ଜୁନ୍ ୧୦ ଶୁକ୍ରବାର ରାଶିଫଳ, କେମିତି କଟିବ ଆପଣଙ୍କ ଦିନ ଜାଣନ୍ତୁ ଆପଣଙ୍କ ରାଶିରୁ

Creat A Revolution
           

ମେଷ: ଆପଣଙ୍କର ସ୍ବଭାବ ଆଖପାଖର ବାତାବରଣକୁ ମଜାଦାର କରିବେ। କୌଣସି ବିଶେଷ କାର୍ଯ୍ୟ ଅତିଶୀଘ୍ର ସଂପୂର୍ଣ୍ଣ କରିବେ। ଜୀବନସାଥୀଙ୍କ ସହ ସମ୍ବନ୍ଧ ମଜଭୁତ ହେବ।

ବୃଷ: ମନ୍ଦିରକୁ ଯାଆନ୍ତୁ, ମନରେ ଆଶା ସଞ୍ଚାର ହେବ। ସରକାରୀ ଚାକିରିଆଙ୍କର ଆର୍ଥିକ ସ୍ଥିତି ସୁଦୃଢ଼ ହେବ। କଂପ୍ୟୁଟର ଇଂଜିନିୟରଙ୍କୁ ବିଦେଶରେ ଚାକିରିର ସୁଯୋଗ ମିଳିବ।

ମିଥୁନ: କ୍ୟାରିୟରରେ ମୋଡ଼ ପରିବର୍ତ୍ତନ ଲାଗି ଦିନଟି ଶୁଭ। ନୂଆ ଲୋକଙ୍କ ସହିତ ସଂପର୍କ ସ୍ଥାପନ ହେବ। କାରବାରରେ ବକେୟା ଅର୍ଥ ପାଇବେ। ପାରିବାରିକ ଦାୟିତ୍ବ ସଂପୂର୍ଣ୍ଣ କରିବେ।‌

କର୍କଟ: ଲାଗି ରହିଥିବା ସମସ୍ୟାର ସମାଧାନ ପାଇଁ ବନ୍ଧୁଙ୍କ ସାହାଯ୍ୟ ପାଇବେ। ବ୍ୟବସାୟରେ ଲାଭ ହେବ। ଅଧିକାରୀ ଖୁସି ରହିବା ହେତୁ ଆପଣଙ୍କର ଦରମା ବଢ଼ିପାରେ।

ସିଂହ: ଅଧିକାରୀଙ୍କ ସହିତ ତାଳମେଳ ବଜାୟ ରଖନ୍ତୁ, ଲାଭ ହେବ। ପ୍ଲାଷ୍ଟିକ ବ୍ୟବସାୟୀଙ୍କ ଲାଗି ଦିନଟି ଲାଭପ୍ରଦ। ଅବିବାହିତଙ୍କ ଲାଗି ବିବାହ ପ୍ରସ୍ତାବ ଆସିବ।


କନ୍ୟା: ଲାଗି ରହିଥିବା ଚିନ୍ତା ସମାପ୍ତ ହେବ। ଅନ୍ତରଙ୍ଗ ବନ୍ଧୁ ସହ ବାହାରେ ଭୋଜନ କରିବେ। ଜରୁରୀ କାମ ନିର୍ଦ୍ଧାରିତ ସମୟରେ ସଂପୂର୍ଣ୍ଣ କରନ୍ତୁ। ବ୍ୟବସାୟରେ କିଛି ପରିବର୍ତ୍ତନ ଆଣିବେ।

ତୁଳା: ପରିଶ୍ରମର ସଂପୂର୍ଣ୍ଣ ଫଳ ପାଇବେ। ଅଫିସରୁ ଘରକୁ ଫେରିବା ବାଟରେ ବନ୍ଧୁ ସହିତ ମନାନ୍ତର ହେବ। ଘରୋଇ ଜିନିଷ କିଣିବାରେ ଅଧିକ ପଇସା ଖର୍ଚ୍ଚ କରିପାରନ୍ତି।

ବିଛା: ଆପଣ ସକାରାତ୍ମକ ତରଙ୍ଗରେ ପୂର୍ଣ୍ଣ ରହିବେ। ଅନ୍ୟମାନଙ୍କ ସହ ଗୋପନୀୟ କଥା ଆଲୋଚନା କରନ୍ତୁ ନାହିଁ। କ୍ରିକେଟ୍ ଖେଳାଳିଙ୍କ ଲାଗି ଦିନଟି ଶୁଭ।

ଧନୁ: ସକାରାତ୍ମକ ଭାବନା ଆପଣଙ୍କୁ ସଫଳତା ଆଡ଼କୁ ଆଗେଇ ନେଇଯିବ। ଲୋକେ ସାହାଯ୍ୟ ସହଯୋଗର ହାତ ବଢ଼ାଇବେ। ଅଫିସରେ ଆପଣଙ୍କ ପାଖ‌ରେ ଅଧିକ କାମ ରହିବ।

ମକର: ବାପା ଓ ଭାଇଙ୍କର ସାହାଯ୍ୟ ପାଇବେ। ନୂଆ କାମ କରିପାରନ୍ତି। ଚାକିରିଆଙ୍କୁ ସହର ବାହାରକୁ ଯିବାକୁ ପଡ଼ିପାରେ। ଶିକ୍ଷାର୍ଥୀ ଆଳସ୍ୟ ତ୍ୟାଗ କରନ୍ତୁ।

କୁମ୍ଭ: ନୂଆ ଯୋଜନା ପ୍ରସ୍ତୁତ କରିବା ଲାଗି ଭଲ ଦିନଟିଏ। କଳାକାରଙ୍କୁ ଫିଲ୍ମରେ ସୁଯୋଗ ମିଳିବ। ପ୍ରେମିକ ପ୍ରେମିକାଙ୍କ ଲାଗି ଦିନଟି ମହତ୍ତ୍ବପୂର୍ଣ୍ଣ ରହିବ।

ମୀନ: ଅଧ୍ୟାପକଙ୍କ ଲାଗି ଧନଲାଭର ନୂଆ ମାର୍ଗ ଖୋଲିବ। ସମାରୋହକୁ ଯିବାର ଅବସର ପାଇବେ। କାହାରି ସହ କଥା ହେବାବେଳେ ଭାବିଚିନ୍ତି କଥା କୁହନ୍ତୁ।


Discover more from odia.bnslive.in

Subscribe to get the latest posts sent to your email.

Leave a Reply

error: Content is protected !!

Discover more from odia.bnslive.in

Subscribe now to keep reading and get access to the full archive.

Continue reading