ ଡାଇରିଆ ହୋଇଥିଲେ ଅଦା ଚା’ ପିଇବାକୁ ଚେଷ୍ଟା କରନ୍ତୁ, କାରଣ ଅଦା ପେଟକୁ ଠିକ୍‌ କରିବାରେ ସହାୟକ ହୋଇଥାଏ।

-ଦହି ସେବନ କରିବାକୁ ଚେଷ୍ଟା କରନ୍ତୁ।

-ବାନ୍ତି ପରେ ତୁରନ୍ତ ଦାନ୍ତ ଘଷିବାଠାରୁ ଦୂରେଇ ରୁହନ୍ତୁ। ବାସ୍ତବରେ, ପେଟର ଏସିଡ୍ ଆପଣଙ୍କ ଦାନ୍ତର ଏନାମେଲ୍‌କୁ ନଷ୍ଟ କରିପାରେ ଏବଂ ବାନ୍ତିର ତୁରନ୍ତ ପରେ ଯଦି ଆପଣ ଦାନ୍ତ ଘଷିବେ, ତା’ ହେଲେ ଏନାମେଲ୍‌ ଅଧିକ ଖରାପ ହୋଇପାରେ। ଏହା ପରିବର୍ତ୍ତେ ପାଣି ଏବଂ ବେକିଂ ସୋଡାର ମିଶ୍ରଣରେ ଆପଣ କୁଳୁକୁଚା କରି ପାରିବେ।

-ଫୁଡ୍‌ ପଏଜନିଙ୍ଗ୍‌ ସମୟରେ ନିଶ୍ଚୟ ସ୍ନାନ କରନ୍ତୁ। ଏପରି କରିବା ଦ୍ୱାରା ଖରାପ ବ୍ୟାକ୍ଟେରିଆକୁ ଭଲରେ ପରିଣତ କରିବାରେ ସହାୟତା ମିଳିଥାଏ।

-ଫୁଡ୍‌ ପଏଜନିଙ୍ଗ୍‌ ସମୟରେ ଭରପୂର ବିଶ୍ରାମ ନେବା ଦ୍ୱାରା ଆପଣ ଖୁବ୍‌ଶୀଘ୍ର ସୁସ୍ଥ ଅନୁଭବ କରି ପାରିବେ


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading